Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରୋଜଗାର ନେଇ ବିଜେଡି ସରକାରଙ୍କ ମିଛ ବାହାସ୍ଫୋଟର ପର୍ଦ୍ଦାଫାସ

Odisha

ରୋଜଗାର ନେଇ ବିଜେଡି ସରକାରଙ୍କ ମିଛ ବାହାସ୍ଫୋଟର ପର୍ଦ୍ଦାଫାସ

Manini Pattanayak
Browse all articles by Manini Pattanayak
·2 years ago·2 min read
ରୋଜଗାର ନେଇ ବିଜେଡି ସରକାରଙ୍କ ମିଛ ବାହାସ୍ଫୋଟର ପର୍ଦ୍ଦାଫାସ

ଭୁବନେଶ୍ୱର:  ବିକାଶ ନାଁରେ 24 ବର୍ଷ ଧରି ମିଛ ପ୍ରଚାର କରିଆସୁଛନ୍ତି ବିଜେଡି ସରକାର। କିନ୍ତୁ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ବାହାର ରାଜ୍ୟରେ ଦାଦନ ଖଟିବା ଓଡ଼ିଶା ସରକାରଙ୍କ ମିଛର ତ ପର୍ଦ୍ଦଫାସ୍ କରିଆସିଛି, ଏବେ ରୋଜଗାର ସମ୍ପର୍କରେ ILOର ରିପୋର୍ଟ   ପରେ ଉତ୍ତ୍ୟକ୍ତ ଯୁବସମାଜ। ରୋଜଗାରର ସବୁ ପାରାମିଟରରେ ଓଡ଼ିଶା ସବୁଠୁ ପଛୁଆ ପ୍ରଦେଶ।ଏବେ ସରଗରମ ନିର୍ବାଚନୀ ପରିବେଶ ଭିତରେ ବିଜେଡି ସାମ୍ନା କରିବ କି ଯୁବପିଢ଼ିର ଆକ୍ରୋଶ। ଓଡ଼ିଶାରେ ରୋଜଗାର ନେଇ ବଡ଼ ଖୁଲାସା ପରେ ଉତ୍ତ୍ୟକ୍ତ ଯୁବସମାଜ  ଇଣ୍ଟରନ୍ୟସନାଲ ଲେବର ଅର୍ଗାନାଇଜେସନ୍ ଏବଂ ଇନଷ୍ଟିଚ୍ୟୁଟ୍ ଫର ହ୍ୟୁମାନ୍ ଢଭଲପମେଣ୍ଟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଏମ୍ପ୍ଲୋୟମେଣ୍ଟ ରିପୋର୍ଟ 2024ର ତଥ୍ୟ ସାମ୍ନାକୁ ଆସିବା ପରେ ଓଡ଼ିଶାର ଯୁବ ସମାଜ ମଧ୍ୟରେ ଲାଗିଛି ନିଆଁ। ଯୁବପିଢୀଙ୍କୁ ରୋଜଗାର ଦେବାରେ ଏପଲ ମାରିଛି 24 ବର୍ଷର ବିଜେଡି ସରକାର। ରିପୋର୍ଟ ଅନୁଯାୟୀ ଏମ୍ପ୍ଲୋୟମେଣ୍ଟ କଣ୍ଡିସନ ଇଣ୍ଡେକ୍ସରେ ଦେଶର 22 ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି 21 ତମ ସ୍ଥାନରେ।

ଶ୍ରମଶକ୍ତିର ବିନିଯୋଗ କ୍ଷେତ୍ରରେ ଓଡ଼ିଶାରେ ଦେଖିବାକୁ ମିଳିଛି ବଡ଼ ଧରଣର ହ୍ରାସ। 2005ରେ ରାଜ୍ୟରେ 54.8% ଶ୍ରମଶକ୍ତିର ବିନିଯୋଗ ହେଉଥିବା ବେଳେ 2022 ବେଳକୁ ଏହା 46.23 %କୁ ଖସି ଆସିଛି । ସେହିପରି ଉଚ୍ଚଶିକ୍ଷିତଙ୍କ କ୍ଷେତ୍ରରେ ସର୍ବଭାରତୀୟ ହାର 58.2% ଥିବା ବେଳେ ଓଡ଼ିଶାର ହାର 51.8 %। ଶିକ୍ଷିତ ରୋଜଗାରିଆଙ୍କ କ୍ଷେତ୍ରରେ ଜାତୀୟ ହାର 81.6% କିନ୍ତୁ ଓଡ଼ିଶାରେ ଶିକ୍ଷିତ ରୋଜଗାରିଆଙ୍କ ହାର ସବୁଠୁ ଦୟନୀୟ ଅର୍ଥାତ ମାତ୍ର 67%। ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଶ୍ରମିକଙ୍କ ମାସିକ ମଜୁରୀ ମାତ୍ର 6581 ଟଙ୍କା। ଏ କ୍ଷେତ୍ରରେ ଓଡ଼ିଶାର ର୍ୟାଙ୍କ୍ 20 ତମ ସ୍ଥାନରେ। ଶିକ୍ଷିତ ଯୁବକଙ୍କର ବେକାର ହାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ 20 ତମ ସ୍ଥାନରେ। ଏ ସବୁ ତଥ୍ୟ ସାମ୍ନାକୁ ଆସିବା ପରେ ଉତ୍ତକ୍ତ ରାଜ୍ୟର ଯୁବସମାଜ।

