Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଦାଦନ ସମସ୍ୟା ପାଇଁ ଦାୟୀ ବିଜେଡି ସରକାର...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରାଜ୍ୟରେ ଦାଦନ ସମସ୍ୟା ପାଇଁ ଦାୟୀ ବିଜେଡି ସରକାର...

ଅର୍ଗସ ବ୍ୟୁରୋ: ରାଜ୍ୟରେ ଅମାପ ଖଣି, ପାଣି ଓ ଜଙ୍ଗଲ ସମ୍ପଦ ସତ୍ତ୍ୱେ ବେକାର ଓଡ଼ିଶାର ଯୁବବର୍ଗ । ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ସର୍ଦ୍ଦାରଙ୍କ ଶୋଷଣର ଶିକାର ହେଉଛନ୍ତି ଓଡ଼ିଆ ଶ୍ରମିକ । ମାଫିଆଙ୍କ ନିର୍ଯାତନାରେ ଯାଉଛି ଜଣେ ପରେ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ । ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ରାଜ୍ୟ ସରକାର ବିରୋଧରେ ତେଜୁଛି ସ୍ୱର । ଧାମନଗର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରକୁ ଚରମ ଚେତାବନୀ ଶୁଣାଇଛନ୍ତି ଓଡ଼ିଆ ଶ୍ରମିକ । ଜନ୍ମ ମାଟିରୁ ଦୂରେଇ ଦେଉଛି ବିଜେଡି ସରକାର । ନିର୍ବାଚନ ପ୍ରଚାରରେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଭାଙ୍ଗି ଦେବାକୁ ଲୋକଙ୍କୁ ଆହ୍ବାନ ଦେବା ସହ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ମେଳି ବାନ୍ଧିଛନ୍ତି ଶ୍ରମିକ ।  ଧାମନଗର ଧୂଷୁରୀ ବଜାରରେ ଏକାଠି ହୋଇ ବିଶାଳ ରାଲି କରିଛନ୍ତି ଯୁବବର୍ଗ ।

ରାଜ୍ୟରେ ସରୁନି ଦାଦନ ଦୁଃଖ । ଆଉ କେତେ ଦାଦନ ନିର୍ଯାତିତ ହୋଇ ଆଖି ବୁଜିଲେ ଚେତିବେ ରାଜ୍ୟ ସରକାର ? ଆପଣ ଦେଖୁଥିବା ଏହି ସମସ୍ତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲାର । ନିଜ ରାଜ୍ୟରେ କାମ ନ ପାଇ ଦାଦନ ହୋଇ ବାହାର ରାଜ୍ୟରେ କାମ କରି ଆସୁଛନ୍ତି । ରାଜ୍ୟରେ ନିର୍ବାଚନବେଳେ ଏକାଠି ହୋଇଛନ୍ତି ଅସନ୍ତୁଷ୍ଟ ଯୁବକ । କାମ ଯୋଗାଇବାରେ ବିଫଳ 25 ବର୍ଷର ସ୍ଥିର ସରକାର ବିରୋଧରେ ଆରମ୍ଭ କରିଛନ୍ତି ଆନ୍ଦୋଳନ । ରାଜ୍ୟ ସରକାର ରୋଜଗାର ଅଭାବ ଓ ଦାଦନ ସମସ୍ୟାକୁ ଏଡାଇ ଆସୁଥିବା ବେଳେ ସାମ୍ନାକୁ ଆସି ସାରିଛି ସତ । କରୋନାବେଳେ ରାଜ୍ୟକୁ ଫେରିଥିବା ପ୍ରାୟ 10 ଲକ୍ଷ ଓଡ଼ିଆ ଶ୍ରମିକଙ୍କୁ କର୍ମନିଯୁକ୍ତି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ପୂରଣ କରିପାରିନଥିଲେ ବିଜେଡି ସରକାର । ରାଜ୍ୟରେ ଅମାପ ଖଣିଜ ସମ୍ପଦ, ଜଳ ସମ୍ପଦ ଓ ବନ୍ୟ ସମ୍ପଦ ଥିବା ଥିବା ସତ୍ତ୍ବେ ଯୁବବର୍ଗ ପାଇଁ ରୋଜଗାର ସୃଷ୍ଟି କରିବାରେ ସଂପୂର୍ଣ୍ଣ ବିଫଳ ବିଜେଡି ସରକାର।

ଧାମନଗରରେ ଦାଦନ ଶ୍ରମିକଙ୍କ ରଣହୁଙ୍କାର ବଢ଼ାଇଛି ବିଜେଡି ପ୍ରାର୍ଥୀଙ୍କ କମ୍ପନ । ଉପକୂଳରୁ ଉପାନ୍ତ ସବୁଠି ଦାଦନ ଦୁଃଖ । 24 ବର୍ଷର ବିଜେଡି ସରକାରରେ ସରୁନି ଦାଦନ ଦୁର୍ଦ୍ଦଶା । କେତେବେଳେ ଫେରୁଛି ଦାଦନ ଶ୍ରମିକଙ୍କ ଶବ ତ ଆଉ କେତେ ବେଳେ ସୀମା ଟପୁଛି ନିର୍ଯାତନା । ଅପାର ସମ୍ଭାବନା ଥିବା ଓଡ଼ିଶାରେ ନିଜ ଲୋକଙ୍କୁ କାହିଁକି ମିଳୁନି କାମ। 24 ବର୍ଷର ବିଜେଡି ସରକାର ଦେବେ କି ଜବାବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
BJD government is responsible for the dadan problem in the state | Argus News