Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି ବିକ୍ରି କରୁଥିଲା ବିଜେଡି

Odisha

ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି ବିକ୍ରି କରୁଥିଲା ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି ବିକ୍ରି କରୁଥିଲା ବିଜେଡି

ଅର୍ଗସ ବ୍ୟୁରୋ:  ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ କରିଥିଲା ଅର୍ଗସ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ କେମିତି ପ୍ୟାକେଜିଂ କରି ବିକ୍ରି  କରଯାଉଥିଲା ତାର ପ୍ରମାଣ ବି ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ କରିବ ବିଜେପି ସରକାର । ଏ ହେଉଛି ଗତ ଏପ୍ରିଲ ମାସର ଦୃଶ୍ୟ । ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାର। ଟ୍ରକ୍ ନଂ KA34C4995 । ଏହି ନଂରୁ ହିଁ ଜଣାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିଲା ଗାଡ଼ି। ଡ୍ରାଇଭର ପାଖରେ ଥିବା ଏ ବିଲରୁ ବି ସ୍ପଷ୍ଟ ହୋଇଥିଲା ଯେ 12 ଲକ୍ଷ 26 ହଜାର ଟଙ୍କା ମୂଲ୍ୟର ମାଣ୍ଡିଆ ଅଣାଯାଇଥିଲା।

ଖୋଦ୍ ଡ୍ରାଇଭର ବି ଏହା କହିଥିଲେ । ବିଜେଡି ସରକାରରେ ମିଛ କହି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ଆୱାର୍ଡ ସିନା ଓଡ଼ିଶା ପାଉଥିଲା । ହେଲେ ଏବେ ଏହି ମାମଲାର ତଦନ୍ତ ହେବା ପାଇଁ ଖୁବଶୀଘ୍ର କମିଟି ଗଠନ ହେବ । ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି ରାୟଗଡ଼ା ଗସ୍ତରେ ଥିବା ବେଳେ ଏହି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ କମିଟି ଗଢ଼ାଯିବ ଓ କମିଟି ରିପୋର୍ଟ ଆଧାରରେ ହିଁ ଆକ୍ସନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJD government's propaganda in the name of Millet Mission | Argus News