Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ସରକାରଙ୍କ ମିଛ କ୍ରୀଡ଼ା ପ୍ରୋତ୍ସାହନର ଖୋଲିଲା ମୁଖା

Odisha

ବିଜେଡି ସରକାରଙ୍କ ମିଛ କ୍ରୀଡ଼ା ପ୍ରୋତ୍ସାହନର ଖୋଲିଲା ମୁଖା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଜେଡି ସରକାରଙ୍କ ମିଛ କ୍ରୀଡ଼ା ପ୍ରୋତ୍ସାହନର ଖୋଲିଲା ମୁଖା

ଅର୍ଗସ ବ୍ୟୁରୋ:  ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଏ ଖେଳାଳିମାନଙ୍କୁ ରାଜ୍ୟ ସରକାରଙ୍କ ଭୟ କାହିଁକି? ବ୍ୟାସନଗରରୁ ଭୁବନେଶ୍ବର ଯାଏ  ଦୌଡ଼ି ଆସିବାକୁ କାହିଁକି ଏ ଖେଳାଳିମାନେ ବାଧ୍ୟ ହେଲେ ? କାହିଁକି ଶିଶୁ ଭବନ ଛକର ଏ ଦୃଶ୍ୟ ? କଣ ସେମାନଙ୍କର ସମସ୍ୟା ? କିଏ ସେମାନଙ୍କ ପ୍ରତି କରିଛି ଉପେକ୍ଷା ? ଯେଉଁମାନେ ସମ୍ମାନର ଅଧିକାରୀ ସେମାନେ କାହିଁକି ଗଲେ ମୁଖ୍ୟମନ୍ତ୍ରୀଙ୍କୁ କରିବାକୁ ଗୁହାରୀ ?

କ୍ରୀଡ଼ାକୁ ପ୍ରୋତ୍ସାହନ କ୍ଷେତ୍ରରେ ସାରାଦେଶର ଓଡ଼ିଶା ନମ୍ବର ୱାନ୍ ବୋଲି ଶାସକ ଦଳ କରୁଛି ପ୍ରଚାର। ଅଥଚ ବିଜେଡି ଗଡ଼ ଯାଜପୁର ଜିଲ୍ଲାରେ ଖେଳାଳିମାନଙ୍କ ପ୍ରତି କାହିଁକି ଏ ଅତ୍ୟାଚାର ? ଅଭିଯୋଗ ଶୁଣିଲେନି ଜିଲ୍ଲାପାଳ କି ବିଧାୟକ। ଷ୍ଟାଡିଅମ ପାଇଁ ବାରମ୍ବାର ଗୁହାରୀ ପରେ ବି ରାଜ୍ୟ ସରକାରଙ୍କ କାନରେ ପଡ଼ିଲାନି ଖେଳାଳିଙ୍କ ଡାକ। 2 ମାସ କାଳ ଧାରଣାରେ ବସିଲେ ତଥାପି କାହାର ହୃଦର ତରଳିଲାନି। ଶେଷରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ଜଣାଇବାକୁ ଦୌଡ଼ି ଦୌଡ଼ି ବାହାରିଲେ । ଶେଷରେ ଶିଶୁଭବନ ଛକରେ ପୋଲିସ ରାସ୍ତା ରୋକିବା ପରେ ସେମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳ ଯାଇ ୮ ଦଫା ଦାବି ବିଶିଷ୍ଟ ଏ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏ ପରିସ୍ଥିତି ଆସିଲା କାହିଁକି ? ଏମାନେ ତ ଚାକିରି କିମ୍ବା ପଦୋନ୍ନତି ଦାବି କରୁନଥିଲେ। ଅନେକ ଖେଳାଳିଙ୍କୁ ସୃଷ୍ଟି କରିଥିବା ବ୍ୟାସନଗର ସହରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଚାହୁଁଥିଲେ। କ୍ରୀଡ଼ାକୁ ପ୍ରୋତ୍ସାହନରେ ନମ୍ବର ୱାନ ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାରଙ୍କର ଇଏ କଣ କ୍ରୀଡ଼ା ପ୍ରୀତି। ଗୋଟିଏ ପଟେ ହକି ୱାର୍ଲଡ କପ୍, ହକି ସ୍ପନସର, ବଡ଼ ସ୍ପୋର୍ଟସ ଇଭେଣ୍ଟ ନେଇ ବଡ଼଼ ବଡ ପ୍ରଚାର । ବଡ଼ ବଡ଼ ବଲିଉଡ୍ ଷ୍ଟାରଙ୍କ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ । କିନ୍ତୁ ସତ ବନାମ ପ୍ରଚାରର ଇଏ ହେଉଛି ବଡ଼ ଉଦାହରଣ । ତେଣୁ ଥରେ ଚିନ୍ତା କରନ୍ତୁ ରାଜଧାନୀ ପାଖରେ ଥିବା ବ୍ୟାସନଗରର ଖେଳାଳିଙ୍କର ଯଦି ଏପରି ଦଶା ଉପାନ୍ତ ଅଞ୍ଚଳର ଖେଳାଳିଙ୍କ ପରିସ୍ଥତି କଣ ଥିବା କହିବା ଅନାବଶ୍ୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
BJd government's lying sports promotion exposed | Argus News