Videos
|
Odisha

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ପରେ ବ୍ୟାକଫୁଟରେ ବିଜେଡି ସରକାର

Ritu Das
Browse all articles by Ritu Das
·2 years ago·2 min read
ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ପରେ ବ୍ୟାକଫୁଟରେ ବିଜେଡି ସରକାର

ଅର୍ଗସ ବ୍ୟୁରୋ: ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ ସ୍ଥଗିତ ନୁହେଁ ପ୍ରତ୍ୟାହାର ଦାବି ରେ ହୁଲୁସ୍ତୁଲ ହେଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ  ଆଦିବାସୀଙ୍କ ପାରମ୍ପରିକ ପୋଷାକ ଓ ଉତ୍ତରୀୟ ପକାଇ ଗୃହକୁ ପ୍ରବେଶ କରିଥିଲେ ବିଜେପି ବିଧାୟକ । ସବୁ କାର୍ଯ୍ୟକୁ ବାତିଲ କରି ସ୍ବତନ୍ତ୍ର ମୋସନ ଜରିଆରେ ଆଦିବାସୀ ପ୍ରସଙ୍ଗ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ । ତେବେ ବାଚସ୍ପତି ମୋସନକୁ ଆଗ୍ରହ୍ୟ କରି ଦେବାରୁ ଗୃହର ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ ବିରୋଧୀ ବିଧାୟକ। ପ୍ଲା-କାର୍ଡ ଦେଖାଇ  କରିଥିଲେ ପ୍ରତିବାଦ। 

ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।  ପ୍ରଶ୍ନକାଳ, ଶୁନ୍ୟକାଳ ସମ୍ପୂର୍ଣ୍ଣ ଧୋଇ ଯିବା ସହ ଆଜି ଦିନ ତମାମ ଗୃହରେ ଲାଗି ରହିଥିଲା ଅଚଳାବସ୍ଥା । ତେବେ ଗୃହ ବାହାରେ ବି ପ୍ରତିବାଦ କରିବା ସହ ବିଜେପି କହିଛି ଆଦିବାସୀଙ୍କୁ ଜମି ହରା କରାଇବାକୁ ଅଧ୍ୟାଦେଶ ଦ୍ବାରା ଷଡ଼ଯନ୍ତ୍ର କରାଯାଇଛି । କଂଗ୍ରେସ କହିଛି, ମନ୍ତ୍ରୀ ମାନେ କ୍ୟାବିନେଟ ଯାଇ କେବଳ ଚା ପିଇ ଗୁମାସ୍ତା ମାନେ ଯାହା ଲେଖି ଦେଲେ ସେଥିରେ ହଁ କରି ଦେଉଛନ୍ତି । 

ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ରାଜସ୍ୱ ମନ୍ତ୍ରୀ ରଖିଥିବା ବୟାନ ବିରୋଧୀଙ୍କ ଆଶଙ୍କାକୁ ଦ୍ବିଗୁଣିତ କରିଛି । କ୍ୟାବିନେଟ ନିଷ୍ପତ୍ତିକୁ ଅପରିପକ୍ବ ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଆହୁରି କହିଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାକୁ ସ୍ଥଗିତ ରଖା ଯାଇଛି ।

ରାଜ୍ୟ ଜନ ସଂଖ୍ୟାର ୨୨% ହେଉଛନ୍ତି ଜନଜାତି ସମ୍ପ୍ରଦାୟ । ୩୨ ଟି ବିଧାନ ସଭା ଓ ୫ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷିତ । ୨୪ ସାଧାରଣ ନିର୍ବାଚନ କୁ 5 ମାସ ରୁ କମ୍ ସମୟ ବାକିଥିବା ବେଳେ ଏଭଳି ଅଧ୍ୟାଦେଶ ବିଜେଡି ପାଇଁ ବଡ଼ ବୁମେରାଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି ।  ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ହୋଇପାରିବନି ବୋଲି ନିୟମ ଥିବା ବେଳେ ରାଜ୍ୟ କ୍ୟାବିନେଟ କିପରି ଅଧ୍ୟାଦେଶ ଆଣି ଏହାକୁ ସଂଶୋଧନ କଲା ତା ଏବେ ବଡ ପ୍ରଶ୍ନ? ଏଥିପାଇଁ ପଡିଥିଲା ପୁଞ୍ଜିପତିଙ୍କ ଚାପ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର