ଆଦିବାସୀ କାର୍ଡ ଖେଳିପାରେ ବିଜେଡି: ସାଲୁଗା ପ୍ରଧାନ ଉପବାଚସ୍ପତି

ଅର୍ଗସ ବ୍ୟୁରୋ: ଜି ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ହୋଇପାରନ୍ତି ବିଜେଡିର ଉପବାଚସ୍ପତି ପ୍ରାର୍ଥୀ। ଜି.ଉଦୟଗିରିରୁ ଦୁଇଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଖେଳିପାରେ ଆଦିବାସୀ କାର୍ଡ। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ।
ସେପଟେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେବ ନାମାଙ୍କନ ଦାଖଲ। ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ। ଆଜି ନାମାଙ୍କନ ଦାଖଲ ଥିବାବେଳେ ଶାସକ ଦଳ ବିଜେଡି ପାଖରେ ସମସ୍ୟା ହେଲା ପ୍ରାର୍ଥୀ ଚୟନ। ବାଚସ୍ପତି ଉପକୂଳ ଓଡ଼ିଶାର ହୋଇଥିବାରୁ ଉପବାଚସ୍ପତି ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଆଦିବାସୀ ଜମି ଜମା କିଣାବିକା ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ପରେ ବ୍ୟାକଫୁଟ ରେ ଥିଲା ବିଜେଡି ସରକାର । ଦୁଇ ଦିନ ପରେ କ୍ୟାବିନେଟ ପ୍ରସ୍ତାବ କୁ ସ୍ଥଗିତ କରାଯିବା ପରେ ବିବାଦ ଥମି ନାହିଁ । ଚର୍ଚ୍ଚା ହେଉଛି ତାକୁ ମ୍ୟାନେଜ କରିବା ପାଇଁ ଉପ ବାଚସ୍ପତି ପଦବୀ ଜରିଆରେ ଆଦିବାସୀ କାର୍ଡ ଖେଳିଛନ୍ତି ବିଜେଡି ସରକାର।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର