ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ଅର୍ଗସ ବ୍ୟୁରୋ : ହୋ ହାଲ୍ଲା... ମାଡ ପିଟ୍ ପାଟି ତୁଣ୍ଡ... ଯାହାକୁ ନେଇ କମ୍ପିଥିଲା ସାରା ପରିବେଷ । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଝରିଗାଁରେ । ଗତ କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ଏବଂ ଏହିସବୁ ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି ।
ତେବେ ମତଦାନ ସମୟରେ କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମଧ୍ୟ ମିଳିଥିଲା । ଗଞ୍ଜାମର ଚିକିଟି, ବ୍ରହ୍ମପୁର ଓ ଗୋପାଳପୁର ଏବଂ ନବରଙ୍ଗପୁରର ଝରିଗାଁର ବିଭିନ୍ନ ବୁଥରେ ବିଜେଡ଼ି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା । ସେହିଭଳି ଗତ କାଲି ନିର୍ବାଚନ ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ନରସିଂହ ଭତ୍ରା ଝରିଗାଁ ଥାନାରେ ମଧ୍ୟ ଏତଲା ଦେଇଛନ୍ତି ।
📱 Get Argus News App
✨ଶ୍ରୀ ଭତ୍ରା କହିଛନ୍ତି, ଦେଉଳକୋନା ଗାଁର ୨୦୪ ନମ୍ବର ବୁଥ୍ରେ ଅନିୟମିତତା ହେଉଥିବା, ତଥା ବୁଥ୍ କ୍ୟାପଚରିଂ ପାଇଁ ପ୍ରୟାସ କରାଯାଉଥିବା କଥା ଶୁଣି ମୁଁ ସେଠାକୁ ଯାଇଥିଲି । ସେହି ସମୟରେ ବିଜେଡିର କିଛି କର୍ମୀ ମାନେ ମତେ ଆକ୍ରମଣ କରିଥିଲେ । ଅସଭ୍ୟ ଭାଷାରେ ଗାଳି କରିବା ସହିତ ଲାତ, ଗୋଇଠା ଓ ବିଧା ମାରି ତଳେ ପକାଇ ମାଡ଼ ମଧ୍ୟ ମାରିଥିଲେ ବୋଲି କହିଛନ୍ତି । କିନ୍ତୁ ସେମାନେ କିଛି ନ ଶୁଣି ଧକ୍କା ମାରି ବାହାରକୁ ନେଇ ଯାଇଥିଲେ । ଗାଳି କରିବା ସହିତ ସେମାନେ ମୋତେ ପିଟି ଥିଲେ । ପ୍ରାୟ ୨୦ରୁ୩୦ ଜଣ ମିଶି ଏଭଳି ଅଘଟଣ ଘଟାଇଛନ୍ତି ବୋଲି ସେ କହିଛନ୍ତି ।