ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିଲା ବିଜେଡି ସରକାର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ବ୍ଲକ ବୈକୁଣ୍ଠନାଥ ହାଇସ୍କୁଲ। 1984 ମସିହାରେ ସ୍ଥାପିତ ଏହି ହାଇସ୍କୁଲର 3ଟି ଶ୍ରେଣୀରେ ପଢୁଛନ୍ତି 87 ଜଣ ପିଲା। କିନ୍ତୁ ଶିକ୍ଷକ ମାତ୍ର ଜଣେ। ସେ ପୁଣି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। କାଗଜପତ୍ର କାମ କରିବା ସହ 3ଟି କ୍ଲାସର ସବୁ ବିଷୟର ପାଠ ପଢ଼ାଇବା ଦାୟିତ୍ବ ଜଣଙ୍କ ଉପରେ। ଏଠି କେମିତି ହେଉଥିବ ପାଠପଢ଼ା ସ୍ପଷ୍ଟ ଅନୁମେୟ। ଉତ୍ତମ ଶିକ୍ଷାଦାନ କଥା ଛାଡ଼ନ୍ତୁ ଏଠି କେବେ ବି ସ୍କୁଲରେ ପିଲାଙ୍କର କୋର୍ସ ସରେ ନାହିଁ। ବିଜେଡିର 24 ବର୍ଷର ଶାସନ କାଳରେ ରାଜ୍ୟରେ କେମିତି ଶିକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ବିପର୍ଯ୍ୟସ୍ତ କରାଯାଇଛି ତାର ପ୍ରମାଣ ହେଉଛି ଏହି ସ୍କୁଲ।
କେବଳ ଶିକ୍ଷକ ସମସ୍ୟା ନୁହେଁ। ଦେଖନ୍ତୁ ସ୍କୁଲ ଶ୍ରେଣୀ ଗୃହର ଅବସ୍ଥା। କ୍ଲାସ୍ ରୁମର ଛପର ଫାଟି ଆଁ କରିଛି। ନଦୀ କୂଳରେ ଥିବା ଏହି ସ୍କୁଲରେ ବର୍ଷା ଦିନରେ ଜଳ ନିଷ୍କାସନ ସମସ୍ୟା। ଶୁଦ୍ଧ ପିଇବା ପାଣି ମୁନ୍ଦେ ବି ପାଉନାହାନ୍ତି ଏହି ସ୍କୁଲର ପିଲା। ଭଙ୍ଗା ନଳକୂପରୁ ଆଇରନଯୁକ୍ତ ଲୁଣି ପାଣି ପିଉଛନ୍ତି ଛାତ୍ରଛାତ୍ରୀ l ସ୍କୁଲରେ ଶୌଚାଳୟ ଟିଏ ବି ନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: