Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମୋରଡ଼ାରେ ବିଜେଡ଼ି ଫାଳ ଫାଳ

Odisha

ମୋରଡ଼ାରେ ବିଜେଡ଼ି ଫାଳ ଫାଳ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମୋରଡ଼ାରେ ବିଜେଡ଼ି ଫାଳ ଫାଳ

ଅର୍ଗସ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ସବୁ ଦଳପାଇଁ ସମ୍ମାନର ପ୍ରଶ୍ନ, ଜିଲ୍ଲାରେ ନଅଟି ବିଧାନସଭା କ୍ଷେତ୍ର ଥିଲାବେଳେ ଏହି ଗୋଟିଏ ଆସନ ଅଣସଂରକ୍ଷଣ । ସେଥିପାଇଁ ଓଡିଶା ରାଜନୀତିରେ ମୋରଡ଼ା ନିର୍ବାଚନୀ ମଣ୍ଡଳୀ ବେଶ ଗୁରୁତ୍ତ୍ୱପୂର୍ଣ। ଏହି ଆସନଟି ହାତେଇବାପାଇଁ ସବୁଦଳ ଜି ଜାନ ଲଗାଇଦିଆନ୍ତି। ମୋରଡ଼ା ନିର୍ବାଚନୀ ମଣ୍ଡଳୀ ତିନୋଟି ବ୍ଲକ ଶୁଳିଆପଦା , ମୋରଡ଼ା ଓ ରାସଗୋବିନ୍ଦପୁର ର ୫୨ଟି ପଞ୍ଚାୟତକୁ ନେଇ ଗଠିତ । ୨୦୦୯ ମସିହାରେ ମୋରଡ଼ା ମୟୂରଭଞ୍ଜ ଜିଲ୍ଲାର ନୂଆ ନିର୍ବାଚନୀ ମଣ୍ଡଳୀର ରୂପରେଖ ପାଇଥିଲା ।୨୦୧୯ ଦଳ ପରିବର୍ତ୍ତନ କରି ରାଜକିଶୋର ଦାସ ବିଜେଡ଼ି ଦଳରୁ ବିଜୟୀ ହୋଇଥିଲେ। ଭୋଟର ବହୁ ଆଶା ରଖି ପୁଣି ୨୦୧୯ରେ ବିଜେଡ଼ିକୁ ଭୋଟ ଦେଇଥିଲେ ବିଜେଡ଼ି ବିଧାୟକ ପ୍ରାଥି ରାଜକିଶୋର ଦାସ ମଧ୍ଯ ଭୋଟରଙ୍କୁ ମାଳମାଳ ମିଛ ପ୍ରତିଶ୍ରୁତି ଦେଈ ନିର୍ବାଚନ ବୌତରଣି ପାର ହୋଇଥିଲେ। ପାଞ୍ଚବର୍ଷ ପାର୍ ହେବାକୁ ବସିଲାଣି କିନ୍ତୁ ମାଳ ମାଳ ପ୍ରତିଶ୍ରୁତିରୁ ଗୋଟିଏବି ପ୍ରତିଶ୍ରୁତି ପାଳନହେଲାନି।

ମୋରଡ଼ା ବିଧାୟକ ରାଜକିଶୋର ଦାସ ନିର୍ବାଚନ ସମୟରେ ଗାଁକୁ ଗାଁ ବୁଲି ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥିଲେ। ବିଧାୟକ ହାତପାଣ୍ଠି ଟଙ୍କାରେ ଗାଁକୁ ରାସ୍ତା, ଶୁଦ୍ଧ ପାନୀୟଜଳ, ଶ୍ୱାସ୍ଥ, ଶିକ୍ଷା ଉପରେ ଗୁରୁତ୍ଵ ଦେବେବୋଲି ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଅଞ୍ଚଳରେ ଖଣ୍ଡିଏବି ବିଧାୟକଙ୍କ ହାତ ପାଣ୍ଠିରୁ ଖର୍ଚ୍ଚ ହେଉଥିବା ପ୍ରକଳ୍ପ ନାହିଁ, କେଉଁଠି ଖର୍ଚ୍ଚ ହେଲା ବିଧାୟକଙ୍କ ପାଞ୍ଚ ବର୍ଷର ପାଣ୍ଠି  ?   ଅନ୍ୟ ପ୍ରକଳ୍ପର ଉଦ୍ଘାଟନ କରି ନିର୍ବାଚନ ବୌତରଣି ପାରହେବାକୁ ବିଧାୟକଙ୍କ ଇଚ୍ଛା, ବିଧାୟକ ହାତପାଣ୍ଠି ଶୂନ। ଅନ୍ୟପଟେ ବିଜେଡ଼ି ମଧ୍ୟରେ  ଗୋଷ୍ଠି କନ୍ଦଳ ବାଟରେ ପଡି ହାଟରେ ଗଡୁଛି।
ବାଇଟ୩- ରାଜକିଶୋର ଦାସ, ବିଧାୟକ ମୋରଡ଼ା

ବିଜେଡ଼ି ପାଈଁ ଆଉ ଏକ ମୁଣ୍ଡବ୍ୟଥାର କାରଣ ଭଞ୍ଜସେନାର କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ ଓରଫ ବବି, କାରଣ ସଂଜୀବ ରାଉତ  ପୂର୍ବରୁ  ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡ଼ିର ରାଜନୈତିକ ପରାମର୍ଶଦାତା ଥିବାବେଳେ, ମୋରଡାରେ ତିନି ତିନି ଥର ବିଜେଡି ବିଧାୟକ ଜିତିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥଲେ ତଥା ବବିଙ୍କ ଲମ୍ବା ରାଜନୈତିକ ଅଭିଜ୍ଞତା  ବିଜେଡ଼ିକୁ ଆଗାମୀ ନିର୍ବାଚନରେ ଅଡ଼ୁଆ ରେ ପକେଇ ପାରେ ବୋଲି ଜଳଜଳ ଦେଖାଯାଉଛି। ବିଜେଡ଼ିର ଗୋଷ୍ଠିକନ୍ଦଳ ଓ ବଵିଙ୍କ ଗୋଟିଏ ପରେ ଗୋଟିଏ ସମାବେଶ ବିଜେପିକୁ ଫାଇଦା ଦେବ। ତିନି ତିନି ଥର ହାତେଇଥିବା ବିଜେଡ଼ି ଆସନଟି ଏଥର ବିଜେପି ହାତକୁ ଦେବେ ବୋଲି ଭୋଟର ଏକପ୍ରକାର ସ୍ଥିର କରିସାରିଲେଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus Whatsapp Channel Mobile Top
Sponsored
bjd bjd fighting in morada | Argus News