Videos
|
Odisha

ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା

Key Points

  • ଖଡ଼ିଆ ଜନଜାତିଙ୍କୁ ପ୍ରତାରଣା 
  • ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା
  • ରହିବାକୁ ନାହିଁ ଘର, ବଞ୍ଚିବା ପାଇଁ ବାଜିରେ ଲାଗୁଛି ଜୀବନ
  • ଆବାସ ଅପେକ୍ଷାରେ କାରାମବେଡା

ଅର୍ଗସ ବ୍ୟୁରୋ:  ବାସହିନ ଦେହୁରୀ ପରିବାର। ଗରିବ ଆବାସ ହିତାଧିକାରୀ । ବିଧବା ବୁଦୁନି ଦେହୁରୀର ପରିବାର ରହୁଛନ୍ତି କାରାମବେଡା ସାହିରେ। ଏଠାକୁ ଯିବାକୁ ହେଲେ  ଦେଢ କିଲୋମିଟର ଜଙ୍ଗଲ ମଧ୍ୟ ଦେଇ ଚାଲିଚାଲି ଯିବାକୁ ପଡ଼ିବ। ଯେଉଁଠିକି ଯିବାକୁ ରାସ୍ତା କହିଲେ ଜଙ୍ଗଲ ମଧ୍ୟରେ ଏହି ପାଦଚଲା ରାସ୍ତା। ଯେଉଁଠି ପାଦେପାଦେ ରହିଛି ବିପଦ। ମାତ୍ର ରହିବାକୁ ଜଗା ନଥିବାରୁ ଏହି ଜଙ୍ଗଲ ମଧ୍ୟରେ ଘର କରି ରହି ଆସୁଛନ୍ତି ବୁଦୁନି। ରୋଜଗାର କହିଲେ ମୂଲ ମଜୁରୀ । ନହେଲେ ଚୁଲି ଜଳେନି।

ଜଙ୍ଗଲ ଭିତରେ ଦେହୁରୀ ପରିବାରଙ୍କ ଆବାସ। ଭଙ୍ଗା କାଠଘେରା ଉପରେ ନଡ଼ା ଛପର। ତା ଉପେର ଘାସ ଉଠିଗଲାଣି। ଘର ପଲସ୍ତରା ହୋଇ ନଥିବାରୁ ସଵୁ ସମୟରେ ଲାଗି ରହେ ଯିବଯନ୍ତୁଙ୍କ ଡର। ଏମିତିକି ଏଇ ଘରେ  ସୋଇଥିବା ଅବସ୍ଥାରେ ଶୁରୁ ଦେହୁରୀଙ୍କ ୧୨ ବର୍ଷୀୟା ପୁଅର ମୃତ୍ୟୁ ମଧ୍ୟ ହୋଇଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏକଥା ପ୍ରଶାସନ ଯାଣି ମଧ୍ୟ ଏଯାଏଁ ସହାୟତା ଯୋଗାଇ ନେଇନି।

ଗରିବା ଖଡିଆ ପରିବାର ପାଖରେ ଆଜିବା ଆବାସ ଯୋଜନା ବହୁ ଦୁରରେ।  ସରକାରୀ ବାସଗୃହ ଖଣ୍ଡେ ପାଇବାକୁ ସ୍ଥାନୀୟ ଜନପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୋଉଡ଼ିଛନ୍ତି। ଶେଷରେ ମିଳୁଛି ଖାଲି ପ୍ରତିଶ୍ରୁତି କିନ୍ତୁ ଏଯାଏଁ ମିଳୁନି ଘର। ଖଡ଼ିଆ ଜନଜାତି ଙ୍କ ଉନ୍ନତି ସକାଶେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଜଙ୍ଗଲରେ ବସବାସ କରୁଥିବା ଏହି ଖଡ଼ିଆ ଜନଜାତିଙ୍କ ପାଖରେ ଯୋଜନା ଅପହଞ୍ଚ। ଖଡିଆ ଜନଜାତି ଙ୍କ ବିକାଶ ପାଇଁ ସରକାରୀ,ବେସରକାରୀ ବହୁ ସଂସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏମାନେ ଆଜି ବି ଅବହେଳିତ। ତେବେ ନୂଆ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଏହି ଗରିବ ପରିବାର ମୌଳିକ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଆଶା ବାନ୍ଧି ବସିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD government's blasphemy | Argus News