Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5 ବର୍ଷରେ ଆଖି ବୁଜିଲେଣି 15 ଜଣ

Manini Pattanayak
Browse all articles by Manini Pattanayak
·2 years ago·2 min read
5 ବର୍ଷରେ ଆଖି ବୁଜିଲେଣି 15 ଜଣ

ଅନୁଗୁଳ:  ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ପାନୀୟ ଜଳ ପ୍ରକଳ୍ପ । 50 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏମାତ୍ର ନଳକୂପରୁ ବାହାରୁଥିବା ଲୁହା ଗୁଣ୍ଡ ଯୁକ୍ତ ନାଲି ପାଣି । ଯାହାକୁ ନେଇ ବ୍ୟାପୁଛି କିଡନୀ, ଗଲାଣି 15 ଜୀବନ । ଘରେ ଘରେ ପାଇପ୍ ଯୋଗେ ପହଞ୍ଚିବ ପାଣି ସାରା ରାଜ୍ୟରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏ ଚିତ୍ର ଖୋଲିଛି ସତ ବନାମ ବାସ୍ତବତାର ପୋଲ୍ । ଇଏ ଦେଖନ୍ତୁ, ଯେଉଁ ପାଣିରେ ଗାଧୋଇବାକୁ ବି ଆମେ କୁଣ୍ଠାବୋଧ ହେବା । ସେଇ ପାଣିକୁ ପିଇ ବର୍ଷ ବର୍ଷ ଧରି ବଞ୍ଚୁଛନ୍ତି 50 ପରିବାର । ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ରୋହିଲା ପଞ୍ଚାୟତ ବେଣୀପଥର ଗାଁକୁ ବାଟ ଭୁଲୁଛି ବିକାଶ । ଗାଁରେ 300ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ହିଁ ମାତ୍ର ନଳକୂପ ରହିଛି । ସେଥିରୁ ମଧ୍ୟ ଲୌହ ଗୁଣ୍ଡ ଯୁକ୍ତ ନାଲି ପାଣି ବାହାରୁଛି ।

ଯାହାକୁ ପିଇ 5 ବର୍ଷରେ 15ରୁ ଅଧିକ ଲୋକଙ୍କ କିଡନୀ ରୋଗରେ ଜୀବନ ଗଲାଣି । ଗାଁରେ କେବଳ ଗାତ ଖୋଳି ପାଇପ ବିଛା ଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦେ ଆସିଲା ନାହିଁ । ଜଳ ସମସ୍ୟା ନେଇ ଅନେକ ଥର ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ହେଲେ କୌଣସି ସୁଫଳ ନାହିଁ । ଫଳରେ ବାଧ୍ୟ ହୋଇ ଏହି ଦୂଷିତ ଆଉ ଗନ୍ଧିଆ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ, ଗାଁରେ ଅଙ୍ଗନୱାଡି କେନ୍ଦ୍ରଟିଏ ବି ନାହିଁ । କୁନି କୁନି ପିଲା ପାଠପଢା ପାଇଁ ଅନ୍ୟ ଗାଁକୁ ଯାଉଛନ୍ତି । କିଛି ଦିନ ତଳେ ପାଣି ପାଇଁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ  ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଏ ତ ଭାତହାଣ୍ଡିରୁ କେତୋଟି । ପାଣି ପାଇଁ ସାରା ରାଜ୍ୟରେ ହାହାକାର ସ୍ଥିତି । ବେଣୀପଥର ଗାଁରେ କିଡନୀ ରୋଗରେ ଆଉ କେତେ ଜୀବନ ଗଲେ ଚେତିବେ ବିଜେଡି ସରକାର ? । 24 ବର୍ଷର ପ୍ରତାରଣା ଯୋଗୁଁ ଏଥର ଭୋଟ୍ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD government failed to provide clean drinking water | Argus News