Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ଅସଲ ମୁଖା

Jitendra Dash
Browse all articles by Jitendra Dash
·2 years ago·2 min read
ଖୋଲିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ଅସଲ ମୁଖା

ଅର୍ଗସ ବ୍ୟୁରୋ : ଖୋଲିଲା ଆମ ଓଡ଼ିଶା ନବୀନ ଓଡ଼ିଶାର ଅସଲ ମୁଖା । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ହଟହଟା ହେଲେ ବିଜେଡ଼ି ବିଧାୟକ । ବଦଳରେ ଉତ୍ୟକ୍ତ ହେଲେ ଗ୍ରାମବାସୀ, ଭାଙ୍ଗିଲା ଚେୟାର । ପୁଣି ରଣକ୍ଷେତ୍ର ପାଲଟିଲା ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଗାଳି ଗୁଲଜ ସହ ଧକ୍କା ମରାମରି ହେଲା ନେତା କର୍ମୀ । ଏବଂ ରାଗରେ ଚାୟାର ଭାଙ୍ଗିଲେ । ଆଉ ବିକାଶ ନାରେ ହରିଲୁଟର କରୁଥିବାର ଆସିଲା ଅଭିଯୋଗ । ଆମ ଓଡ଼ିଶା ନବୀନ ଓଡ଼ିଶାର ଉଡିଲା ଧଯିଆ l ରାଜ୍ୟ ସରକାର ସ୍ଵଚ୍ଚ ନିର୍ମଳ ଶାସନର ନାରାବାଜି କରୁଥିଲା ବେଳେ ଭୋଗରାଇ ବ୍ଳକ୍ ଗୁଣସାର୍ଥା ପଞ୍ଚାୟତରେ ଚାଲିଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । 

ଫିଙ୍ଗା ଫିଙ୍ଗି ଚାଲିଛି ତ ଆଉ କୋଉଠି ଠେଲା ପେଲା ଚାଲିଛି l କିଛି ସମୟ ଧରି ଉପୁଯିଥିଲା ଉତ୍ତେଜନା ପୁର୍ଣ୍ଣ ପରିସ୍ଥିତି  l ସ୍ଵାଧୀନତାର ୭୫ ବର୍ଷ ପରେ ବି ଲୋକେ ହୀନସ୍ତା ଭୋଗୁଛନ୍ତି । ଗାଁକୁ ରାସ୍ତାଟିଏ ନାହିଁ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ପାନୀୟ ଜଳ କଥା ନକହିଲେ ଭଲ । ରାସ୍ତା ପାଇଁ ଲୋକେ ରାସ୍ତା ଉପରେ ଧାନଗଛ ପୋତି ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ଆଜି ବିଧାୟକଙ୍କୁ ନିଜର ସମସ୍ୟା ଜଣାଇ ଥିଲେ ଗୁଣସାର୍ଥୀ ପଞ୍ଚାୟତବାସୀ କିନ୍ତୁ  ଶାସକ ଦଳର କର୍ମୀ ଏହାକୁ ବିରୋଧକୁ କରିବାରୁ ଗ୍ରାମବାସୀ ଓ ଗୋଷ୍ଠୀର ମହିଳା ମାନଙ୍କ ସହିତ ଦୀର୍ଘ ସମୟ ଧରି  ଉତ୍ତେଜନା ପୁର୍ଣ ପରିସ୍ଥିତି ସୃଷ୍ଟି ହଇଥିଲା l ଗଣ୍ଡ ଗୋଳର ମାତ୍ର ଏତେ ବଡ଼ିଥିଲା ଯେ ଶେଷରେ ସଭାକାର୍ଯ୍ୟ ବନ୍ଦ ହୋଇ ଯାଇଥିଲା l ଉପାୟ ନ ପାଇ ବାଧ୍ୟ ହୋଇ ବିଧାୟକ ସଭା ସ୍ଥଳରୁ ଫେରି ଯାଇଥିଲେ l

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଧାୟକ ଅନନ୍ତ ଦାସ ସଭା ମଞ୍ଚରେ ପହଞ୍ଚିବା ମାତ୍ରେ ଆରମ୍ଭ ହୋଇଥିଲା ପ୍ରତିବାଦ । ୨୦୦୪ରୁ ଲଗାତାର ୨୦ ବର୍ଷ ଧରି ଶ୍ରୀ ଦାସ ବିଧାୟକ ଥାଇ ବି ପଞ୍ଚାୟତବାସୀ ଅବହେଳିତ । ଫଳରେ ବିକାଶ କଥାକୁ ନେଇ ଲୋକେ ବିଧାୟକଙ୍କୁ ବିରୋଧ କରିବା ସହିତ ଜୟ ଶ୍ରୀରାମ ନାରା ମଧ୍ୟ ଦେଇଥିଲେ । ତେବେ ସରକାର ଗ୍ରାମାଞ୍ଚଳର ବିକାଶକୁ ଅଗ୍ରଗତି ଦେବା ପରିବର୍ତ୍ତେ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଲୋକଙ୍କୁ ଲଲି ପୋପ ଦେଖାଇ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ସାଧାରଣ ଲୋକେ ।
 

Sponsored
BJD Fight Ama Odisha Naveen Odisha | Argus News