Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Naveen Patnaik / ନବୀନ ବ୍ରାଣ୍ଡର ଯୁଗ ଶେଷ, ନିର୍ବାଚନରେ ତୃତୀୟ ସ୍ଥାନ ପରେ ବିଜେଡିରେ ବିଦ୍ରୋହର ନିଆଁ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ନବୀନ ବ୍ରାଣ୍ଡର ଯୁଗ ଶେଷ, ନିର୍ବାଚନରେ ତୃତୀୟ ସ୍ଥାନ ପରେ ବିଜେଡିରେ ବିଦ୍ରୋହର ନିଆଁ

Key Points

ନବୀନ ବ୍ରାଣ୍ଡର ଯୁଗ ଶେଷ । ନୂଆପଡ଼ା କଲା କି ପ୍ରମାଣ । ନିର୍ବାଚନରେ ଥାର୍ଡ ପୋଜିସନ ପରେ ବିଜେଡିରେ ବିଦ୍ରୋହର ନିଆଁ ।
ନବୀନ ବ୍ରାଣ୍ଡର ଯୁଗ ଶେଷ, ନୂଆପଡ଼ା କଲା କି ପ୍ରମାଣ ? ନିର୍ବାଚନରେ ଥାର୍ଡ ପୋଜିସନ ପରେ ବିଜେଡିରେ ବିଦ୍ରୋହର ନିଆଁ । ବବି-ପାଣ୍ଡିଆନ ଯୋଡ଼ି ଉପରେ ବର୍ଷିଲେ ଯୁବ ମହାସଚିବ । ଆତ୍ମ ସମୀକ୍ଷା ପାଇଁ ନବୀନଙ୍କୁ ଚେତାଇଲେ ଉଭୟ ଯୁବ ଓ ବରିଷ୍ଠ । ଶ୍ରୀମୟୀ ବି ମାରିଲେ ବାଣ, ଲେଖିଲେ ହାରିଲ ତ ନିର୍ବାଚନ ଆଉ କେତେ କାହାକୁ କରିବ ନିଲମ୍ବନ ।

ନୂଆପଡ଼ା ଫଳାଫଳ ରାଜ୍ୟ ରାଜନୀତି ପାଇଁ ଦେଇଛି ନୂଆ ସଙ୍କେତ । ବିଜେପିର ବିଜୟକୁ ନେଇ ଯେତିକି ଚର୍ଚ୍ଚା ନୁହେଁ ତା ଠୁ ଅଧିକ ଚର୍ଚ୍ଚା ହେଉଛି ବିଜେଡି ଓ କଂଗ୍ରେସର ଦୁର୍ବଳ ରଣନୀତି ଓ ଶୋଚନୀୟ ପ୍ରଦର୍ଶନକୁ ନେଇ । ନବୀନ ବ୍ରାଣ୍ଡର ଯୁଗ ଶେଷ ବୋଲି ବି ପ୍ରମାଣ କରି ଦେଇଛି ନୂଆପଡ଼ା । ଏହା ବି ଦର୍ଶାଇଛି ମନ ଇଛା ପ୍ରାର୍ଥି ଚୟନ ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା କୋଟେରୀ ଗ୍ରୁପକୁ ନେଇ ନିର୍ବାଚନ ପରିଚାଳନା ଦଳ ପାଇଁ କେତେ ଭୟଙ୍କର । ତେଣୁ ବର୍ତ୍ତମାନ ଆତ୍ମଚିନ୍ତନ ଓ ଆତ୍ମ ସମୀକ୍ଷା କରି ଗୋଷ୍ଠୀ କନ୍ଦଳର ଜାଲରୁ ନ ବାହାରିଲେ ଦଳ ଭାଙ୍ଗିଯିବା ଯେ ଥୟ ତାହା ବି ଦର୍ଶାଇ ଦେଇଛି ନୂଆପଡା ଉପ ନିର୍ବାଚନ । ଖାଲି ସେତିକି ନୁହେଁ ବ୍ରାଣ୍ଡ ନବୀନ ଓ ଶଙ୍ଖ ଚିହ୍ନ ନାଁରେ କରାଯାଉଥିବା ଆତ୍ମ ଗର୍ବକୁ ଛାଡ଼ି ଦ୍ୱିତୀୟ ଧାଡିର ସାଙ୍ଗଠନିକ ଦକ୍ଷତା ଥିବା ନେତାଙ୍କ କାନ୍ଧରେ ଆଗକୁ ବଢିବା ପାଇଁ ବିଜେଡିକୁ ଶିକ୍ଷା ଦେଇଛି ନୂଆପଡା ନିର୍ବାଚନ । ଯାହାକୁ ନେଇ ଆତ୍ମ ସମୀକ୍ଷା କରିବା ଲାଗି ନବୀନଙ୍କୁ ଚେତାଇ ଦେଇଛନ୍ତି ଯୁବ ଓ ବରିଷ୍ଠ ।