 
24 ବର୍ଷ ଧରି ନିରଙ୍କୁଶ କ୍ଷମତାରେ ରହିବା ପରେ ବି ରୋଜଗାରର ସମସ୍ତ ପାରାମିଟରେ ଓଡ଼ିଶା ସବୁଠୁ ତଳେ ରହିବାକୁ ନେଇ ଖଡ଼ହସ୍ତ ଯୁବ ସମାଜ। ଏବେ ରାଜ୍ୟରେ ନିର୍ବାଚନର ତାୱା ଗରମ ଥିବା ବେଳେ ଭୋଟରେ ପ୍ରତିଫଳିତ ହେବକି ଯୁବ ବର୍ଗର ଆକ୍ରୋଶ ? 24 ବର୍ଷର ବିଜେଡି ସରକାରର ବିଫଳତାର ବୋଝ କାହିଁକି ବୋହିବେ ଓଡ଼ିଶାର ଯୁବବର୍ଗ ? ରାଜ୍ୟରେ ଅମାପ ଖଣିଜ ସମ୍ପଦ, ଜଳ ସମ୍ପଦ ଓ ବନ୍ୟ ସମ୍ପଦ ଥିବା ଥିବା ସତ୍ତ୍ବେ ଯୁବବର୍ଗ ପାଇଁ ରୋଜଗାର ସୃଷ୍ଟି କରିବାରେ ସଂପୂର୍ଣ୍ଣ ବିଫଳ ରାଜ୍ୟ ସରକାର। ଖଣି ରାଜସ୍ବରୁ ବିଜେଡି ସରକାର ବାର୍ଷିକ ଯେଉଁ 50 ହଜାର କୋଟିର ଆୟ କରୁଛନ୍ତି ତାହା ବି ନିଜ ପୁରୁଷାର୍ଥ ଯୋଗୁଁ ନୁହେଁ ବରଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଓଡ଼ିଶା ଉପରେ ଆଶୀର୍ବାଦରୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ରାଜସ୍ବର ବିନିଯୋଗକରି କାହିଁକି ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଫେଲ ମାରିଛନ୍ତି ନବୀନ ସରକାର।  ରାଜ୍ୟ ସରକାର ରୋଜଗାର ଅଭାବ ଓ ଦାଦନ ସମସ୍ୟାକୁ ଏଡାଇ ଆସୁଥିବା ବେଳେ କରୋନା ସମୟରେ ଏହାର ସତ ସାମ୍ନାକୁ ଆସିଥିଲା। ଓଡ଼ିଶାକୁ ପ୍ରାୟ 10 ଲକ୍ଷ ଶ୍ରମିକ ବାହାର ରାଜ୍ୟରୁ ଫେରିଥିଲେ। ସେତେବେଳେ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବାକୁ ବିଜେଡି ସରକାର ବଡ ବଡ ଘୋଷଣା କରିଥିଲେ। କୋଭିଡ ସମୟରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ମଧ୍ୟରୁ ଅଧାରୁ ଅଧିକ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମର। ସରକାର କହିଥିଲେ ସମସ୍ତଙ୍କୁ ତାଲିମ ସହ ରୋଜଗାର ଦେବେ। ହେଲେ ବିଜେଡି ସରକାର ରୋଜଗାର ଦେବାରେ ବିଫଳ ହେଲେ। କୋଭିଡ ପରେ ପୁଣି ସମସ୍ତେ ହେଲେ ବାହାର ରାଜ୍ୟ ମୁହାଁ। ଏହା 24 ବର୍ଷର ବିଜେଡି ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
BJD government has been spreading lies for 24 years in the name of development. | Argus News