Videos
|
Odisha

BJD In Dilemma / ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବେ କି ନାହିଁ: ଦ୍ବନ୍ଦ୍ବରେ ବିଜେଡି

Bikash Mohanty
Browse all articles by Bikash Mohanty
·2 hours ago·2 min read
ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବେ କି ନାହିଁ: ଦ୍ବନ୍ଦ୍ବରେ ବିଜେଡି
BJD

Key Points

ବିଜେଡିରେ ଘଡ଼ିକେ ଛୁ଼ଟୁଛି ଘୋଡ଼ା 
ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ସମର୍ଥନକୁ ନେଇ ବିଜେଡିରେ ଦ୍ବନ୍ଦ୍ବ
ଆଜି ପ୍ରଥମେ କହିଲେ ବନ୍ଦ ଡାକରାକୁ ସମର୍ଥନ କରିବୁ
କିଛି ସମୟ ପରେ କହିଲେ ବନ୍ଦକୁ ସମର୍ଥନ କରିବନି ଦଳ
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭିନ୍ନ ଭିିନ୍ନ ବୟାନ
ଭୁବନେଶ୍ବର,୧୦/୦୭: ବିଜେଡିରେ ଘଡ଼ିକେ ଛୁ଼ଟୁଛି ଘୋଡ଼ା। ଆସନ୍ତାକାଲି ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବେ କି ନାହିଁ। ସେନେଇ ଦ୍ବନ୍ଦ୍ବରେ ଦଳ। ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଆଜି ପ୍ରଥମେ କହିଲେ ବନ୍ଦ ଡାକରାକୁ ସମର୍ଥନ କରିବୁ। ଏହାର କିଛି ସମୟ ପରେ ପୁଣି ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ବନ୍ଦକୁ ସମର୍ଥନ କରିବନି ଦଳ। ମାତ୍ର କିଛି ମିନିଟ୍‌ ଭିତରେ ଦଳର ଏଭଳି ଭିନ୍ନ ଭିନ୍ନ ବୟାନ ହିଁ ପ୍ରମାଣ କରୁଛି ଦଳ ଏବେ ନିଜ ଅସ୍ଥିତ୍ବ ବଂଚାଇବାକୁ ସଂଘର୍ଷ କରୁଛି।

ଗତକାଲି ଦିଲ୍ଲୀରେ ଇଣ୍ଡି ମେଣ୍ଟ ସହ ହାତ ମିଳାଇ ସେମାନଙ୍କ ପଦଯାତ୍ରାରେ ସାମିଲ୍‌ ହୋଇଥିଲେ ବିଜେଡି ନେତା। ହେଲେ ଆଜି କିନ୍ତୁ ସେହି ଇଣ୍ଡି ମେଣ୍ଟର ବନ୍ଦ ଡାକରାକୁ ସମର୍ଥନ କରିବୁ ନାହିଁ ବୋଲି ଦଳ ସଫା ସଫା ମନା କରିଛି। ଫଳରେ ରାଜ୍ୟବାସୀଙ୍କ ଆଗରେ ଦଳର ସୁବିଧାବାଦୀ ମୁଖା ଖୋଲି ଯାଇଛି। ୨୦୨୪ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ହତାଶ ହୋଇ ପଡିଛି। ଏପରିକି ଜାତୀୟ ରାଜନୀତିରେ ଉପସ୍ଥିତି ଜାହିର ପାଇଁ ବିଜେଡି ପାଇଁ ଯେକୌଣସି ରାସ୍ତାରେ ଚାଲିବାକୁ ବାଧ୍ୟ ହୋଇ ପଡିଛି। ଶଙ୍ଖ ଦଳର ‘ସମଦୂରତା’ ନୀତି ଏବେ ସୁବିଧାବାଦୀ ରାଜନୀତିରେ ପରିଣତ ହୋଇଯାଇଛି। ଜାତୀୟ ରାଜନୀତିରେ ନବୀନଙ୍କ ଏହି ବାରମ୍ବାର ଷ୍ଟାଣ୍ଡ ବଦଳାଇବା ନୀତିକୁ ନେଇ ଏବେ ପ୍ରଶ୍ନ ତ ଉଠୁଛି ଏହାସହ ଦଳକୁ ଲଜ୍ଜିତ ହେବାକୁ ମଧ୍ୟ ପଡୁଛି ।

ପଢନ୍ତୁ ଏହି ଖବର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ

ସେପଟେ କଂଗ୍ରେସ ବନ୍ଦକୁ ବିଜେଡି ସମର୍ଥନ ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ କଟାକ୍ଷ କରିଛନ୍ତି।  ସେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, "ରଫୁ ସାର୍ଟକୁ ଯେତେ ସିଲେଇ କରି ପିନ୍ଧିଲେ ସେ ଚିରିଯିବ। ଇଣ୍ଡି ମେଣ୍ଟ ତଥା କଂଗ୍ରେସ ସହିତ ବିଜେଡି ମିଶିବା ଦରକାର। ବିରୋଧୀମାନେ ଯେତେ ଏକଜୁଟ ହେବେ, ସରକାରୀ ଦଳ ସେତେ ଅଧିକ ଶକ୍ତିଶାଳୀ ହେବ। ଆସନ୍ତାକାଲିର ବନ୍ଦର ପ୍ରଭାବ କ'ଣ ପଡ଼ିବ, ତାହା ଜନତା ନିଜେ ଦେଖିବେ ବୋଲି ସେ ମତ ଦେଇଛନ୍ତି। ବିରୋଧୀମାନେ ଭୁଲ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଛନ୍ତି। ଭୁଲ ଭ୍ରାନ୍ତିରେ କେବଳ କିଛି ସମୟ ପାଇଁ ଲୋକଙ୍କୁ ଭ୍ରମିତ କରାଯାଇପାରିବ, କିନ୍ତୁ ସବୁ ସମୟ ପାଇଁ ନୁହେଁ। ଆଗରୁ ଖଣିରୁ ଯେତିକି ଅର୍ଥ ମିଳୁଥିଲା, ବର୍ତ୍ତମାନ ଖଣିରୁ ରାଜ୍ୟକୁ ୬୦ ହଜାର କୋଟି ଟଙ୍କା ମିଳୁଛି। ବିରୋଧୀମାନେ ସତ୍ୟକୁ ଲୁଚାଇଲେ ଲାଭ କ'ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।...




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: