Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ଲୁଚୁନାହିଁ

Jitendra Dash
Browse all articles by Jitendra Dash
·2 years ago·1 min read
ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ଲୁଚୁନାହିଁ

ଅର୍ଗସ ବ୍ୟୁରୋ : ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଯେତେ ଲୁଚେଇବାକୁ ଚେଷ୍ଟା କରିବା ପରେ ବି ଲୁଚିଲା ନାହିଁ । ନିର୍ବାଚନ ପୂର୍ବରୁ ଏମିତି ବିଜେଡି କଳି ପଦାରେ ପଡୁଥିବାରୁ ଚିନ୍ତାରେ ଶୀର୍ଷସ୍ତରର ନେତା । କାରଣ ଯଦି ସ୍ଥିତି ଏମିତି ହେଲା ତେବେ ନିର୍ବାଚନ ବୈତରଣୀରେ ବୁଡିବ ବିଜେଡି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵରର ସୋର ବିଜେଡିର । ଯେଉଁଠି ଲାଗି ରହିଛି ବିଜେଡ଼ିର ସାଙ୍ଘାତିକ ଗୋଷ୍ଠୀ କନ୍ଦଳ । 

ଏମିତିକି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ତୁଟୁନି ଗୋଷ୍ଠୀ କନ୍ଦଳ ବିବାଦ । ଉଗ୍ର ହେଉଛି ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ଗୋଷ୍ଠୀ ଏବଂ ବିଧାୟକ ବିରୋଧୀ ଗୋଷ୍ଠୀଙ୍କ କନ୍ଦଳ । ବିଜୁ ଜୟନ୍ତୀରେ ବି ଅଲଗା ଅଲଗା ସ୍ଥାନରେ ପାଳିଲେ ଜନ୍ମ ଜୟନ୍ତୀ । ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସୋର ନିର୍ବାଚନ ମଣ୍ଡଳୀ ବିଜେଡିର କଳି ଉଗ୍ର ହେବାରେ ଲାଗିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ସୋର ରାଧାନାଥ ପଡିଆରେ ନିଜର ଗୋଟିଏ ଗୋଷ୍ଠୀକୁ ଧରି ସଭା କରିଥିବା ବେଳେ, ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଶିବାନୀ ଶଙ୍କର ରାୟଙ୍କ ନେତୃତ୍ୱରେ ବାହାନଗାରେ ସଭା କରି ବିଜୁ ଜୟନ୍ତୀ ପଲିଥିଲେ । ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ସୋରରେ ନିର୍ବାଚିତ ହେବା ପରେ ସୋରରେ କୌଣସି ବିକାଶ କରିନଥିବା ବେଳେ, ନିଜର ବିକାଶ କରିଛନ୍ତି ବୋଲି କହିଛନ୍ତି ପର୍ଶୁଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ବିଜେଡି ନେତା ମାନେ । ଅନ୍ୟ ପଟେ ପର୍ଶୁରାମ ନିଜ ସମର୍ଥକଙ୍କ ସହ ବିଦ୍ରୋହୀଙ୍କ ଉପରେ ମଧ୍ୟ ବର୍ଷିଥିଲେ । 
 

Sponsored
BJD Election issue | Argus News