|
logo
Live

Argus News - କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା

Odisha

Rajya Sabha Election / କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା

Ritu Das
Browse all articles by Ritu Das
·3 weeks ago·1 min read
କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା
India

Key Points

ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା। କ୍ରସ୍ ଭୋଟିଂ ପାଇଁ ଦଳକୁ ନିଲମ୍ବିତ ହେଲେ ତିନି ବିଧାୟକ ।
ରାଜ୍ୟସଭା ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା। କ୍ରସ୍ ଭୋଟିଂ ପାଇଁ ଦଳକୁ ନିଲମ୍ବିତ ହେଲେ ତିନି ବିଧାୟକ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବାରବାଟୀ-କଟକ ବିଧାୟିକ ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୩ ବିଧାୟକ ଦଳୀୟ ହ୍ବିପ ଲକ୍ଷ୍ମଣରେଖା ଡେଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହା ପରେ ଆଜି ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ଅନୁଯାୟୀ, କଂଗ୍ରେସ ୩ ବିଧାୟକ ଦଳୀୟ ହ୍ବିପ୍ ଉଲ୍ଲଘଂନ କରିବା ସହତ ଦଳ ବିଚାରଧାରା ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ୩ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜିତ୍ ପାଢ଼ୀ ସୂଚନା ଦେଇଛନ୍ତି। ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ନଗର ସଭାନେତ୍ରୀ ଗିରିବାଳା ବେହେରା ଦଳରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି କଂଗ୍ରେସ । ସେ କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେଉ ନ ଥିଲେ। ଏହା ସବୁବେଳେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏନେଇ ଅଭିଯୋଗ ଆସିବା ପରେ କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି।

ପଢନ୍ତୁ ଏହି ଖବର: ବିଜେଡିରେ ରହୁନି ନବୀନଙ୍କ କର୍ତ୍ତୁତ୍ବ, କନିଷ୍ଠ ବି କରୁଛନ୍ତି ଚାଲେଞ୍ଜ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Election: କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା | Argus News