Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରତିଶ୍ରୁତି ଦେଇ ବାରମ୍ବାର ଠକି ଚାଲିଛନ୍ତି ବିଜେଡି ସରକାର

Odisha

ପ୍ରତିଶ୍ରୁତି ଦେଇ ବାରମ୍ବାର ଠକି ଚାଲିଛନ୍ତି ବିଜେଡି ସରକାର

Manini Pattanayak
Browse all articles by Manini Pattanayak
·2 years ago·1 min read
ପ୍ରତିଶ୍ରୁତି ଦେଇ ବାରମ୍ବାର ଠକି ଚାଲିଛନ୍ତି ବିଜେଡି ସରକାର

ଅନୁଗୁଳ:  ରେଙ୍ଗାଲି ବିସ୍ଥାପିତଙ୍କୁ ସରକାରୀ ଧୋକା । ପ୍ରତିଶ୍ରୁତି ଦେଇ ବାରମ୍ବାର ଠକି ଚାଲିଛନ୍ତି ବିଜେଡି ସରକାର । 12 ଦିନ ଜଳ ସତ୍ୟାଗ୍ରହ ପରେ ବି ପୂରଣ ହେଲାନି ବିସ୍ଥାପିତଙ୍କ ଦାବି । ସମୂହ ଆତ୍ମାହୁତି ପାଇଁ ଦେଲେ ଚେତାବନୀ । ରେଙ୍ଗାଲି ବିସ୍ଥାପିତଙ୍କୁ ସରକାରୀ ଧୋକା  ନା ମିଳୁଛି ତାଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି,  ନା ପୂରଣ ହେଉଛି 6 ଦଫା ଦାବି । ରାଜରାସ୍ତାରେ ଆନ୍ଦୋଳନ ପରେ ଜଳ ସତ୍ୟାଗ୍ରହ ଭଳି ନିଷ୍ପତ୍ତି ନେବା ପରେ ଦାବି ପୂରଣ ନେଇ ନିଦାବିଷ୍ଣୁ ରାଜ୍ୟ ସରକାର। 2 ଶହରୁ ଅଧିକ ଗାଁ,  ପ୍ରାୟ 13 ହଜାର ପରିବାର ନିଜର  ଭିଟାମାଟି ହରାଇବା ପରେ କ୍ଷତିପୂରଣ ପାଇଁ 48 ବର୍ଷ ହେଲା କରିଆସୁଛନ୍ତି ସଂଘର୍ଷ। ଶେଷରେ ପ୍ରତିବାଦ ଜଣାଇବାକୁ ଆପଣାଇଥିଲେ ଅଭିନଵ ଉପାୟ। ରେଙ୍ଗାଳି ଜଳ ଭଣ୍ଡାର ଭିତରେ ଦୀର୍ଘ 12 ଦିନ ଧରି ଜଳ ସତ୍ୟାଗ୍ରହ କରିଥିଲେ ବିସ୍ଥାପିତ। କିନ୍ତୁ କିଛି ଲାଭ ହେଲାନି। 

ଡିସେମ୍ବର 1ରୁ 12 ତାରିଖ ଯାଏଁ ବିସ୍ଥାପିତ କରିଥିଲେ ଜଳ ସତ୍ୟାଗ୍ରହ । ସେ ସମୟରେ  ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ 3 ମାସ ପରେ ବି କୌଣସି ଦାବି ପୂରଣ ହୋଇନାହିଁ। ଆସନ୍ତା 12 ତାରିଖ ଭିତରେ 6 ଦଫା ଦାବି ପୂରଣ ନ ହେଲେ ପାଲଲହଡ଼ା ବସଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ 13 ତାରିଖରେ ସାମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ। ଏ ସମ୍ପର୍କରେ ରେଙ୍ଗାଲି କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି। 
 24 ବର୍ଷ ହେଲା ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର। ଏତେ ଦିନ ହେଲା ଦେଇ ଆସୁଛନ୍ତି ମିଛ ପ୍ରତିଶ୍ରୁତି। ଆଉ ଶେଷରେ ବିସ୍ଥାପିତଙ୍କର ହୋଇଛି ଧୈର୍ଯ୍ୟ ଚ୍ୟୁତି।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD government has repeatedly cheated by making promises | Argus News