Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Not trust own mla / ବିରୋଧିଙ୍କ ନିଜ ବିଧାୟକଙ୍କ ଉପରେ ଭରଷା ପାଉନି, କର୍ଣ୍ଣାଟକ ଗଲା କଂଗ୍ରେସ, ବିଜେଡି ଦେବ ତାଲିମ

Bikash Mohanty
Browse all articles by Bikash Mohanty
·4 months ago·2 min read
ବିରୋଧିଙ୍କ ନିଜ ବିଧାୟକଙ୍କ ଉପରେ ଭରଷା ପାଉନି, କର୍ଣ୍ଣାଟକ ଗଲା କଂଗ୍ରେସ, ବିଜେଡି ଦେବ ତାଲିମ
Rajya sabha

Key Points

ରାଜ୍ୟସଭା ରେସ ନେଇ ବଢୁଛି ସସ୍ପେନ୍ସ
କଂଗ୍ରେସ ଓ ବିଜେଡିରେ ପଶିଲାଣି ଛାନିଆ
ନିଜ ଦଳର ବିଧାୟକଙ୍କ ଉପରୀେ ପାଉନି ଭରଷା 
ବେଙ୍ଗୁଲୁରୁ  ଗଲେ କଂଗ୍ରେସ ବିଧାୟକ
ବିଧାୟକଙ୍କୁ ପ୍ରଶିକ୍ଷଣ ଦେବ ବିଜେଡି

ରାଜ୍ୟସଭା ରେସ ନେଇ ବଢୁଛି ସସ୍ପେନ୍ସ। କଂଗ୍ରେସ ଓ ବିଜେଡିରେ ପଶିଲାଣି ଛାନିଆ । ଖେଳ ହୋଇଯିବନି ତ ? କଂଗ୍ରେସ ଓ ବିଜେଡି  ଶିବିରରେ ଛକାପଞ୍ଝା ସ୍ଥିତି। କଂଗ୍ରେସ ନିଜ ବିଧାୟକମାନଙ୍କୁ ନେଇ ବେଙ୍ଗୁଲୁରୁ ଚାଲିଯାଇଛି। ପବିତ୍ର ସାଉଁଟା,ରାଜନ ଏକ୍କା ,ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ୱାମୀ,ମଙ୍ଗୁ ଖିଲଙ୍କୁ ନେଇ କଂଗ୍ରେସର ଏକ ଟିମ୍ ବେଙ୍ଗଲୁରୁ ଯାଇଛି।  ଆସନ୍ତା ୧୬ ତାରିଖ ଏହି ଟିମ୍ ସିଧା ବିଧାନସଭାରେ ଆସି ପହଞ୍ଚିବା ଯୋଜନା ରହିଛି । ସେପଟେ ନବୀନ ନିବାସରେ ବିଧାୟକମାନଙ୍କୁ ଏହି ପ୍ରଶିକ୍ଷଣ ଦେବ ବିଜେଡି। 

ରାଜ୍ୟସଭା ଭୋଟକୁ ନେଇ ଏଆଇସିସି ଓଡ଼ିଶା ଉପରେ କଡ଼ା ନଜର ରଖିଛି। ବଡ଼ କଥା ହେଲା ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ନେବା ପୂର୍ବରୁ ସକାଳେ ଦଳ ପକ୍ଷରୁ ଏକ ହୃପ ଜାରି କରାଯାଇଥିଲା। ଏଥିରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ସମସ୍ତ ବିଧାୟକ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହିଁ ରହିବେ। ମାତ୍ର ପ ପରେ ବି ଭରସା ପାଇଲାନି। ଆଜି ମଧ୍ୟାହ୍ନରେ ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପ୍ରଭାରୀ ଅଜୟ ଲଲ୍ଲୁଙ୍କ ଉପସ୍ଥିତିରେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହାପରେ ନିଷ୍ପଭି ହେଲା, ଦଳ ଭୋଟ ସୁରକ୍ଷିତ ରଖିବାକୁ ହେଲେ ବିଧାୟକଙ୍କୁ ରାଜ୍ୟ ବାହାରକୁ ନିଆଯିବ।

ଅନ୍ୟପଟେ ରାଜ୍ୟସଭା ଭୋଟକୁ ବେଶ୍ ଗୁରୁତର ସହ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହ୍ବିପ୍ ଜାରି କରାଯିବା ପରେ ନବୀନ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଛନ୍ତି। ନବୀନ ନିବାସରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅରୁଣ କୁମାର ସାହୁ, ବଦ୍ରି ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ନବୀନ ବୈଠକରେ ନିଷ୍ପତ୍ତି ହେଲା। ଶୁକ୍ରବାର ଓ ଶନିବାର ବିଧାୟକମାନଙ୍କୁସମ୍ବିଧାନ ବିଶେଷଜ୍ଞ ତାଲିମ ଦେବେ। ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ନବୀନ ନିବାସରେ ବିଧାୟକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ। ପ୍ରଥମ ଭୋଟ ପସନ୍ଦ ଓ ଦ୍ବିତୀୟ ପସନ୍ଦ ଭୋଟ କେମିତି ଦିଆଯିବ ଓ କିଏ କାହାକୁ ଦେବେ, ସେ ବାବଦରେ ବିସ୍ତୃତ ସୂଚନା ଦିଆଯିବ। ଗୋଟିଏ ବି ଭୋଟ ଯେମିତି ନାକଚ ନ ହେବ, ସେଥିପ୍ରତି ଦଳ ବେଶ୍ ଗୁରୁତ୍ୱ ଦେଉଛି। କେଉଁ ବିଧାୟକ କେଉଁ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଓ କେଉଁ ପ୍ରାର୍ଥୀଙ୍କୁ ଦ୍ଵିତୀୟ ପସନ୍ଦ ଭାବେ ଭୋଟ କରିବେ, ତାହା ଆସନ୍ତାକାଲି ସେମାନଙ୍କୁ ଅବଗତ କରାଯିବ।

ସେହିପରି ନବୀନ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଚିଠି ଲେଖିଛନ୍ତି। ଦଳୀୟ ହୃପ୍ ମାନିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୧୫ ତାରିଖ ସନ୍ଧ୍ୟାରେ ଦଳୀୟ ବିଧାୟକଙ୍କ ବୈଠକରେ ଯୋଗ ଦେବାକୁ ସୂଚନା ଦେଇଛନ୍ତି।

ଏଥିସହ ପଢ଼ନ୍ତୁ: ସୋସିଆଲ ମିଡିଆରେ ବିଜେଡି-କଂଗ୍ରେସ ବାହାଘର କାର୍ଡ, କଟାକ୍ଷ କଲେ ବିଜେପି ମୁଖପାତ୍ର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Not trust own mla | BJD & Congress Not Trusting Their Own MLAs | Odisha Political Crisis | Argus News