ପାଣ୍ଡିଆନଙ୍କ ଏକଛତ୍ରବାଦ ପାଇଁ ବିଜେଡିରେ ଅସନ୍ତୋଷ ତୀବ୍ର!

ଭୁବନେଶ୍ୱର: ଓଡ଼ିଶାରେ ଖସୁଛି ବିଜେଡି ଗ୍ରାଫ୍। କମୁଛି ଜନସମର୍ଥନ। ଦିନକୁ ଦିନ ବଢୁଛି ସରକାର ବିରୋଧୀ ହାୱା। ଯାହାର ପ୍ରଭାବ ପଡ଼ିବ ଏଥର ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଉପରେ। ଗୋଟିଏ ପରେ ଗୋଟିଏ ଜାତୀୟ ସ୍ତରର ଜନମତ ସର୍ଭେ ଏ ନେଇ ସ୍ପଷ୍ଟ ରିପୋର୍ଟ ଦେଇଥିବାବେଳେ ଏବେ ଆସିଥିବା ଆଉ ଏକ ଓପିନିଅନ୍ ପୋଲ୍ ବଢ଼ାଇ ଦେଇଛି ଶାସକ ଦଳର ଚିନ୍ତା। `ଲୋକୋ ପୋଲ' ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଦେଖାଯାଇଛି ବିଜେଡିକୁ ଝଟକା ଲାଗିବ। ଆଉ ଏହାର ବଡ଼ କାରଣ ପାଲଟିବେ ପାଣ୍ଡିଆନ। ଜାତୀୟ ଗଣମାଧ୍ୟମ ସଂସ୍ଥା ଲୋକ ପୋଲ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଓଡ଼ିଶା ନେଇ ସାଂଘାତିକ ଖୁଲାସା। ସର୍ଭେ ରିପୋର୍ଟ କହୁଛି 2024 ନିର୍ବାଚନରେ ପାଣ୍ଡିଆନଙ୍କ ପାଇଁ ବୁଡ଼ିବ ବିଜେଡି ଡଙ୍ଗା।
ଭୈରବ କାର୍ତ୍ତିକେୟନଙ୍କ ରାଜନୈତିକ ଏକଛତ୍ରବାଦ ଯୋଗୁଁ ବିଜେଡି ନେତାଙ୍କ ମଧ୍ୟରେ ତୀବ୍ର ହେଉଛି ଅସନ୍ତୋଷ। ଯାହାକି ଦଳର ଭୋଟକୁ କରିବ ପ୍ରଭାବିତ। ଖାଲିସେତିକି ନୁହେଁ ଦୁର୍ବଳ ପ୍ରାର୍ଥୀ ଚୟନ ବିଜେଡିକୁ ପଡ଼ିବ ମହଙ୍ଗା। ଏହାର ସିଧା ଫାଇଦା ମିଳିବ ବିଜେପିକୁ। ଏହାଛଡ଼ା ଓଡ଼ିଶାରେ ବଢୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବିଜେପିକୁ 2019 ନିର୍ବାଚନ ତୁଳନାରେ ବଡ଼ ସଳଫତା ଆଣିଦେବ ବୋଲି ଲୋକ ପୋଲର ଜନମତ ସର୍ଭେରେ କୁହାଯାଇଛି। ସର୍ଭେ ରିପୋର୍ଟ ଅନୁଯାୟୀ 2024ରେ ଓଡ଼ିଶାରେ ବିଜେପି ସପକ୍ଷରେ ଯାଇପାରେ 11ରୁ 13ଟି ଆସନ। ସେହିପରି 7ରୁ 9ଟି ଆସନ ମଧ୍ୟରେ ସୀମିତ ରହିପାରେ ଶାସକ ଦଳର ଲୋକସଭା ଆସନ ସଂଖ୍ୟା। ଆଉ କଂଗ୍ରେସକୁ ଓଡ଼ିଶାରେ ଗୋଟିଏରୁ ଦୁଇଟି ଆସନ ମିଳିପାରେ ବୋଲି କହିଛି ଲୋକ ପୋଲ ସର୍ଭେ।
କେବଳ ଲୋକ ପୋଲ ନୁହେଁ ଓଡ଼ିଶାକୁ ନେଇ ପୂର୍ବରୁ ଆସିଥିବା ସବୁ ଜନମତ ସର୍ଭେରେ ରାଜ୍ୟରେ ମୋଦି ଲହର ଜୋରଦାର ଥିବା ନେଇ ଆସିଛି ରିପୋର୍ଟ । ଏବିପି ସି ଭୋଟର ସର୍ଭେରେ ବି ଓଡ଼ିଶାରେ ବିଜେପିର ବଡ଼ ବିଜୟ ନେଇ କରାଯାଇଛି ଆକଳନ।। ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ 13 ଲୋକସଭା ଆସନ। ମାତ୍ର 7ଟିରେ ସୀମିତ ରହିବ ବିଜେଡି, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ସିଟ୍ । ସେହିପରି ଟିଭି-9 ଭାରତବର୍ଷ ଓପିନିଅନ୍ ପୋଲ୍ ବି କରିଛି ପୂର୍ବାନୁମାନ ଓଡ଼ିଶାରେ ବିଜେପି ହେବ ନମ୍ବର ୱାନ୍। TV-9 ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଜେପି ଜିତିବ 14ଟି ଲୋକସଭା ସିଟ୍ ଓ ବିଜେଡି ଖାତାକୁ ଯିବ ମାତ୍ର 6ଟି ଆସନ। ଗୋଟିଏରେ ବିଜୟୀ ହୋଇପାରେ କଂଗ୍ରେସ। ନ୍ୟୁଜ୍ ଏକ୍ସର ଓପିନିୟନ୍ ପୋଲରେ ବି ବିଜେପି 14ଟି ଓ ବିଜେଡି 7ଟି ଆସନରେ ଜିତିବା ନେଇ କରାଯାଇଛି ପୂର୍ବାନୁମାନ।
📱 Get Argus News App
✨ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଥିଲେ, ଓଡିଶାରେ ବିଜେପି ହେବ ନମ୍ବର 1 ଦଳ। ପୂର୍ବରୁ 1 କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ 54.90 ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରାଯାଇଥିବା ବେଳେ ବିଜେଡିର ଭୋଟ ହାର 19.35 ଖସିଆସିପାରେ ବୋଲି ଆକଳନ କରାଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ 20 ଓ ବିଜେଡିକୁ ମିଳିପାରେ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । ଏ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ କୁହାଯାଇପାରେ ଏଥର ଓଡ଼ିଶାରୁ ବିଜେଡିକୁ ଧୋଇ ଦେବ ମୋଦି ସୁନାମି ? ଲୋକ ପୋଲର ସର୍ଭରେ ଆହରି କୁହାଯାଇଛି ଓଡ଼ିଶାରେ ଆଦାବାସୀଙ୍କ ଦାବି ପ୍ରତି ବିଜେଡି ସରକାରଙ୍କ ଉପେକ୍ଷା ଯୋଗୁଁ କ୍ଷୁବ୍ଧ ଅଛନ୍ତି ଆଦିବାସୀ ଭୋଟର ଯାହା ବିଜେଡିକୁ ପଡ଼ିବାରେ ମହଙ୍ଗା।
ଅଧିକ ପଢନ୍ତୁ ଓଡ଼ିଶା ଖବର
