Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡ଼ିର ପରିବାରବାଦ ରାଜନୀତି

Odisha

ବିଜେଡ଼ିର ପରିବାରବାଦ ରାଜନୀତି

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡ଼ିର ପରିବାରବାଦ ରାଜନୀତି

ଅର୍ଗସ ବ୍ୟୁରୋ : ବାଲେଶ୍ଵରରେ ଭାଙ୍ଗି ଭାଙ୍ଗି ଯାଇଚି ବିଜେଡ଼ି ଦଳ । ବିଜେଡ଼ି ପାଇଁ କାଳ ହେଉଛି ପରିବାରବାଦ ରାଜନୀତି । ସେପଟେ ନୂଆ ଚେହେରା ଆସାରେ ବାଲେଶ୍ଵରବାସୀ । ପୁଣି ପରିବାର ରାଜନୀତିକୁ ନେଇ ବଢିଲା ବିବାଦ । ବିବାଦରେ ଫଶିଲା ବିଜେଡ଼ିର ପରିବାରବାଦ ରାଜନୀତି । ଗୋଟିଏ ପଟେ ପରିବାରବାଦ ରାଜନୀତି ଓ ଅନ୍ୟପଟେ ନୂଆ ଯୁବ ଚେହେରା ପାଇଁ ବଢୁଛି କଳି । ଏଭଳି ପରିବାର ରାଜନୀତି ଦେଖିବାକୁ ମିଳିଛି ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ । 

ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଦଶନ୍ଧି ଦଶନ୍ଧି ଧରି ପାଣିଗ୍ରାହୀ ପରିବାର ଶାସନ କ୍ଷମତାରେ ରହି ଆସିଛନ୍ତି । ଯାହାଫଳରେ ଜ୍ୟୋତିଙ୍କ ବିରୋଧରେ ତାଙ୍କରି ଦଳର ନେତା ଓ କର୍ମୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯେଉଁଥିପାଇଁ ସିମୁଳିଆ ବିଜେଡିରେ ବିକଳ୍ପ ଭାବରେ ଦଳ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ନେଇ ଆଲୋଚନା ହେଉଛି । ଅନ୍ୟପଟେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜର ଅସନ୍ତୋଷ ଗୋଷ୍ଠୀକୁ ମନେଇବାରେ ମଧ୍ୟ ବିଫଳ ହୋଇଛନ୍ତି । ଯାହାର ଫାଇଦା ଗଣେଷ ପ୍ରସାଦ ମହାପାତ୍ର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠିକ ସେହିପରି ଭାବେ ବିଜେପିର ଯୁବ ନେତୃତ୍ୱ ଭାବେ ଠାକୁର ରଞ୍ଜିତ ଦାସଙ୍କ ନାମ ମଧ୍ୟ ଚର୍ଚ୍ଚା ହୋଇଛି । ସେ ଜଣେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା । ବିଜେପିରେ ରଞ୍ଜିତ ରାଜ୍ୟ ସ୍ତରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି କାର୍ଯ୍ୟ ତୁଲାଇଛନ୍ତି । ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଯଦି ଟିକେଟ ଦିଏ ତେବେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ଆଲୋଚନା ହେଉଛି । ଅନ୍ୟପଟେ କଂଗ୍ରେସ ନିର୍ବାଚନରେ ପଛରେ ପଡିଯାଇଥିବା ମଧ୍ୟ କୁହା ଯାଉଛି । ନିର୍ବାଚନ ମଣ୍ଡଳୀରେ ଏବେ ମଧ୍ୟ ବହୁ ମୌଳିକ ସମସ୍ୟା ରହିଛି । ରାସ୍ତାଘାଟ, ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହୋଇ ପାରି ନାହିଁ । ଯାହା ଫଳରେ ଲୋକେ ନାନାଦି ସମସ୍ୟା ଭୋଗୁଛନ୍ତି । ଦିଆଯାଇଥିବା ପ୍ରତିଶୃତି ବିଜେଡ଼ି ସରକାର ପୂରଣ କରି ନାହିଁ ।
 

Sponsored
bjd family politics | Argus News