ଏବେ ନଜର ପକାନ୍ତୁ ବିଜେଡି ହାରିବାର ପ୍ରମୁଖ କାରଣ ସବୁ ଉପରେ

୧ - ଢୋଲକିଆଙ୍କ ପରିବାରକୁ ସାଥିରେ ରଖି ନ ପାରିବା
୨ - ଢୋଲକିଆଙ୍କ ପରିବାର ପ୍ରତି ଦଳୀୟ ନେତାଙ୍କ ଆପତ୍ତି ଜନକ ମନ୍ତବ୍ୟ (ଜୟ ଢୋଲକିଆଙ୍କୁ ପୋଷ୍ୟ ପୁଅ କହିବା)
୩ - ଭୁଲ ପ୍ରାର୍ଥୀ ଚୟନ ଓ ସ୍ଥାନୀୟ ନେତୃତ୍ୱଙ୍କୁ ଅଣଦେଖା
୪ - ହାରୁ ନେତାଙ୍କ ମାତ୍ରାଧିକ ହାକିମାତି
୫ - କୋଟେରୀ ଗ୍ରୁପ କାନ୍ଧରେ ନିର୍ବାଚନ ପରିଚାଳନା
୬ - ନବୀନଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାରେ ନିର୍ବାଚନ ପ୍ରଚାର କରାଇବା ହେଲା ବୁମେରାଂ
୭ - ନବୀନଙ୍କ ଭଳି ନେତାଙ୍କ ମୁହଁରେ ଢୋଲକିଆଙ୍କ ପରିବାରକୁ ବେଇମାନ କୁହାଇବା
୮ - ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା ନ କରି ବୟାନ ବାଜିରେ ପ୍ରଚାର ସୀମିତ ରଖିବା
୯ - ସାଧାରଣ ନିର୍ବାଚନର ବିପର୍ଯ୍ୟୟ ପରେ ଦଳରେ ବଢିଥିବା ଗୋଷ୍ଠୀ କନ୍ଦଳ
୧୦ - ନିର୍ବାଚନୀ ଫଣ୍ଡ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ଓ ନିର୍ବାଚନ ମଇଦାନରେ ନେତାଙ୍କ ସିରିଏସନେସ୍‌ ନ ରହିବା

ସାଧାରଣ ନିର୍ବାଚନରେ ବିଜେଡି ଏକ ନମ୍ବରରୁ ଦୁଇ ନମ୍ବରକୁ ଖସିଥିଲା ଆଉ ଏବେ ନୂଆପଡ଼ା ଉପ ନିର୍ବାଚନରେ ତିନି ନମ୍ବରକୁ ଖସି ଆସିଛି । ବଦଳି ଥିବା ରାଜ୍ୟ ରାଜନୀତିର ଏହି ସମୀକରଣ କୁ ଦେଖି ସମୀକ୍ଷକ କହୁଛନ୍ତି ବିଜେଡି ଭାଙ୍ଗିବାର ଦ୍ୱାର ଦେଶରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
End of Brand Naveen Era? BJD Faces Revolt After Nuapada Defeat | Argus News