ନିର୍ବାଚନ ସମୟର ଭୁଲକୁ ପ୍ରକାରାନ୍ତରେ ସ୍ୱୀକାର କରିଛି ବିଜେଡି

ଅର୍ଗସ ବ୍ୟୁରୋ: ବଡ ଠାକୁରଙ୍କ ପହଣ୍ଡି ସମୟର ଅଘଟଣକୁ ନେଇ ନବୀନଙ୍କ ଓଡିଆ ଚିଠିରେ ଓଡିଆ ଦସ୍ତଖତ । ଚିଠିର ପ୍ରସଙ୍ଗ ସବୁ ବିଜେଡି ଯେ ନିର୍ବାଚନ ସମୟର ଭୁଲକୁ ପ୍ରକାରାନ୍ତରେ ସ୍କୀକାର କରିଛି। ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ଓଡିଆ ଅସ୍ମିତା । ନବୀନଙ୍କ ଚିଠିର ପ୍ରଥମ ଲାଇନରେ ଓଡିଆ ଅସ୍ମିତା ପାଇଁ ଚିନ୍ତା। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସଙ୍ଗ ଥିଲା ବିଜେପିର ମୁଖ୍ୟ ପ୍ରସଙ୍ଗ। ନବୀନ ମୁଖ୍ୟମନ୍ତ୍ରୀରୁ ଯିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଚିଠି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସଙ୍ଗରେ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ମାମଲାରେ ନିର୍ବାଚନରେ ବିଜେଡି ଥିଲା ରକ୍ଷଣାତ୍ମକ। ଆକ୍ରମଣ ବିଜେପି ସାମ୍ନାରେ ନିଜକୁ ସୁରକ୍ଷା ଦେବା ପାଇଁ ଅସମର୍ଥ ହେଉଥିବା ବିଜେଡି । ନିର୍ବାଚନରେ ଯେଉଁ ଯେଉଁ ଶବ୍ଦ ବ୍ୟବବହାର କରି ବିଜେଡିକୁ କାଠଗଡାରେ ଠିଆ କରିଥିଲା ବିଜେପି, ନବୀନ ତାଙ୍କ ଚିଠିରେ ସେହି ସେହି ପ୍ରସଙ୍ଗ ଉଲ୍ଳେଖ କରିଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ। ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ମୁରବୀ । ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ ବୋଲି ଓଡିଆରେ ଚିଠି ଲେଖିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠିର ଉତ୍ତର ରଖିଛନ୍ତି । ଜଗତର ନାଥ ଜଗନ୍ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହନ୍ତି, ସେ ସାରା ଜଗତ ଅର୍ଥାତ୍ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ... ଅପ୍ରତ୍ୟାଶିତ ପରାଜୟ ପରେ ନବୀନଙ୍କୁ ଘାରିଛି ବିଜେଡିର କୋର୍ସ କରେକ୍ସନ ଚିନ୍ତା । ପାଣ୍ଡିଆନ ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ତାମିଲ ପ୍ରଭାବରୁ ମୁକ୍ତ ବୋଲି ଦର୍ଶାଇବାକୁ ଚାହୁଁଛି । ସମସ୍ତ ରାଜ୍ୟ କମିଟିକୁ ଦଳ ସଭାପତି ନବୀନ ପଟ୍ଟନାୟକ ଭାଙ୍ଗିଦେଇଛନ୍ତି। ଏଥିସହ ରାଜ୍ୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି। ଚର୍ଚ୍ଚା ହେଉଛି ଓଡିଆ ଅସ୍ମିତା ବିରୋଧୀ ପାଣ୍ଡିଆନଙ୍କ ଟିମକୁ ଦଳରୁ ବାହାରେ ରଖିବେ ।
କିନ୍ତୁ ନବୀନଙ୍କର ଅସ୍ମିତା ପ୍ରତି ଆସ୍ଥା ନୁହଁ ବରଂ ଏହାକୁ ଚଞ୍ଚକତା କରି ଶବ୍ଦଜାଲର ବ୍ୟବହାର ବୋଲି ଅଭିଯୋଗ ହୋଇଛି। ପ୍ୟାରୀ ବାବୁଙ୍କ ହୀନିମାନ କରି ଦଳରୁ ବାହାର କରିଥିଲେ ନବୀନ । ଗୋଟିଏ ପଟେ ଅସ୍ମିତାର କଥା । ଅନ୍ୟପଟେ ଓଡିଆ ଅସ୍ମିତା ଉପରେ କୁଠାରାଘାତ କରୁଥିବା କଳାପାହାଡିଆଙ୍କ ଉପରେ ନବୀନଙ୍କ ନରମ ଆଭିମୁଖ୍ୟ । ଲୋକ ତାକୁ କେତେ ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: