Videos
|
Odisha

ବିଜେଡି ସରକାରଙ୍କ ଅପାରଗତା ପାଇଁ ମରଣଯନ୍ତା ପାଲଟିଛି ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡି ସରକାରଙ୍କ ଅପାରଗତା ପାଇଁ ମରଣଯନ୍ତା ପାଲଟିଛି ରାସ୍ତା

ଅର୍ଗସ ବ୍ୟୁରୋ:  କୋଟପାଡ଼ ବ୍ଲକ ଭାଜିଗୁଡା ଠାରୁ କୁନ୍ଦୁରା ବ୍ଲକ ବାଗଦେରିକୁ ସଂଯୋଗ କରୁଥିବା ରାସ୍ତା।  ରାଣୀଗୁଡା ଠାରୁ ବାଗଦେରି ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ତିନି କିଲୋମିଟର ରାସ୍ତାର ଅବସ୍ଥା ଅତି ସୋଚନିୟ। ବର୍ଷର ଅନ୍ୟ ଦିନ ମାନଙ୍କରେ ଯୋନତେନ କରି ଏହି ରାସ୍ତାରେ ଲୋକେ ଆତଯାତ କରୁଥିବା ବେଳେ ବର୍ଷା ଦିନେ ବିଗିଡି ଯାଏ ରାସ୍ତାର ଅବସ୍ଥା। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଭରି ରହିଥିବା ବେଳେ ଅସରାଏ ବର୍ଷା ହେଲେ ଏଥିରେ ପାଣି ଜମି ରହୁଛି ଫଳରେ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।

କିଛି ଦିନ ପୂର୍ବେ ଏହି ରାସ୍ତାକୁ ପ୍ରଶସ୍ତିକରଣ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର କିଛି ବାଟ କାମ ହେବା ପରେ ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଅର୍ଧ ନିର୍ମିତ ରାସ୍ତାରେ ବଡବଡ ଗାଡି ଚାଲିବା ଦ୍ବାରା ରାସ୍ତାର ଅବସ୍ଥା ଅଧିକ ଖରାପ ହେଉଛି। ଏନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହେଇ ଆସୁଥିଲେ ଶୁଦ୍ଧା ପ୍ରଶାସନ କିଛି ସୁଣୁ ନଥିବା ଅଭିଯୋଗ ହୋଇଛି। ତିନଟି ବ୍ଲକକୁ ସଂଯୋଗ କରୁଛି ଏହି ରାସ୍ତା , ମାତ୍ର ମରାମତି ଅଭାବରୁ ରାସ୍ତାର ହୋଇଛି ଦୁର୍ଦ୍ଦଶା। ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନର ଉଦାସିନତା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: