Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବଗଡ଼ବାସୀଙ୍କୁ ବିଜେଡି ସରକାରଙ୍କ ଧୋକା

Ritu Das
Browse all articles by Ritu Das
·2 years ago·1 min read
ଦେବଗଡ଼ବାସୀଙ୍କୁ ବିଜେଡି ସରକାରଙ୍କ ଧୋକା

ଅର୍ଗସ ବ୍ୟୁରୋ: ପ୍ରାକୃତିକ ସମ୍ପଦରେ ଭରପୁର ଦେବଗଡ଼ । କିନ୍ତୁ ସବୁଥିରେ ଅବହେଳିତ, ସେଥିପାଇଁ ସବୁ କ୍ଷେତ୍ରରେ ପଛୁଆ ଏ ଜିଲ୍ଲା। ବିଜୁ ଜନତା ଦଳର 24 ବର୍ଷର ଶାସନ ଭିତରେ ଦେବଗଡ଼ରେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା କରିପାରିଲେନି ବିଜେଡି ସରକାର। ଅପାର ସମ୍ଭାବନା ସତ୍ତ୍ବେ ନାହିଁ ନିଯୁକ୍ତି ସୁଯୋଗ। ଫଳରେ ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଦେବଗଡ଼ବାସୀ। କେବଳ ଶିଳ୍ପ ନୁହେଁ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼ରେ ରହିଛି ଅମାପ ଅଭିବୃଦ୍ଧି ସମ୍ଭାବନା। ଜିଲ୍ଲାରେ ଥିବା ଦୁଇଟି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ-ପଧାନପାଟ ଓ କୁରୁଡୁକଟ ଜଳ ପ୍ରପାତକୁ ଲଗାତାର ଅଣଦେଖା କରିଆସିଛନ୍ତି ରାଜ୍ୟ ସରକାର। ଏଠାରେ ପର୍ଯ୍ୟଟକଙ୍କ ପାଇଁ ନାହିଁ ଆନୁଷଙ୍ଗିକ ବ୍ୟବସ୍ଥା। ଫଳରେ ଏଠାକୁ ଆସୁନାହାନ୍ତି ଅଧିକ ସଂଖ୍ୟାରେ ପର୍ଯ୍ୟଟକ। ସେଥିପାଇଁ ସ୍ଥାନୀୟ ଲୋକଙ୍କ ରୋଜଗାରର ବାଟ ବି ବନ୍ଦ ହୋଇଚାଲିଛି। 

ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କୁରୁଡ଼କଟ ଝରଣା । ଏଠାକୁ ଯିବା ପାଇଁ ଭଲ ରାସ୍ତା ଟିଏ ବି ନାହିଁ । ଏ ସ୍ଥାନକୁ ଆଡ଼ ଆଖିରେ ବି ଚାହୁଁନାହିଁ ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ବି ନାହିଁ । ସବୁଠି ଅବ୍ୟବସ୍ଥା। 
 ଅନ୍ୟପଟେ ଏ ସ୍ଥାନ ପାଲଟିଛି ସାମାଜିକଙ୍କ ଆଡ୍ଡା ସ୍ଥଳୀ। ଏହି ସ୍ଥାନରୁ ହିଁ ରାଜ୍ୟରେ ପ୍ରଥମେ ହୋଇଥିଲା ବିଦ୍ୟୁତ୍ ଉତ୍ପାଦନ। କିନ୍ତୁ ସରକାରଙ୍କ ଅବହେଳା ଯୋଗୁଁ ଏହି ସ୍ଥାନ ଅବହେଳିତ ହୋଇପଡ଼ିଛି । ଜିଲ୍ଲାରେ ଭରପୁର ପ୍ରାକୃତିକ ସଂପଦ। ପର୍ଯ୍ୟଟନ ଶିଳ୍ପ ପାଇଁ ଅପାର ସମ୍ଭାବନା । ହେଲେ ରାଜ୍ୟର ଅପାରଗ ସରକାର ଯୋଗୁଁ ଏଠି ପଡ଼ିନାହିଁ ବିକାଶର ପାଦ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD government | Argus News