Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡ଼ି ସରକାରର ଫ୍ରି ମଦ... ଆସନ୍ତୁ !

Odisha

ବିଜେଡ଼ି ସରକାରର ଫ୍ରି ମଦ... ଆସନ୍ତୁ !

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡ଼ି ସରକାରର ଫ୍ରି ମଦ... ଆସନ୍ତୁ !

ଅର୍ଗସ ବ୍ୟୁରୋ : ଆସନ୍ତୁ ଆମ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଫ୍ରିରେ ମଦ ପିଅନ୍ତୁ, ଆଡ଼େ ସାଡ଼େ ଗଡ଼ନ୍ତୁ । ଏ ହେଉଛି ବିଜେଡ଼ି ସରକାରର ଫୁଲ ଗ୍ୟାରେଣ୍ଟି । ମଞ୍ଚ ବନ୍ଧା ହୋଇଛି । ମଞ୍ଚ ତଳେ ବସିଛନ୍ତି ବିଜେଡ଼ିର କର୍ମୀ । ମଞ୍ଚ ଉପରେ ଭାଷଣ ବି ମାରୁଛନ୍ତି ବିଜେଡ଼ିର ନେତା । ଆଉ ଏ ପ୍ରୋଗ୍ରାମ ହେଉଛି 'ମୋ ଓଡ଼ିଶା ନବୀନ ଓଡ଼ିଶା'ର । ଯେଉଁଠି ଦେଖି ବାକୁ ମିଳିଥିଲା ବିଜେଡ଼ି ମଦ ନିଶାରେ ଚୁର ବେଜେଡ଼ି କର୍ମୀ । ବିଜେଡ଼ି ମଦ ନିଶା ଏମିତି ହୋଇଥିଲା ନା କିଛି ଜାଣି ପାରୁଥିଲେ ନା କିଛି ବିଝି ପାରୁଥିଲେ । ଏ ପରା ଆମ ନବୀନ ଓଡ଼ିଶା ଫୁଲ ଗ୍ୟାରେଣ୍ଟି । 

ଆମେ ଜାଣିଥିଲେ ରାଜ୍ୟ ସରକାର ମଦର ପ୍ରଚାର ପ୍ରସାର କରୁଛନ୍ତି ! କିନ୍ତୁ ଆଜି ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଆପଣ ବି ଦେଖିଲେ ଜାଣି ପାରିବେ ଆମେ କଣ କହିବା ପାଇଁ ଚାହୁଁଛି । ଏଠି ପ୍ରଶ୍ନ ଉଠୁଛି, ଗରୀବ ଓଡ଼ିଶାବାସୀଙ୍କ ସହ କଣ ପାଇଁ ଖେଳ ଖେଳଛନ୍ତି ରାଜ୍ୟ ସରକାର ? କଣ ପାଇଁ ଗରୀବ ଲୋକଙ୍କୁ ଦେଖାଉଛନ୍ତି ମଦର ଲୋଭ ! ଜଦି ପ୍ରୋଗ୍ରାମ ପାଇଁ ଲୋକଙ୍କ ଅଭାବ ରହୁଛି କଣ ପାଇଁ କରୁଛନ୍ତି ପ୍ରୋଗ୍ରାମ ? 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁଣି ଖୋଲିଲା ରାଜ୍ୟ ସରକାରଙ୍କ ଅସଲ ମୁଖା । ନିଜ ଶ୍ବାର୍ଥ ଗରୀବ ଲୋକଙ୍କ ଭବିଶ୍ୟତ ସହ ଖେଳୁଛନ୍ତି ଖେଳ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ । ଯେଉଁଠି ଚାଲିଥିଲା 'ଓଡ଼ିଶା ନବୀନ ଓଡ଼ିଶା'ରେ କାର୍ଯ୍ୟକ୍ରମ । ସେହି ମଞ୍ଚ ଉପରେ ଦେଖିବାକୁ ମିଳିଥିଲା ବିଜେଡ଼ି ନେତାଙ୍କ ମୁର୍ଖାମୀ । ଆଉ ଏଭଳି ମୁର୍ଖାମୀ କରିଥିଲେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ । ସେ କହିଛନ୍ତି, ନବୀନଙ୍କ ବିକଳ୍ପ ନାହିଁ ! ନବୀନ ଅସ୍ତ ହେଲେ ପୃଥିବୀ ଧ୍ୟଂଶ ହୋଇଯିବ ! ଯାହାର ଭିଡ଼ିଏ ଭାଇରାଲ ହେବାର ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ଅଭୟଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି । 
 

Raja Festival
Sponsored
Bjd Govt Free wine | Argus News