Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅପପୁଷ୍ଟି ପଛରେ ବିଜେଡି ସରକାରର ଅପାରଗତା

Odisha

ଅପପୁଷ୍ଟି ପଛରେ ବିଜେଡି ସରକାରର ଅପାରଗତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅପପୁଷ୍ଟି ପଛରେ ବିଜେଡି ସରକାରର ଅପାରଗତା

ଅର୍ଗସ ବ୍ୟୁରୋ:  ରାଜ୍ୟରେ କ୍ଷୁଧାର ନିଆଁରେ ଜଳୁଛି ଶୈଶବ । ଅପପୁଷ୍ଟି ପଛରେ ବିଜେଡି ସରକାରର ଅପାରଗତା । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା  ବିଧାନସଭାରେ ରଖିଥିବା ଲିଖିତ ଉତ୍ତରରେ ବିଜେଡି ସରକାରର 24 ବର୍ଷର ସ୍ଥିର ଶାସନରେ ଶିଶୁମାନଙ୍କର ଅବସ୍ଥା କେମିତି ଥିଲା ତାର ପୋଲ୍ ଖୋଲିଛି । ୨୦୨୪-୨୫ରେ ରାଜ୍ୟରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ବିଜେଡି ସରକାର ରାଜ୍ୟକୁ ଅପପୁଷ୍ଟିର କଳଙ୍କ ଦେଇଯାଇଥିବା ବେଳେ ଅପପୁଷ୍ଟି ରୋକିବାକୁ ମୋହନ ସରକାର ଯଥାସମ୍ଭବ ପଦକ୍ଷେପ ନେଉଥିବା ଉତ୍ତର ରଖିଛନ୍ତି ପ୍ରଭାତୀ ।

ରାଜ୍ୟରେ ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ୬ ମାସରୁ ୬ ବର୍ଷ ଯାଏଁ ପଞ୍ଜୀକୃତ ସମସ୍ତ ଶିଶୁମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଅଛି । ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ THR ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯାଉଅଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ, ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । 3 ବର୍ଷରୁ 6 ବର୍ଷର ଶିଶୁଙ୍କୁ ଅଙ୍ଗନୱାଡିକେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ ଟି ଅଣ୍ଡା ଦିଆଯାଉଛି  । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ  ପିଲାମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ Augmented ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି । SUW ଓ MAM ଶିଶୁମାନଙ୍କୁ ବେସନ ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ କରାଯାଉଛି । ଏହାବ୍ୟତୀତ ପଡାପୁଷ୍ଟି କାର୍ଯ୍ୟକ୍ରମ ଅଧୀନରେ ଦୁରାଗମ୍ୟ ଗ୍ରାମରେ ବାସ କରୁଥିବା 3-6 ବର୍ଷ ବୟସର ଶିଶୁ, ଯେଉଁମାନେ ଅଙ୍ଗନୱାଡି କେନ୍ଦ୍ରକୁ ଆସି ପାରନ୍ତି ନାହିଁ, ସେମାନଙ୍କୁ ଉକ୍ତ ଗ୍ରାମରେ ଉଭୟ ସକାଳ ଜଳଖୁଆ ଏବଂ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି |

ରାଜ୍ୟର 1843 ଦୁରାଗମ୍ୟ ଗ୍ରାମରେ ଏହି କାର୍ଯ୍ୟକ୍ରମ ଜାରି ଅଛି । ପୂର୍ବରୁ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ବିଜେଡି ସରକାର ଅମଳରେ ଅପପୁଷ୍ଟିର ଅସଲ ଚିତ୍ରକୁ ଉଜାଗର କରିଥିଲା । ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା  ତୁଳନାରେ ଅଧିକ ପତଳା ହୋଇଥାନ୍ତି। 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍  ଓଜନର ହୋଇଥିବା ବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଥିବା ରିପୋର୍ଟରେ କୁହାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
bjd government's inefficiency behind malnutrition | Argus News