ରାଜ୍ୟସାରା ଉଗ୍ର ରୂପ ନେଉଛି ବିଜେଡି ଅନ୍ତଃ କନ୍ଦଳ

ଅର୍ଗସ ବ୍ୟୁରୋ: ଗୋଷ୍ଠୀ କନ୍ଦଳ ରୋକିବାରେ ଫେଲ ମାରିଛି ବିଜେଡି। ବିଜେଡି ବିଜେଡି ଭିତରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ। ରାଜ୍ୟସାରା ଉଗ୍ର ରୂପ ନେଉଛି ବିଜେଡି ଅନ୍ତଃ କନ୍ଦଳ। ଦଳରେ ବି ମହିଳା ସମ୍ମାନର ଉଡିଲା ଧଜିଆ। କେନ୍ଦୁଝର ଆନନ୍ଦପୁର ମ୍ୟୁନିସିପାଲିଟି ପୈରାଧକ୍ଷା ରଜନୀରାଣୀଙ୍କୁ ଅସମ୍ମାନ ଅଭିଯୋଗ। ଆନନ୍ଦପୁର ମ୍ୟୁନିସିପାଲିଟି ପୈରାଧକ୍ଷା ରଜନୀରାଣୀ ଖଟୁଆଙ୍କୁ ଆନନ୍ଦପୁର ବିଜେଡିର ପୂର୍ବତନ ନଗର ସଭାପତି ରମାକାନ୍ତ ବେହେରା ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ କିଛିଦିନ ତଳେ ରମାକାନ୍ତ ବେହେରା ପୌରାଧକ୍ଷାଙ୍କୁ ଅଶାଳୀନ ଗାଳିଗୁଲଜ କରିଥିବାର ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ଯାହାଦ୍ଵାରା ପୌରଧ୍ୟକ୍ଷାଙ୍କ ସମ୍ମାନହାନି ହୋଇଛି ବୋଲି ପୌରଧ୍ୟକ୍ଷା ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ଦେଉଥିବା କହୁଥିବା ବେଳେ ପୌରାଧ୍ୟକ୍ଷା ରଜନୀରାଣୀଙ୍କୁ କର୍ମୀଙ୍କ ଅଶାଳୀନ ମନ୍ତବ୍ୟ କେଉଁ ଦୃଷ୍ଟିଭଙ୍ଗୀରେ ଦେଖୁଛି ବିଜେଡି ତାକୁ ନେଇ ପ୍ରଶ୍ନବେଚୀ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
