Videos
|
Odisha

ଦେବଗଡ଼ ବିଜେଡିରେ ସାମ୍ନାକୁ ଆସିଛି ବଡ଼ ବିଦ୍ରୋହ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦେବଗଡ଼ ବିଜେଡିରେ ସାମ୍ନାକୁ ଆସିଛି ବଡ଼ ବିଦ୍ରୋହ

ଅର୍ଗସ ବ୍ୟୁରୋ:  ଦେବଗଡ଼ ବିଜେଡିରେ ସାମ୍ନାକୁ ଆସିଛି ବଡ଼ ବିଦ୍ରୋହ। ମୁହାଁମୁହିଁ ହୋଇଛନ୍ତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଅରୁନ୍ଧତୀ ଦେବୀଙ୍କ ଗୋଷ୍ଠୀ। ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନଙ୍କୁ ବିଜେଡି ଟିଟେକ୍ ଦିଆଯିବାକୁ ଉଦ୍ୟମ ଚାଲିଥିବା ନେଇ ଚର୍ଚ୍ଚା ଯୋର ଧରିଛି। ରାଣୀଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିବା ସହ ଦେବଗଡ ବିଜେଡି ସଭାପତି ଥିବା ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସରକାରୀ କାମରେ ପିସି ନେଇ କାମ ବାଣ୍ଟିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆଉ ବିଜେଡି ସାଙ୍ଗଠନିକ ସମ୍ପାଦକ ବବିଦାସଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଯଦି ରାଣୀଙ୍କ ଟିକେଟ୍ କଟାଯାଏ ତାହାଲେ ବିଜେଡିରୁ ସମୂହ ଇସ୍ତଫା ଦେବେ ।

ଏହା ପୂର୍ବରୁ ରୋମାଞ୍ଚ ରଞ୍ଜନଙ୍କ ସମର୍ଥକ ମାନେ ରାସ୍ତାକୁ ଓହ୍ଲାଇବା ସହ ଟିକେଟ୍ ପରିବର୍ତ୍ତନ କରିବାକୁ ଦାବି କରି ବିଜେଡି ନେତୃତ୍ବଙ୍କୁ ଚେତାବନୀ ଦେଇଥିଲେ । ଏହାସହ ସାଧାରଣ ଲୋକଙ୍କ ସହ ରାଣୀ ଅରୁନ୍ଧତୀଙ୍କ ଯୁକ୍ତିତର୍କ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେବଗଡ଼ର ଗୋଳିଆ ପରିସ୍ଥିତିକୁ ନେଇ ଅଠାକାଠିରେ ପଡ଼ିଯାଇଛନ୍ତି ବିଜେଡି ନେତୃତ୍ୱ । ଏଠି ପ୍ରଶ୍ନ ଉଠୁଛି, ମହିଳାଙ୍କୁ ସମ୍ମାନର କଥା କହୁଥିବା ନବୀନ ପଟ୍ଟନାୟକ, ରାସେଶ୍ୱରୀଙ୍କ ପରେ ଅରୁନ୍ଧତୀଙ୍କୁ ପକାଇବେ କି ବଳି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored