Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚରମ ସୀମାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ

Odisha

ଚରମ ସୀମାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ

Jitendra Dash
Browse all articles by Jitendra Dash
·2 years ago·2 min read
ଚରମ ସୀମାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ

ଅର୍ଗସ ବ୍ୟୁରୋ : ଚରମ ସୀମାରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ । ଦଶପଲ୍ଲା ବିଧାୟକ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ବଢୁଛି ବିବାଦ । ବିଧାୟକ ହଟାଓ ଦଶପଲ୍ଲା ବିଜେଡ଼ି ବଞ୍ଚାଅ ନାରା ଦେଲେଣି ବିଜେଡ଼ି କର୍ମୀ । ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଦଶପଲ୍ଲା ବିଜେଡ଼ିରେ ଗୋଷ୍ଠୀ କନ୍ଦଳ । କେତେବେଳେ ବିଧାୟକଙ୍କୁ କଳାପତାକା ତ, ପୁଣି କେତେବେଳେ ସଂକଳ୍ପ ସମାବେଶ କରି ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ବିରୋଧ । ଏବଂ ଖୁଲମ ଖୁଲା ବିଶ ଗାଳୁଛନ୍ତି ଖୋଦ ଶାସକ ଦଳ କର୍ମୀ ।

ସ୍ଥାନୀୟ ଦଶପଲ୍ଲା ବିଜେଡ଼ି ନେତା ଉପେନ୍ଦ୍ର ସାହୁଙ୍କ ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ବିଧାୟକଙ୍କ ଅନ୍ୟ ଏକ ଗୋଷ୍ଠୀକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏବଂ ବିଜେଡ଼ିର ଗଡ଼ ଦଶପଲ୍ଲାରେ ବିଜେଡ଼ି ଦଳ ଅକଳରେ ପଡିଛି । ସେପଟେ ବିଧାୟକ ଖୁଲମ ଖୁଲା ଭାବେ ବ୍ଲକରୁ ପିସି ଆଦାୟ କରୁଥିବା ସହ ବିଜେଡ଼ି ନେତା ଉପେନ୍ଦ୍ର ସାହୁଙ୍କ ଜରିଆରେ ନିର୍ବାଚନ ମଣ୍ଡଳୀରେ ଗୁଣ୍ଡାରାଜ ଚଳାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକରେ ବର୍ତ୍ତମାନର ବିଧାୟକଙ୍କୁ ତମାମ ବିରୋଧ ଜାରିରହିଥିବା ବେଳେ, କର୍ମୀଙ୍କ ଆକ୍ରୋଶ ଓ ବିରୋଧ ଯୋଗୁଁ ଦିନକୁ ଦିନ ବିଧାୟକଙ୍କ ଗୋଷ୍ଠୀ ଦୁର୍ବଳ ହେବାରେ ଲାଗିଛି । କେବଳ ହାତ ଗଣତି ଲୋକଙ୍କୁ ନେଇ ବିଧାୟକ କର୍ମୀ ସମ୍ମିଳନୀ କରୁଥିବା ଦେଖିବାକୁ ମିଳିଛି । ସେପଟେ ମାଳ ମାଳ ଆଶାୟୀଙ୍କ ସାଙ୍ଗକୁ ନିର୍ବାଚନ ମଣ୍ଡଳୀରର ଦଳୀୟ କନ୍ଦଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ିର ମୁଣ୍ଡବିନ୍ଧା କାରଣ ପାଲଟିଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପାଞ୍ଚବର୍ଷରେ ଥରେ ନିଜର ନେତା ବଦଳାଉଥିବା ବିଜେଡ଼ି ପାଇଁ ଏଥର ଦଳୀୟ କନ୍ଦଳ ଚରମ ସୀମାରେ ପହଞ୍ଚିଥିବା ବେଳେ ୨୦୨୪ ନିର୍ବାଚନରେ ଦଳ ମୁଖିଆଙ୍କ ପାଇଁ ଏଠାରେ ପ୍ରାର୍ଥୀ ବାଛିବା କାଠିକାର ପାଠ ହେବ ବୋଲି ଚର୍ଚ୍ଚା ଜୋରଧରିଛି I 

Argus Whatsapp Channel Mobile Top
Sponsored
BJD Daspalla Issue | Argus News