ଓଡ଼ିଶାରେ ବିଜେଡି ସରକାର ରହିବାର ଅଧିକାର ନାହିଁ: ପ୍ରତାପ ଷଡଙ୍ଗୀ

ଅର୍ଗସ ବ୍ୟୁରୋ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସାରସ୍ବତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଲେ ଓଡ଼ିଶାରେ ବିଜେଡି ସରକାରରେ ରହିବାର ଅଧିକାର ନାହିଁ। ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହଡପ ହେଲା. ଧର୍ମାନ୍ତରୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ଆଜିର ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଗଲା ।
ସୁରକ୍ଷା ମାଗିଲେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କଲେ । ଓଡ଼ିଶାରେ ଫ୍ରିଡିମ ରିଲିଜିଅନ ଆକ୍ଟ ଅଛି । ହେଲେ ଏତେ ବଡ ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିଲେ । ସେ କଣ କିଛି ଜାଣି ପାରିଲେନି । ହିନ୍ଦୁ ସମାଜଙ୍କୁ ନେତୃତ୍ବ ବିହୀନ କରିବ ପାଇଁ ଷଡଯନ୍ତ୍ର ହୋଇଥିଲା । ଏହାର ପ୍ରଚ୍ଛଦପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସାଂପ୍ରଦାୟିକ ଷଡଯନ୍ତ୍ର ରଚିଥିଲେ। ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । 3ଟି କମିଶନ ବସିଲା ତାଙ୍କ ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ଏଭଳି ସରକାର ଉଠେଇକି ଫୋପାଡି ଦେବା ଦରକାର।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର