ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀକନ୍ଦଳ

- କଣ୍ଟାବାଞ୍ଜିରୁ ନିମାପଡ଼ା, ଦେବଗଡ଼ରୁ କବିସୂର୍ଯ୍ୟନଗର
- ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀକନ୍ଦଳ
- 1995ରେ ଜନତା ଦଳର ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ହାରିଥିଲେ ବିଜୁ ପଟ୍ଟନାୟକ
- 2019 ଯାଏଁ ବିଦ୍ରୋହୀଙ୍କୁ ବୁଝାଇ ନିର୍ବାଚନ ଜିତିଆସୁଥିଲେ ନବୀନ ଓ ବିଜେଡି
- କିନ୍ତୁ 2024ରେ ଗେମ୍ ଚେଞ୍ଜର ହେବ କି ବିଦ୍ରୋହୀଙ୍କୁ ମ୍ୟାନେଜ୍ କରିବାର ବିଫଳତା ?
- ଏଥର ଷଷ୍ଠ ପାଳି ପରିବର୍ତ୍ତେ ହେବ କି ସତ୍ତା ପରିବର୍ତ୍ତନ ?
- କ୍ଷମତାରୁ ଗଲେ ରହିବ ତ ବିଜୁ ଜନତା ଦଳର ଅସ୍ଥିତ୍ବ ?
ଅର୍ଗସ ବ୍ୟୁରୋ: ସ୍ଥାନ-କଣ୍ଟାବାଞ୍ଜି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିର୍ବାଚନମଣ୍ଡଳୀ । ଯେଉଁଠାରୁ ଏଥର ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ ସେଠି ଅସମ୍ଭାଳ ଗୋଷ୍ଠୀ କନ୍ଦଳ। କଣ୍ଟାବାଞ୍ଜି ବନମାଲି ପ୍ୟାଲେସ ଆଗରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ଦଳୀୟ ନେତା। ପୁଣି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ହୋଇଛି ଅସମ୍ଭାଳ ସ୍ଥିତି। କୁହାଯାଉଛି କଣ୍ଟାବାଞ୍ଜିରୁ ନବୀନ ପ୍ରାର୍ଥୀ ହେବା ପରେ ସେଠାରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିବା ଗିରିରାଜ ସିଂହ ମାଝୀଙ୍କ ସମର୍ଥକ ହୋଇଛନ୍ତି ଉତ୍ତେଜିତ।
କଣ୍ଟାବାଞ୍ଜି ଭଳି ଦେବଗଡ଼ରେ ବି ବିଜେଡିକୁ ପଡ଼ିଛି ବଡ଼ ବିପତ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ଦେବଗଡ଼ ବିଧାନସଭା ଆସନରେ ବିଜେଡ଼ିରେ ମୁଣ୍ଡଟେକିଛି ବଡ଼ ବିଦ୍ରୋହ। ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ବିଜେଡ଼ି ଟିକେଟ ଦେବା ଚର୍ଚ୍ଚା ଶାସକ ଦଳରେ ବିଦ୍ରୋହର ସୂତ୍ରପାତ କରିଛି। ରାସ୍ତାକୁ ଓହ୍ଲାଇଛନ୍ତି ରାଣୀ ଅରୁନ୍ଧତୀ ଦେବୀଙ୍କ ସମର୍ଥକ। ଯଦି ରାଣୀଙ୍କ ଟିକେଟ୍ କାଟି ରୋମାଞ୍ଚ ରଞ୍ଜନଙ୍କୁ ବିଜେଡି ପ୍ରାର୍ଥୀ କରେ ସମୂହ ଇସ୍ତଫା ଦେବା ପାଇଁ ଖୋଲାଖୋଲି ଧମକ ଦେଇଛନ୍ତି ।ପୂର୍ବରୁ ରାଣୀଙ୍କୁ ଟିକେଟ୍ ଦିଆଯିବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ରୋମାଞ୍ଚ ରଞ୍ଜନ ଓରଫ ରୁନୁ ବିଶ୍ବାଳଙ୍କ ସମର୍ଥକ। ରୁନୁ ନାହିଁ ତ ବବି ନାହିଁ ବୋଲି ସ୍ଲୋଗାନ ଦେବା ସବ ବିଜେଡି ପୋଷ୍ଟର ମରାଇ ଦିଆଯିବନାହିଁ ବୋଲି ଖୋଲାଖୋଲି ଦେଇଥିଲେ ଚେତାବନୀ।
ପଶ୍ଚିମଓଡ଼ିଶାରୁ ଆସିବା ଉପକୂଳ ଓଡ଼ିଶା। ଏଠି ପୁରୀ ଜିଲ୍ଲା ନିମାପଡ଼ାରେ ବିଜେଡି ପାଇଁ ଅସମ୍ଭାଳ ସ୍ଥିତି । ନିଜ ଦଳକୁ ବାରମ୍ବାର ଚେତାବନୀ ଦେଉଛନ୍ତି ବିଜେଡିର ଟାଣୁଆ ନେତା ତିନି ଥର ବିଧାୟକ ତଥା ମନ୍ତ୍ରୀ ରହିଥିବା ବିଧାୟକ ସମୀର ଦାସ। ତାଙ୍କୁ ଟିକେଟ୍ ନ ଦେବାରୁ ଗତ 20 ତାରିଖରେ ବିଶାଳ ଜନସଭା କରି କରିଥିଲେ ଶକ୍ତି ପ୍ରଦର୍ଶନ । ରବିବାର ସନ୍ଧ୍ୟାରେ ସମୀର ପୁଣି କରିଛନ୍ତି ଦଳୀୟ ମେଳି । ବିଜେଡି ଟିକେଟର ପୁନର୍ବିଚାର କରିବା ଲାଗି ଦାବି କରିଛନ୍ତି। ସମୀର କହିଛନ୍ତି ଆଉ ଅପେକ୍ଷା କରିବାକୁ ସମୟ ନାହିଁ। 30 ତାରିଖ ପୂର୍ବରୁ ନିଷ୍ପତ୍ତି ନେବାକୁ ବିଜେଡିକୁ ଡେଡ୍ ଲାଇନ ଦେଇଛନ୍ତି ସମୀର ଦାସ।
ପୁଣି ସମୀର ବିରୋଧ କରୁଥିବା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ବି ଜନ ସଂପର୍କ ପଦଯାତ୍ରା ସହ ବାଇକ ରାଲି କରି କରିଛନ୍ତି ଶକ୍ତି ପ୍ରଦର୍ଶନ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନଙ୍କୁ ବିରୋଧ କରି ମେଳି କରିଛନ୍ତି ପୁରୁଷୋତ୍ତମପୁର ବ୍ଲକର କିଛି ପଞ୍ଚାୟତର ବିଜେଡି କର୍ମୀ। ଇଏ ତ ଭାତହାଣ୍ଡିରୁ କେତୋଟି। ସାରା ରାଜ୍ୟରେ ବିଜେଡିରେ ଅସମ୍ଭାଳ ଗୋଷ୍ଠୀକନ୍ଦଳ। 2019 ଯାଏଁ ବିଦ୍ରୋହୀଙ୍କୁ ବୁଝାଇ ନିର୍ବାଚନ ଜିତିଆସୁଥିଲେ ନବୀନ ଓ ବିଜେଡି। 1995ରେ ଜନତା ଦଳର ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ହାରିଥିଲେ ନିର୍ବାଚନରେ ହାରିଥିଲେ ବିଜୁ ପଟ୍ଟନାୟକ। କାରଣ ଜନତା ଦଳର ସବୁ ନେତା ହୋଇପଡ଼ିଥିଲେ ମାତ୍ରାଧିକ ମହାତ୍ବାକାଂକ୍ଷୀ।
📱 Get Argus News App
✨ଏଥର ନବୀନ ପଟ୍ଟନାୟକଙ୍କ ଆଗରେ ମଧ୍ୟ ସମାନ ପରିସ୍ଥିତି । ବିଦ୍ରୋହୀଙ୍କୁ ମ୍ୟାନେଜ୍ କରିପାରିଲେ ଏଥର ଷଷ୍ଠ ପାଳି ବଦଳରେ ହେବ କି ସତ୍ତା ପରିବର୍ତ୍ତନ ? କୁହାଯାଉଛି 1995ରେ ଜନତା ଦଳ ଭଳି 2024ରେ ସମ ଦଶା ଭୋଗିବ ବିଜେଡି ? ତେବେ ସବୁଠାରୁ ବଡ଼ ପ୍ରଶ୍ନ କ୍ଷମତାରୁ ଗଲେ, ରହିବ ତ ବିଜୁ ଜନତା ଦଳର ଅସ୍ଥିତ୍ବ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: