|
logo
Live

Argus News - ସତ୍ୟବାଦୀରୁ ସିମୁଳିଆ ସବୁଠି ଶାସକ ଦଳ ଫାଳଫାଳ

Odisha

ସତ୍ୟବାଦୀରୁ ସିମୁଳିଆ ସବୁଠି ଶାସକ ଦଳ ଫାଳଫାଳ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସତ୍ୟବାଦୀରୁ ସିମୁଳିଆ ସବୁଠି ଶାସକ ଦଳ ଫାଳଫାଳ

ଅର୍ଗସ ବ୍ୟୁରୋ:  ସତ୍ୟବାଦୀ କାହାର ? କିଏ ହେବ ବିଜେଡି ସତ୍ୟବାଦୀ ବିଧାୟକ ପ୍ରାଥି । ତାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡିର ତୁଙ୍ଗ ନେତା । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମା ଓ ସତ୍ୟବାଦୀ ବିଧାୟକ ଉମାସାମନ୍ତ ରାୟ ପରସ୍ପର ବିରୁଦ୍ଧରେ କରିଛନ୍ତି ବିଶୋଦଗାର । ଦୁଇ ନେତା ଙ୍କ ତୁ ତୁ ମେ ମେ ରେ ଫାଳ ଫାଳ ହୋଇଯାଇଛି ପୁରୀ ଜିଲ୍ଲା ବିଜେଡି ସଂଗଠନ । ଚର୍ଚ୍ଚା ହେଉଛି ଜିଲ୍ଲାର କିଛି ନେତା ସଂଜୟଙ୍କ ସପକ୍ଷରେ ଛିଡ଼ା ହୋଇଥିବା ବେଳେ ଆଉ କିଛି ନେତା ଉମାଙ୍କ ସମର୍ଥନରେ ବାହାରିଛନ୍ତି । ଏସବୁ ଭିତରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସଂଗଠନ ସମ୍ପାଦକ ଉଭୟ ନେତାଙ୍କୁ ଶଙ୍ଖ ଭବନ ଡାକି ଆଲୋଚନା କରିଥିଲେ ବି ସମାଧାନର ବାଟ ବାହାରି ପାରିନି । ଶେଷରେ କଳି ଯାଇ ପହଁଛିଛି ଶଙ୍ଖ ସୁପ୍ରିମୋଙ୍କ ନିକଟରେ ।

ସତ୍ୟବାଦୀ କେବଳ ନୁହେଁ ବରଂ ସିମୁଳିଆ ଠୁ ନେଇ ଭଦ୍ରକ ଓ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ଭଦ୍ରକରେ ବିଧାୟକ ସଞ୍ଜୀବ ମଲିକ ବନାମ ଅସିତ ପଟ୍ଟନାୟକ, ସିମୁଳିଆରେ ବିଧାୟକ ଜ୍ୟୋତି ପାଣିଗ୍ରାହୀ ବନାମ ଗଣେଷ ମହାପାତ୍ର, ପାଟଣାଗଡ଼ ରେ ବିଧାୟକ ସରୋଜ ମେହେର ବନାମ ଶିବାନନ୍ଦ ପରିଛାଙ୍କୁ ନେଇ ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ସବୁଠି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି । 

 ଏ ସବୁ ଭିତରେ ବବିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ପରେ ସବୁଦିନେ ନବୀନ ନିବାସ ଆଗରେ ଦଳୀୟ ଟିକେଟ ପାଇଁ ଲମ୍ବା ଲାଇନ ବିଜେଡି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧାକୁ ଅଧିକ ବଢ଼ାଇଛି । ଦିନକୁ ଦିନ ଟିକେଟ ଆଶାୟୀ ବଢୁଥିବାରୁ ପ୍ରାଥି ତାଲିକା ଘୋଷଣା ପରେ ଅସନ୍ତୁଷ୍ଟ ଅସମ୍ଭାଳ ସ୍ଥିତି ସୃଷ୍ଟି କରିବେ ବୋଲି ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ସତ୍ୟବାଦୀରୁ ସିମୁଳିଆ ସବୁଠି ଶାସକ ଦଳ ଫାଳଫାଳ | Argus News