Videos
|
Odisha

ବିଜେଡି ସରକାରଙ୍କ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ, ଯାଉଛି ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେଡି ସରକାରଙ୍କ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ, ଯାଉଛି ଜୀବନ

ଅର୍ଗସ ବ୍ୟୁରୋ: ବିଜେଡି ସରକାରଙ୍କ ବସୁଧା ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଉଡ଼ିଲା ଧଜ୍ଜିଆ । ରାଉରକେଲାରେ 10ରୁ ଅଧିକ ଜୀବନ ନେଲାଣି ହଇଜା । ଯାହାର ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ସେପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଉରକେଲା ସ୍ଥିତି ନିୟନ୍ତ୍ରଣାଧୀନ । ସ୍ଥିର ଅବସ୍ଥାକୁ ଆସିଛି । ହସ୍ପିଟାଲରେ ଆଉ ଆଡମିଶନ ସଂଖ୍ୟା ବଢୁନି । ସିଭିୟର ରୋଗୀଙ୍କ ସଂଖ୍ୟା କମିଛି ।

୨ ଜଣ ମାତ୍ର ସିଭିୟର ଅଛନ୍ତି । ଅର୍ବାନ ପିଏଚ୍‌ସି ୨୪ ଘଣ୍ଟିଆ ଚଲେଇବାକୁ ନିର୍ଦେଶ ଦିଆଯାଇଛି । ସବୁ ମେକାନିଜମ ଦିଆଯାଇଛି । ଘରୋଇ ହସ୍ପିଟାଲକୁ ନିର୍ଦେଶ ଦିଆଯାଇଛି ସେମାନେ ବି ସହଯୋଗ କରିବେ । ନିୟମିତ ଜଳ ପରୀକ୍ଷା କରାଯାଉଛି। କ୍ଲୋରିନ ଲେବୁଲକୁ ଠିକ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

BJd government's drink-from-tap scheme has blown up | Argus News