Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଲିପପ୍ ଧରାଇବାକୁ ବିଜେଡି ସରକାରଙ୍କ ଯୋଜନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲଲିପପ୍ ଧରାଇବାକୁ ବିଜେଡି ସରକାରଙ୍କ ଯୋଜନା

ଅର୍ଗସ ବ୍ୟୁରୋ: ବରଗଡ଼ବାସୀଙ୍କ ଅସନ୍ତୋଷ ଚାପିବା ଲାଗି ପୁଣି ଏକ ଲଲିପପ୍ ଧରାଇବାକୁ ବିଜେଡି ସରକାରଙ୍କ ଯୋଜନା। ବରଗଡ଼ ଗସ୍ତ ବେଳେ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଗସ ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ୍ ଚିଠି ହେଉଛି ତାର ପ୍ରମାଣ। ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତର ଠିକ୍ ଦିନକ ପୂର୍ବରୁ ତରବରିଆ ଭାବେ ମେଡିକାଲ କଲେଜ ପାଇଁ 5 ଏକର ଜମି ଅଧିଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ବରଗଡ଼ ଉପ ଜିଲ୍ଲାପାଳ ଭଟଲି ତହସିଲଦାରଙ୍କୁ ଲେଖିଥିବା ଏହି ଚିଠିରେ ଟୁକୁର୍ଲା ମୌଜାରେ ମୋଡିକାଲ କଲେଜ ପାଇଁ 5 ଏକର ଜମି ମଞ୍ଜୁର କରିଥିବା କଥା ଉଲ୍ଲେଖ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି 2024 ନିର୍ବାଚନରେ ବରଗଡ଼ର ଜନଅସନ୍ତୋଷକୁ ଚାପିବା ପାଇଁ ରାଜ୍ୟ ସରକାରଙ୍କର ଇଏ ଆଉ ଏକ ଚାଲ ନୁହେଁ ତ। କାରଣ 2018 ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। 6 ବର୍ଷ ପରେ ବି ଏହା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। 2024 ନିର୍ବାଚନକୁ ଆଖିରେ ରଖି ମଙ୍ଗଳବାର ଆଂଶିକ ରୂପେ ପ୍ରସ୍ତୁତ ଏହି ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ଏହି ମେଡିକାଲ କଲେଜ ବି କେବଳ ନିର୍ବାଚନ ପାର ହେବା ଲାଗି ଏକ ଲଲିପପ୍ ନୁହେଁ ତ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJd government's plan to catch the lollipop | Argus News