Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଭଦ୍ରାମିର ସୀମା ଟପିଲେ ବିଜେଡି କର୍ପୋରେଟରଙ୍କ ସ୍ବାମୀ

Odisha

ଅଭଦ୍ରାମିର ସୀମା ଟପିଲେ ବିଜେଡି କର୍ପୋରେଟରଙ୍କ ସ୍ବାମୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଭଦ୍ରାମିର ସୀମା ଟପିଲେ ବିଜେଡି କର୍ପୋରେଟରଙ୍କ ସ୍ବାମୀ

ଭୁବନେଶ୍ୱର: ବିଜେଡି କର୍ପୋରେଟରଙ୍କ ସ୍ବାମୀଙ୍କ ଦବଙ୍ଗଗିରି । ଅଭଦ୍ରାମିର ସୀମା ଟପିଲେ । ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ । ନୟାପଲ୍ଲୀ 25 ନଂ ୱାର୍ଡର ବିଜେଡି କର୍ପୋରେଟର ମାନସିରାଣି ସୁନ୍ଦରାୟଙ୍କ ସ୍ବାମୀ ସ୍ନେହାଶିଷ ସାମଲ ଅଭଦ୍ରାମୀର ସୀମା ଟପିଛନ୍ତି । ପ୍ରଥମେ ଯୁବତୀଙ୍କୁ କମେଣ୍ଟ କଲେ, ପରେ ଯୁବତୀଙ୍କ ଆଗରେ ସହଯୋଗୀଙ୍କ ସହ ମିଶି ପରିଶ୍ରା କଲେ । ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କୁ ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଥାନାକୁ ଡାକି ହଇରାଣ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଘଟଣାକୁ 10ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିପାରୁନି ପୋଲିସ । ଅଭିଯୁକ୍ତମାନେ ବାହାରେ ବୁଲୁଥିବାରୁ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ଆକ୍ରମଣର ଶିକାର ଯୁବତୀ । ଯୁବତୀ ଓ ମହିଳାମାନଙ୍କ ପ୍ରତି କମିଶନରେଟ ପୋଲିସର ଏଭଳି ଉଦାସୀନତାକୁ ଚାରିଆଡୁ ନିନ୍ଦା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଏପର୍ଯ୍ୟନ୍ତ କର୍ପୋରେଟରଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି କମିଶନରେଟ୍ ପୋଲିସ ? ବିଜେଡି କର୍ପୋରେଟଙ୍କ ସ୍ବାମୀ ବୋଲି କ'ଣ ତାଙ୍କ ପାଇଁ ଆଇନ ଅଲଗା ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJD Corporator's husband Dabanggiri | Argus News