|
logo
Live
Argus News App
GET APP

Argus News - ଅନିଶ୍ଚିତତାର ଆଜି ହୋଇପାରେ ଅନ୍ତ !

Odisha

ଅନିଶ୍ଚିତତାର ଆଜି ହୋଇପାରେ ଅନ୍ତ !

Jitendra Dash
Browse all articles by Jitendra Dash
·2 years ago·1 min read
ଅନିଶ୍ଚିତତାର ଆଜି ହୋଇପାରେ ଅନ୍ତ !

ଅର୍ଗସ ବ୍ୟୁରୋ : ଅନିଶ୍ଚିତତାର ଅନ୍ତ ଘଟୁନି କି ମେଣ୍ଟକୁ ନେଇ ଆସିପାରୁନି ଚୂଡାନ୍ତ ନିଷ୍ପତ୍ତି । ସମୟ ଗଡୁଛି ସସପେନ୍ସ ବି ବଢୁଛି । ବିଜେଡି ଶିବିରରେ ଚାଲିଛି ଫୁସୁର ଫାସର । ବିଜେପି ଶିବିରରେ ଘନ ଘନ ବୈଠକ । ଉଭୟ ଦଳର ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି ତୃଣମୂଳ ସ୍ତରର କର୍ମୀ । ତେବେ ଏ ସବୁ ଭିତରେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବ ମାରାଥାନ ମାନସ ମନ୍ଥନ ଚଲାଇଥିବା ବେଳେ ଆସନ୍ତା କାଲି ନବୀନ ଡାକିଛନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ତୁଙ୍ଗ ନେତାଙ୍କୁ ନେଇ ମେଣ୍ଟ ସମ୍ପର୍କରେ ନବୀନ କୌଣସି ବଡ ନିଷ୍ପତ୍ତି ନେଇ ପାରନ୍ତି ବୋଲି କହୁଯାଉଛି । 

ତେବେ ଚର୍ଚ୍ଚା ହେଉଛି ବୈଠକ ପରେ ଏନଡିଏର ନୈଶ୍ୟ ଭୋଜିରେ ଯୋଗଦେବା ପାଇଁ ବି ଦିଲ୍ଲୀ ଯାଇପାରନ୍ତି ବିଜେଡି ସୁପ୍ରିମୋ ।  ପୂର୍ବରୁ ୬ ତାରିଖରେ ଉଭୟ ଦଳ ଦୁଇ ରାଜଧାନୀ ଦିଲ୍ଲୀ ଓ ଭୁବନେଶ୍ବରରେ ବୈଠକ କରିବ ମେଣ୍ଟ ସମ୍ପର୍କରେ ଦେଇଥିଲେ ସଙ୍କେତ । ମାତ୍ର ତାହା ପରଠୁ ବିଭିନ୍ନ ଚର୍ଚ୍ଚା ବଢି ଚାଲିଥିବା ବେଳେ କୌଣସି ସ୍ପଷ୍ଟତା ଆସି ପାରିନାହିଁ । 

ଅଧିକ ପଢନ୍ତୁ : ବିଜେପି-ବିଜେଡ଼ି ମେଣ୍ଟ ନେଇ ହୋଇ ପାରେ ଚୁଡ଼ାନ୍ତ ନିଷ୍ପତ୍ତି !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୫ ଦିନ ମଧ୍ୟରେ ବିଜେପି ରାଜ୍ୟ ଟିମ୍ ୩ ଥର ଦିଲ୍ଲୀ ଯିବା ସହ ସଭାପତିଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟକୁ ନେଇ ସସପେନ୍ସ ବଢିଛି । ମେଣ୍ଟ ପାଇଁ ବିଜେଡି କାହିଁକି ଆଗ୍ରହୀ ସେ ଗୋଲକ ଧନ୍ଦାରୁ ପରାଦା ହଟାଇବାକୁ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଓ  ଅମିତାଭ ଟିୱାରି କରିଥିଲେ ପ୍ରୟାସ । ଚର୍ଚ୍ଚା ହେଉଛି ମେଣ୍ଟକୁ ନେଇ ଲାଗି ରହିଥିବା ସସପେନସ ଉପରୁ ଯେ କୌଣସି ମୁହୁର୍ତ୍ତରେ ହଟିପାରେ ପରଦା । ଉଭୟ ଦଳ ଏକାଠି ଲଢିବେ ନା ଏକାକି ଲଢିବେ ସେ ନେଇ କ୍ଲିଅର ହୋଇପାରେ ପିକ୍ଚର ।

Sponsored
ଅନିଶ୍ଚିତତାର ଆଜି ହୋଇପାରେ ଅନ୍ତ ! | Argus News