Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mahanadi River Dispute / ମହାନଦୀକୁ ନେଇ ବିଜେଡିର ଦୋମୁହାଁ ଆଭିମୁଖ୍ୟର ପୋଲ୍ ଖୋଲିଲେ ଜୟନାରାୟଣ

Ritu Das
Browse all articles by Ritu Das
·7 months ago·3 min read
ମହାନଦୀକୁ ନେଇ ବିଜେଡିର ଦୋମୁହାଁ ଆଭିମୁଖ୍ୟର ପୋଲ୍ ଖୋଲିଲେ ଜୟନାରାୟଣ
politics

Key Points

ମହାନଦୀ ବଞ୍ଚାଅ ପାଇଁ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ସରକାର ଆଲୋଚନା କରିବେ କି? ତେବେ ପ୍ରସନ୍ନ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ସହ ବରିଷ୍ଠ ବିଜେପି ବିଧାୟକ ଜୟନାରାଣ ବିଜେଡି ମହାନଦୀକୁ ନେଇ ମିଛ କାନ୍ଦଣାର ପୋଲ ଖୋଲିଛନ୍ତି।
ମହାନଦୀ ବିବାଦ ସମାଧାନ ଦିଗରେ ଆଉପାଦେ ଆଗକୁ ଵଢ଼ିଛି। କାରଣ ଆଗାମୀ ୨୨ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ କମିଟିର ପ୍ରଥମ ବୈଠକ। ହେଲେ ବୈଠକ ଆଗରୁ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପଚାରିଛନ୍ତି ପାଞ୍ଚଟି ପ୍ରଶ୍ନ। ଆଉ ମହାନଦୀକୁ ନେଇ ବିଜେଡି ମିଛ କାନ୍ଦଣାର ପୋଲ ଖୋଲିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

ଏହାସହ ପଢ଼ନ୍ତୁ: ନୟାଗଡ଼ ଚାଷୀଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, ଚିନିକଳ ପାଇଁ ନେଲେ ପଦକ୍ଷେପ

1- ସରକାର ଯେଉଁ ଆପୋଷ ବୁଝାମଣା ଆଲୋଚନା କଥା କହୁଛନ୍ତି ତାହାର ସର୍ତ୍ତ କଣ?
2-ସରକାର ଟ୍ରିବୁନାଲରୁ ଓହରି ଯିବେ କି?
3-ଛତିଶଗଡ଼ ସରକାର ନିର୍ମାଣ କରୁଥିବା ଆନିକଟର କାର୍ଯ୍ୟକୁ ବନ୍ଦ କରିବେ କି ?
4-ଟ୍ରିବୁନାଲରେ ତ୍ୱରିତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଆବେଦନ କରିବେ କି?
5-ମହାନଦୀ ବଞ୍ଚାଅ ପାଇଁ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ସରକାର ଆଲୋଚନା କରିବେ କି? ତେବେ ପ୍ରସନ୍ନ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ସହ ବରିଷ୍ଠ ବିଜେପି ବିଧାୟକ ଜୟନାରାଣ ବିଜେଡି ମହାନଦୀକୁ ନେଇ ମିଛ କାନ୍ଦଣାର ପୋଲ ଖୋଲିଛନ୍ତି।

ମହାନଦୀ ବିବାଦର ସମାଧାନ ବାଟ ଖୋଜିବ ସର୍ବଦଳୀୟ କମିଟି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟିରେ ରହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ।

ପୂର୍ବରୁ ମହାନଦୀକୁ ମା' କହି ଠକିଥିଲା ବିଜେଡି ସରକାର । ଛତିଶଗଡ଼ ୨୦୦୮ ମସିହାରୁ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ପାଣି ଅଟକାଇଥିବାବେଳେ ୨୦୧୭ରେ ଭାଙ୍ଗିଥିଲା ବିଜେଡି ସରକାରଙ୍କ ନିଦ । ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବୀନ ମହାନଦୀକୁ ମା' କହି ଆରମ୍ଭ କରିଥିଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ । ଆଉ ଏହା ପରେ ଆପୋଷ ଆଲୋଚନାଠୁ ଦୂରେଇ ରହି କେବଳ ଟ୍ରିବୁନାଲ ନାଁରେ ୫ ବର୍ଷ ଗଡ଼ାଇ ଦେଇଥିଲେ ବିଜେଡି ସରକାର । ଏମିତିକି କେନ୍ଦ୍ର ସରକାର ଡାକିଥିବା ବୈଠକ ଅଧାରୁ ଉଠି ଆସିଥିଲେ ନବୀନ ।
ମହାନଦୀରେ ୭ଟି ବ୍ୟାରେଜ୍ ନିର୍ମାଣ ପାଇଁ ୨୦୧୮ରେ ବିଜେଡି ସରକାର ଘୋଷଣା କରିଥିବାବେଳେ କ୍ଷମତାରୁ ଯିବା ଯାଏଁ ୬ ବର୍ଷ ଭିତରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରିପାରିନଥିଲା।

ମହାନଦୀ ପାଇଁ ଅଣ୍ଟା ଭିଡ଼ିଲେ ମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ହେବ ସମାଧାନ


ମହାନଦୀ ବିବାଦର ସମାଧାନର ବାଟ ଖୋଜିବ ସର୍ବଦଳୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ଏକ ଉଚ୍ଚ ସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ୭ ଜଣିଆ କମିଟି । ଯିଏ ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ଦିଗକୁ ତର୍ଜମା କରି ସମାଧାନର ବାଟ ବାହାର କରିବ । ଆଉ ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ବସିବ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ।

ମହାନଦୀ ବିବାଦର ସମାଧାନ ବାଟ ଖୋଜିବ ସର୍ବଦଳୀୟ କମିଟି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ଏକ ଉଚ୍ଚ ସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟିରେ ରହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ ରହିଛନ୍ତି ।

ତେବେ ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ। ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନିତିଗତ ଦିଗଦର୍ଶନ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରେ କୁହାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jaynarayan Exposes BJD’s Double Stand on Mahanadi | Argus News