Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶିକ୍ଷା ଭିତ୍ତିଭୂମିର ବିକାଶ କରି ପାରିଲା ନାହିଁ ବିଜେଡି ସରକାର

Odisha

ଶିକ୍ଷା ଭିତ୍ତିଭୂମିର ବିକାଶ କରି ପାରିଲା ନାହିଁ ବିଜେଡି ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶିକ୍ଷା ଭିତ୍ତିଭୂମିର ବିକାଶ କରି ପାରିଲା ନାହିଁ ବିଜେଡି ସରକାର

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ।  ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରାଛାତ୍ରୀ । ବିଦ୍ୟାଳୟରେ ନାହିଁ ଶ୍ରେଣୀଗୃହ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବଡିଗେଟl ପଞ୍ଚାୟତ  କୁରୁବ ଓ ବଡିଗେଟl ଗାଁରେ ଭୁଷୁଡିଛି ଶିକ୍ଷା ବ୍ୟବସ୍ଥା । ଗାଁରେ  ୭୨ଟି ପରିବାରର ୩୦୦ରୁ ଅଧିକ ଲୋକେ ବସବାସ କରନ୍ତି । କିନ୍ତୁ ଭିତ୍ତିଭୂମୀର ଅସୁବିଧା ଯୋଗୁଁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ  ଶ୍ରେଣୀ ପର୍ଯ୍ୟନ୍ତ ୧୬ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇଜଣ ଶିକ୍ଷକରେ ଚାଲିଛି ଶିକ୍ଷାଦାନ । ଗତ କାଳବୈଶାଖୀ ପ୍ରଭାବରେ  ବିଦ୍ୟାଳୟ ର ସମସ୍ତ ଗୃହର  ଟିଣ ଛପର ଉଡିଯାଇଛି । ଏହା ସହ ଆସବାବପତ୍ର ନଷ୍ଟ ହୋଇଯାଇଛି ।  ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ବିଦ୍ୟାଳୟ ପରିସରରେ ଥିବା ଅଧା ଭଙ୍ଗା ଘରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଅବ୍ୟବସ୍ଥାରେ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ହେଉନାହାଁନ୍ତି ଅଭିଭାବକ ।

ସେପଟେ ବିଦ୍ୟାଳୟରେ ପିଲାଙ୍କ ପାଇଁ ରୋଷେଇ ଘର କି ଖେଳ ପଡିଆ ମଧ୍ୟ ନାହିଁ ।  ବାରମ୍ବାର ବିଭାଗୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳି ପାରିନାହିଁ l ବର୍ଷା ଦିନ ହୋଇ ଥିବାରୁ ଘର ମରାମତିର ଆବଶ୍ୟକତା ରହିଛି l ସ୍ଥାନୀୟ ସରପଞ୍ଚ ଘଟଣାର ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । 24 ବର୍ଷର ବିଜେଡି ସରକାର 5T ମାଧ୍ୟମରେ ସ୍ମାର୍ଟ ବିଦ୍ୟାଳୟ କରିଥିବାବେଳେ ତୃଣମୂଳ  ସ୍ତରରେ ବାସ୍ତବ ଚିତ୍ର ଆଲଗା । ନୂଆ ସରକାରରେ ଶିକ୍ଷା ବ୍ୟବସ୍ଥାରେ ବିକାଶକୁ ନେଇ ବେଶ ଆଶାବାଦୀ ଅଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJD government could not develop education infrastructure | Argus News