BJD Congress Alliance / ସୋସିଆଲ ମିଡିଆରେ ବିଜେଡି-କଂଗ୍ରେସ ବାହାଘର କାର୍ଡ, କଟାକ୍ଷ କଲେ ବିଜେପି ମୁଖପାତ୍ର
·4 months ago·2 min read

Key Points
ସୋସିଆଲ ମିଡିଆରେ ବିଜେଡି-କଂଗ୍ରେସ ‘ବାହାଘର କାର୍ଡ’
କଟାକ୍ଷ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ
ବିଜେଡି-କଂଗ୍ରେସ ମେଣ୍ଟକୁ ‘ହତାଶାର ମେଣ୍ଟ’ କହି କଟାକ୍ଷ

ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ଚତୁର୍ଥ ଆସନକୁ କିଏ ଜିତିବ ସେନେଇ ୩ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜିତିବେ ନା ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ବାଜି ମାରିବେ ତାକୁ ନେଇ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଉ ଏସବୁ ମଧ୍ୟରେ ବିଜେଡି-କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ।
ବିଜେଡି-କଂଗ୍ରେସର ରାଜନୈତିକ ବାହାଘର ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ-ବିଜେଡି ମିଳିତ ପ୍ରାର୍ଥୀ ଦେବାକୁ ନେଇ ସୋସିଆଲ ମିଡିଆରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏମିତି କଟାକ୍ଷ ଭରା ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆ ମିଡିଆ ପ୍ଲାଟଫର୍ମରେ ଅନୀଲ କଂଗ୍ରେସ-ବିଜେଡିର ବାହାଘରର ନିମନ୍ତ୍ରଣ କାର୍ଡକୁ ପୋଷ୍ଟ କରିଛନ୍ତି । ଆଉ ପୋଷ୍ଟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସେ ଏକ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ରାଜ୍ୟରେ ବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ । କଂଗ୍ରେସକୁ ବିରୋଧ କରି ଗଠିତ ବିଜେଡି ଏବେ କଂଗ୍ରେସ ସହ ହାତ ମିଳାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ହୋଇଛନ୍ତି । ଦୀର୍ଘ ଦିନ ହେବ ନବୀନ ପଟ୍ଟନାୟକଙ୍କୁ ଭକ୍ତ ଦାସ ସମାଲୋଚନା କରି ଆସୁଥିଲେ । ଏବେ ରାଜନୀତିର ବିଡ଼ମ୍ବନା, ରାଜନୈତିକ ଅସ୍ପୃଶ୍ୟତାରୁ ବାହାରି ଦୁହେଁ ଏବେ ନିକଟତର ହୋଇଛନ୍ତି । ଏ ପରିବର୍ତ୍ତନ କପଟପୂର୍ଣ୍ଣ ଓ ସୁଯୋଗବାଦରେ ପରିପୂର୍ଣ୍ଣ ବୋଲି ଅନୀଲ ବିଶ୍ବାଳ କହିଛନ୍ତି ।
ସେପଟେ ରାଜ୍ୟସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶା ରାଜନୀତି ସେତିକି ସରଗରମ ହେଉଛି। ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ଚାଲିଛି। ଆଉ ଘୋଡ଼ା ବେପାର ହେବା ନେଇ ମଧ୍ୟ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେଡିକୁ କ୍ରସ ଭୋଟିଂର ଭୟ ମଧ୍ୟ ଘାରିଛି। ଏମିତି ସ୍ଥିତିରେ ନିଜ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିଛି ବିଜେଡି । ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ନଛାଡ଼ିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କୁ ସଫା ସଫା ଜଣାଇ ଦେଇଛନ୍ତି ।
ପଢନ୍ତୁ ଏହି ଖବର: ରାଜ୍ୟସଭା ପାଇଁ ଏକାଠି ହେଲେ ବିଜେଡ଼ି-କଂଗ୍ରେସ; ଘେରିଲା ବିଜେପି

"Expect the Unexpected"
— Anil Biswal (@BiswalAnil) March 12, 2026
This is not an alliance of ideas, but an alliance of desperation—where convenience defeats conviction. Biju Janata Dal, a party created to oppose the Congress, now shares the kitchen with it.
The shift is purely hypocritical and full of opportunism. pic.twitter.com/caToCmaAo8
ସେ ଏକ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ରାଜ୍ୟରେ ବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ । କଂଗ୍ରେସକୁ ବିରୋଧ କରି ଗଠିତ ବିଜେଡି ଏବେ କଂଗ୍ରେସ ସହ ହାତ ମିଳାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ହୋଇଛନ୍ତି । ଦୀର୍ଘ ଦିନ ହେବ ନବୀନ ପଟ୍ଟନାୟକଙ୍କୁ ଭକ୍ତ ଦାସ ସମାଲୋଚନା କରି ଆସୁଥିଲେ । ଏବେ ରାଜନୀତିର ବିଡ଼ମ୍ବନା, ରାଜନୈତିକ ଅସ୍ପୃଶ୍ୟତାରୁ ବାହାରି ଦୁହେଁ ଏବେ ନିକଟତର ହୋଇଛନ୍ତି । ଏ ପରିବର୍ତ୍ତନ କପଟପୂର୍ଣ୍ଣ ଓ ସୁଯୋଗବାଦରେ ପରିପୂର୍ଣ୍ଣ ବୋଲି ଅନୀଲ ବିଶ୍ବାଳ କହିଛନ୍ତି ।
ସେପଟେ ରାଜ୍ୟସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶା ରାଜନୀତି ସେତିକି ସରଗରମ ହେଉଛି। ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ଚାଲିଛି। ଆଉ ଘୋଡ଼ା ବେପାର ହେବା ନେଇ ମଧ୍ୟ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେଡିକୁ କ୍ରସ ଭୋଟିଂର ଭୟ ମଧ୍ୟ ଘାରିଛି। ଏମିତି ସ୍ଥିତିରେ ନିଜ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିଛି ବିଜେଡି । ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ନଛାଡ଼ିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କୁ ସଫା ସଫା ଜଣାଇ ଦେଇଛନ୍ତି ।
ପଢନ୍ତୁ ଏହି ଖବର: ରାଜ୍ୟସଭା ପାଇଁ ଏକାଠି ହେଲେ ବିଜେଡ଼ି-କଂଗ୍ରେସ; ଘେରିଲା ବିଜେପି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories