Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

Key Points

  • ପଦାରେ ପଡିଲା ବିଜେଡି ଗୋଷ୍ଠୀ କନ୍ଦଳ
  • ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ
  • ଭୁବନେଶ୍ବରରେ ବି ସ୍ଥିତି ଅସମ୍ଭାଳ 
  • ବାୟାଁ , ଲିଟୁଙ୍କ ସହ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ
  • କର୍ପୋରେଟରଙ୍କ ପ୍ରଭୁ ଲୋକନାଥ ଦର୍ଶନ ବଢ଼ାଇଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ଶଙ୍ଖ ଭବନରେ ଆଜି ଥିଲା ସୋନପୁର ଓ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ। ଦୁଇ ଜିଲ୍ଲାର ସବୁ ନେତାଙ୍କୁ ଡାକିଥିଲେ ଦଳର ସୁପ୍ରିମୋ। ହେଲେ ବୈଠକ ପୂର୍ବରୁ ଏ ହେଉଛି ଶଙ୍ଖ ଭବନ ର ଦୃଶ୍ୟ । ମୁହାଁ ମୁହିଁ ହୋଇଥିଲେ ଭଦ୍ରକର ଦୁଇ ଗୋଷ୍ଠୀ । ଚର୍ଚ୍ଚା ହେଉଛି ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କୁ ବିରୋଧ କରିଥିଲେ ବିଷ୍ଣୁବ୍ରତ ରାଉତରାୟ ଙ୍କ ଗୋଷ୍ଠୀ । ଉଭୟଙ୍କ ଭିତରେ ପାଟିତୁଣ୍ଡ ଏତେ ବଢ଼ିଲା ଯେ ବୈଠକ ଅଧାରୁ ଉଠି ଚାଲି ଆସିଲେ ବିଷ୍ଠୁବ୍ରତ ।ପରେ ବିଧାୟକ ସଞ୍ଜିବ ମଲ୍ଲିକ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ବି ମାମଲା ଥମି ନଥିଲା। ଶେଷରେ ବବିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ତେବେ ଦଳୀୟ କନ୍ଦଳକୁ ସଞ୍ଜିବ ସିଧା ସିଧା ଏଡାଇ ଯାଇଥିବା ବେଳେ ମୁକ୍ତିକାନ୍ତ କହିଛନ୍ତି ଏହା ଦଳୀୟ ବ୍ୟାପାର । ସେପଟେ ବବିଙ୍କ ଉପସ୍ଥିତି ପୁଣି ଥରେ ପ୍ରମାଣିତ କରିଛି କୌଣସି ପଦ ପଦବୀରେ ନଥାଇ ବି ବବି ପାୱାରଫୁଲ୍।  

ଅଧିକ ପଢନ୍ତୁ : ଜ୍ୟୋତିଷଙ୍କ ଚାଞ୍ଚଲ୍ୟକର ଖୁଲାସା : ପାଣ୍ଡିଆନଙ୍କ ଗ୍ରହର ପ୍ରଭାବ ନବୀନଙ୍କ ଉପରେ ପଡିଲା !

ସେପଟେ ଭୁବନେଶ୍ବର ର ବିଜେଡି କନ୍ଦଳ ଉଗ୍ର ରୂପ ନେବା ପରେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ନୋଟିସ ଜାରି କରିଛି ଦଳ। ଏ ଦୁଇ ନେତାଙ୍କ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁ ଙ୍କୁ ବି ନୋଟିସ ଜାରି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ । କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର 15 ଦିନ ଭିତରେ ଦେବାକୁ ନୋଟିସ ରେ ଉଲ୍ଲେଖ ରହିଛି । ଆଉ ଏହାରି ଭିତରେ ଅମରେଶ ଓ ବିରଞ୍ଚି ଙ୍କ ବିରୋଧୀ ଗୋଷ୍ଠୀ ମେଳି ବାନ୍ଧିଛନ୍ତି । ୩୦ ଜଣ କର୍ପାରେଟର ଓ ପୂର୍ବତନ କର୍ପୋରେଟର ପୁରୀ ଯାଇଥିବା ବେଳେ ଦଳ ଛାଡିବେନି ବୋଲି ଲୋକନାଥ ଙ୍କ ପାଖରେ ଶପଥ କରିଥିବା ଚର୍ଚ୍ଚା ହେଉଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ନିର୍ବାଚନ ରେ ଟିକେଟ ବଣ୍ଟନ ବେଳେ ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳ ଏବେ ବିଜେଡିର ପରାଜୟ ପରେ ତୀବ୍ର ହେବାରେ ଲାଗିଛି । ପରାଜୟ ପାଇଁ ପାଣ୍ଡିଆନ ଓ ନିର୍ବାଚନ ମ୍ୟାନେଜମେଣ୍ଟ କୁ ଦଳୀୟ ନେତା ଦାୟୀ କରୁଥିବା ବେଳେ ନବୀନ ଙ୍କ ନୋ ରିଆକ୍ସନ ବଡ ପ୍ରଶ୍ନ ସୃଷ୍ଟି କରିଛି । 

Sponsored
BJD conflict in sankha bhawan | Argus News