Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସରକାରଙ୍କ ଚୂନମରା ନୀତି : ତାତିଲେ ଲୋକେ, ଭାଙ୍ଗିଲେ ଫଳକ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ ସରକାରଙ୍କ ଚୂନମରା ନୀତି : ତାତିଲେ ଲୋକେ, ଭାଙ୍ଗିଲେ ଫଳକ

ଅର୍ଗସ ବ୍ୟୁରୋ : ଚୂନ ମାରି ଟଙ୍କା ଲୁଟି ନେଲେ ରାଜ୍ୟ ସରକାର । ତାତିଲେ ଲୋକେ, ଭାଙ୍ଗିଲେ ଫଳକ । ବିଜୁ ପକ୍କା ଘର ଲେଖାରେ ବୋଳିଲେ କାଳୀ । ପୁଣି ନିରିହ ଆଦିବାସୀ ଲୋକଙ୍କୁ ଧୋକ୍କା ଦେଳେ ନବୀନ ବାବୁ । କନ୍ଧମାଳ ଜିଲ୍ଲାରେ ରାଜ୍ୟସରକର କିଭଳି ନିରୀହ ଅଦିବାସି ମାନଙ୍କୁ ଠକୁଛି, ଦେଖିବାକୁ ମିଳିଛି ଜ୍ବଳନ୍ତ ଉଦାହରଣ । ମିଛ ତ ମିଛ ପୁରା ଡ଼ାହା ମିଛର ପ୍ରଚାର କରୁଛନ୍ତୁ ନବୀନ ବାବୁ  । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ଯୋଜନାକୁ ସାମିଲ କରି ନିଜ ଯୋଜନାର ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ନିରୀହ ଗରିବ ଆଦିବାସୀ ଲୋକ ମାନେ ସୁବିଧାରେ ଘର ଖଣ୍ଡେ କରି ରହିବେ, ସେଥିପାଇଁ କେନ୍ଦ୍ର ସରକାର ଏକ ଲକ୍ଷ ତିରିଶ ହଜାର ଟଙ୍କା ଦେଉଛି । କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ନାମକୁ ମିଶାଇ ଫଳକରେ ଲେଖୁଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ଦିନିକିଆ କନ୍ଧମାଳ ଗସ୍ତରେ ବିଜେପି ରାଜ୍ୟ ଉପ ସଭାପତି ଲେଖା ଶ୍ରୀ ସାମନ୍ତ ସିଂହାର ଆସି ଆଦିବାସୀ ମାନଙ୍କ ସହ ବୈଠକ କରି ଆଲୋଚନା କରିବା ସହ ଏହା ସମ୍ପୂର୍ଣ କେନ୍ଦ୍ରୀୟ ଯୋଜନା ଏବଂ ଏଥିରେ ରାଜ୍ୟ ସରକାର ଏକ ଟଙ୍କାର ସାହାଯ୍ୟ ଦେଉ ନାହାନ୍ତି । ତାହେଲେ, କଣ ପାଇଁ ବିଜୁ ପକ୍କା ଘର ଏଥିରେ ରହିବ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଆଦିବାସୀ ମହିଳା ପୁରୁଷ ମାନେ ରାଗି ବିରୋଧ କରିବା ସହ, ବିଜୁ ପକ୍କା ଘର ଲେଖା ହୋଇଥିବା ଯୋଜନା ଉପରେ କଳା ବୋଲିଥିଲେ । 

ତେବେ ସ୍ଵାଧୀନତା ଦୀର୍ଘ ଦଶନ୍ଧି ପରେ ଗାଁକୁ ଖଣ୍ଡେ ରାସ୍ତା ନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ଏବେବି ଖଟିଆରେ ରୋଗୀ ମାନେ ବୁହା ହେଉଥିବା ବେଳେ, ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ଗାଁରେ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିବା ବ୍ୟବସ୍ଥା ଥିବା ବେଳେ, ଦୁଇଟି ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ଗାଁର ଛାତ୍ରଛାତ୍ରୀ ମାନେ । କିନ୍ତୁ ଗାଁ ବିଦ୍ୟାଳୟରେ ମୁଠାଏ ମାଟି ନ ପକେଇ ନବୀନ ଓଡ଼ିଶା ଯୋଜନାରେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ତିନି ଲକ୍ଷ୍ୟ ଟଙ୍କା ଆସିଥିବା ଫଳକ ଲଗାଇଥିଲେ । ଯାହାକୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ । 

ଶେଷରେ ପୁରୁଷ ମହିଳା ସମସ୍ତେ ମିଶି ଆଜି ଶାବଳ ରେ ନବୀନ ଓଡ଼ିଶା ସୂଚନା ଫଳକ କୁ ଭାଙ୍ଗି ଦେଇଥିଲେ । ବିଜେପିର ଗାଁକୁ ଚାଲ ଅଭିଯାନର ଜୋରଦାର ପ୍ରଭାବ ପଡିଛି । ପ୍ରକୃତ ସତ୍ୟ ଜାଣିବା ପରେ ରାଜ୍ୟ ସରକାର ଉପରେ ବର୍ଶିଥିଲେ ଗ୍ରାମବାସୀ । କିଭଳି ରାଜ୍ୟ ସରକାର ନିରିହ ଆଦିବାସୀ ମାନଙ୍କ ଠକୁଛନ୍ତି ତାହା ଦେଖିବାକୁ ମିଳିଥିଲା ।
 

Sponsored
bjd govt corruption government | Argus News