୪ ଜୁନରେ ଏକ୍ସପରୀ ହେବ ବିଜେଡି ସରକାର

- ବ୍ରହ୍ମପୁର ଓ ନବରଙ୍ଗପୁରରେ ମୋଦିଙ୍କ ହୁଙ୍କାର
- 4 ଜୁନରେ ଏକ୍ସପରୀ ହେବ ବିଜେଡି ସରକାର
- ପିଏମ୍ଙ୍କ ଘୋଷଣା-10ଜୁନରେ ଓଡ଼ିଶାରେ ବିଜେପି ସିଏମ୍ଙ୍କ ଶପଥ
- ଓଡ଼ିଶାରେ ବିଜେଡି ହେବ ଅସ୍ତ, ଲୋକେ ବିଜେପି ଉପରେ ଆଶ୍ବସ୍ତ
- ମୋଦିଙ୍କ ପ୍ରଶ୍ନ ସିଏମ୍ଙ୍କ ଜିଲ୍ଲାରୁ କାହିଁକି ସର୍ବାଧିକ ଶ୍ରମିକ କରୁଛନ୍ତି ପଳାୟନ ?
- ଧନୀ ଓଡ଼ିଶାରେ ଗରିବ ଜନତାଙ୍କ ପାଇଁ ଦାୟୀ 25 ବର୍ଷର ବିଜେଡି ଶାସନ
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ସିଧାସିଧା ହମଲା। ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଜେଡି ସରକାରର ଏକ୍ସପାରୀ ଡେଟ୍ ର କଲେ ଘୋଷଣା। କହିଲେ 4 ଜୁନରେ ଏକ୍ସପାରୀ ହେବ ବିଜେଡି ସରକାର। 6 ଜୁନରେ ସ୍ଥିର ହେବ କିଏ ବନିବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ଆଉ ଜୁନ 10ରେ ହେବେ ରାଜ୍ୟର ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ।
ପିଏମ୍ କହିଛନ୍ତି ଓଡ଼ିଶାରେ ବିଜେଡି ଅସ୍ତ। କଂଗ୍ରେସ ପସ୍ତ। ଲୋକେ ବିଜେପି ଉପରେ ଆଶ୍ବସ୍ତ। ଓଡ଼ିଶାରେ ବିଜେପି ଆଶାର ନୂଆ ସୂର୍ଯ୍ୟ ବନିକି ଆସିଛି। ରାଜ୍ୟକୁ 50 ବର୍ଷ କଂଗ୍ରେସ 25 ବର୍ଷ ବିଜେଡି ସରକାର ଶାସନ କରିଛି। ଓଡ଼ିଶା ପାଖରେ ପାଣି, ଉର୍ବର ଜମି, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ଉପକୂଳ ସବୁ ଥାଇ ବି ପୁଣି କଣ ଏପରି ହେଲା ଯେ ଏତେ ଧନୀ ଓଡ଼ିଶାର ଲୋକ ଗରିବ ରହିଗଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶା ପାଇଁ ବିଜେପି ଜାରି କରିଛି ଏକ ଦୂରଦର୍ଶୀ ସଂକଳ୍ପ ପତ୍ର। ଯେଉଁଥିରେ ରହିଛି ଯୁବବର୍ଗ ଓ ମହିଳାଙ୍କ ପାଇଁ ରୋଜଗାର, ଓଡ଼ିଶାର ମହାନ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ବ୍ୟବସ୍ଥା ଧାନଚାଷୀ ଓ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ଼ ଘୋଷଣା। ବିଜେପି ଯାହା କୁଏ ତାହା କରିକି ଦେଖାଏ। ଏହାହିଁ ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ କେନ୍ଦ୍ରୀୟ ଯୋଜନା ହାଇଜାକ୍ ପ୍ରସଙ୍ଗରେ ବି ପ୍ରଧାନମନ୍ତ୍ରୀ ବିଜେଡି ସରକାର ଉପରେ କରିଛନ୍ତି ଜୋରଦାର ଆଟାକ୍। ପିଏମ୍ ଘୋଷଣା କରିଛନ୍ତି ଓଡ଼ିଶାରେ ବିଜେପି ସରକାର ବନିଲେ ମହିଳା ସଶକ୍ତି କରଣ ପାଇଁ ଆସିବ ସୁଭଦ୍ରା ଯୋଜନା। ଓଡ଼ିଶାର 25 ଲକ୍ଷ ମହିଳା ସ୍ବୟଂ ସହାୟକଙ୍କୁ ଲକ୍ଷପତି ଦିଦି ବନାଇବା ନେଇ ବି ଘୋଷଣା କରିଛନ୍ତି ପିଏମ୍।
ସେହିପିର ଗର୍ଭବତୀ ମାଆଙ୍କ ପାଇଁ 6 ହଜାର ଟଙ୍କାର ଦେବାର ବ୍ୟବସ୍ଥା କରିଛନ୍ତି ମୋଦି ସରକାର। କିନ୍ତୁ ବିଜେଡି ସରକାର ଏହି ଯୋଜନା ଉପରେ ବି ତାଲା ଲଗାଇଦେଲା। କୌଣସି ମାଆ ବିଜେଡିକୁ କ୍ଷମା ଦେବନି କହି ଜୋରଦାର ଆଟାକ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ମୋଦି କହିଛନ୍ତି ଓଡ଼ିଶାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହତ ଅଛି କିନ୍ତୁ ନିର୍ବାଚନ ଜିତିବାକୁ ହେଲେ ପୋଲିଂ ବୁଥ୍ ଜିତିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବୁଥ୍ ସ୍ତରରେ ପରିଶ୍ରମ କରି ଦେଶ ଓ ରାଜ୍ୟରେ ବିଜେପି ସରକାର ବନାଇବାକୁ ଆହ୍ବାନ୍ ଦେଇଛନ୍ତି ପିଏମ୍।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: