Videos
|
Odisha

IAS Reshuffle / ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ
Odisha IAS Transfer

Key Points

ସର୍ବଭାରତୀୟ ପ୍ରଶାସନିକ ସେବାର ୭ ଜଣ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ନବରଙ୍ଗପୁରର ଜିଲ୍ଲାପାଳ ମହେଶ୍ଵର ସ୍ଵାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।
ଭୁବନେଶ୍ଵର: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସର୍ବଭାରତୀୟ ପ୍ରଶାସନିକ ସେବା (IAS)ର ୭ ଜଣ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ନବରଙ୍ଗପୁରର ଜିଲ୍ଲାପାଳ ମହେଶ୍ଵର ସ୍ଵାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।

ଏଥିସହ ପଢ଼ନ୍ତୁ: କ୍ୟାମ୍ପସରେ ଜମିଲାଣି ନିର୍ବାଚନୀ ମାହୋଲ, ଆଶାୟୀ ପ୍ରାର୍ଥୀ ଆରମ୍ଭ କଲେଣି କ୍ୟାମ୍ପେନ୍ 

ସେହିଭଳି ଆଡିସନାଲ୍ ରିଭିଜନାଲ୍ କୋର୍ଟ (ARC), ଭୁବନେଶ୍ଵରର ଅତିରିକ୍ତ କମିଶନର IAS ପ୍ରଦୀପ ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ବାବେ ନୂଆ ନିଯୁକ୍ତି ଦିଆଯାଇଛି । ନୂଆପଡ଼ା ଜିଲ୍ଲାପାଳ IAS ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ବାବେ ନିଯୁକ୍ତ କରାଯାଇଛି ।


୨୦୧୯ ବ୍ୟାଚର IAS ଅଧିକାରୀ ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ଅଛନ୍ତି ଅନ୍ୟା ଦାସ । ମାତୃତ୍ଵ ଛୁଟିରୁ ଫେରି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ଯୋଗ ଦେଇଥିବା ୨୦୨୦ ବ୍ୟାଚର IAS ଅଧିକାରୀ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।


ଏଥିସହ ପଢ଼ନ୍ତୁ: SIR ରେ ବାଦ୍ ପଡ଼ିଛି କି ଆପଣଙ୍କ ନାଁ ? ଅକ୍ଟୋବର ୭ରୁ ମିଳିବ ସୁଯୋଗ 

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଣ୍ଡର ସେକ୍ରେଟାରୀ ୨୦୨୦୪ ବ୍ୟାଚ୍‌ର IAS ଅଶ୍ନି ଏ ଏଲ୍‌ଙ୍କୁ ଭବାନୀପାଟଣା ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଭବାନୀପାଟଣା ଉପ-ଜିଲ୍ଲାପାଳ ଥିବା ୨୦୨୪ ବ୍ୟାଚ୍‌ର IAS ଅଧିକାରୀ କସ୍ତୁରୀ ଶାଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅଣ୍ଡର ସେକ୍ରେଟାରୀ ଭାବେ ପୋଷ୍ଟିଂ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: