Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତିଶୃତି ଦେଇ ଠକିଦେଲେ ବିଜେଡି ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରତିଶୃତି ଦେଇ ଠକିଦେଲେ ବିଜେଡି ସରକାର

ଅର୍ଗସ ବ୍ୟୁରୋ: ସମୁଦ୍ର ଆଁରୁ ଜୀବନ ବଞ୍ଚିଲା କିନ୍ତୁ ହଜିଗଲା ଜୀବୀକା।  ଇଏ ହେଉଛି ସେହି ସାତଭାୟା , ଯେଉଁଠି ଥଇଥାନ ହୋଇଛନ୍ତି ସାତଭାୟାର  ୪ ଗାଁର ୫୭୧ ପରିବାର। ଜଳବାୟୁ ପରିବର୍ତ୍ତନରୁ ସମୁଦ୍ର ଆଁରେ ଥିବା ସାତଭାୟାବାସୀଙ୍କୁ  ୨୦୧୬ରେ ବଗପାଟିଆ ଆଣି ଥଇଥାନ କରିଥିଲେ ରାଜ୍ୟ ସରକାର। ହେଲେ ସାତଭାୟାବାସୀଙ୍କୁ ପୂର୍ବ ସରକାର ଦେଖାଇଥିବା ସ୍ବପ୍ନ ମରୀଚିକା ପାଲଟିଛି। ଏବେ ବି ୨୦୦ ପରିବାର ଥଇଥାନ ଯୋଜନାରୁ ବଞ୍ଚିତ। ଯେଉଁ ୫୭୧ ପରିବାରକୁ  ପରିବାରକୁ ଥଇଥାନ ଯୋଜନାରେ ସରକାର ୧୦ ଡେସିମିଲ୍ ଜାଗା ଦେଇଥିଲେ ସେଥିଲେ ୫୦ ପ୍ରତିଶତ ଘର ଅଧାପନ୍ତରିଆ। ଆଜିଵି ଗାଁକୁ ଯିବାକୁ ନାହିଁ ରାସ୍ତା।  ପାଣି କାଦୁଅ ସରସର ରାସ୍ତାରେ ଚଲାଵୁଲା କରୁଛନ୍ତି ଅଞ୍ଚଳଵାସୀ । ବର୍ଷତମାମ ଏହି ରାସ୍ତା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ବର୍ଷ ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

 ଜୀବନ ସିନା ବଞ୍ଚିଗଲା କିନ୍ତୁ ଜୀବିକା ଉଚ୍ଛନ୍ନ। ସମୁଦ୍ର ଆଁକୁ ଚାଲିଗଲା ଚାଷ ଜମି ।  ମୁଖ୍ୟ ଜୀବିକା ଉଜୁଡିଗଲା ପରେ ଆହୁରି ସଂଘର୍ଷପୂର୍ଣ୍ଣ ହୋଇଯାଇଛି ଜୀବନ। କର୍ମ ସଂସ୍ଥାନ ଅଭାବରୁ ସାତଭାୟାର ଶତାଧିକ ଯୁବକଯୁବତୀ ଦାଦନ ଖଟିବାକୁ ସୁଦୂର କେରଳ, ତାମିଲନାଡୁ, ବେଙ୍ଗଳୁରୁ ଯାଉଛନ୍ତି।

ଘରଡିହ, ଚାଷ ଜମି ଏମିତି ଅନେକ ପ୍ରତିଶ୍ରୁତି କେବଳ ଘୋଷଣା ସର୍ବସ୍ବ ହୋଇ ରହିଯାଇଛି। ଏବେ ସାତଭାୟାବାସୀଙ୍କ ପ୍ରଶ୍ନ  ପୂରଣ ହେବ ତ ସାତଭାୟାବାସୀଙ୍କ ସ୍ବପ୍ନ ? ୨୪ ବର୍ଷର ସରକାର ଠକି ଥିବା ବେଳେ ନୂଆ ସରକାରଙ୍କ ଉପରେ ବିଶ୍ବାସ ବାନ୍ଧିଛନ୍ତି ସାତଭାୟାବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
BJD government cheated by promising | Argus News