Videos
|
Odisha

ବିଜେଡି ପାଖେ ଷ୍ଟାର୍ ପ୍ରଚାରକ କେହି ନାହାନ୍ତି

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡି ପାଖେ ଷ୍ଟାର୍ ପ୍ରଚାରକ କେହି ନାହାନ୍ତି

Key Points

-ବିଜେଡିର ନବୀନ ଛଡା ଆଉ କେହି ନାହାନ୍ତି ପ୍ରଚାର ମଙ୍ଗ ଧରିବା ପାଇଁ
- ବିଜେପି ପାଖରେ ମାଳ ମାଳ ଷ୍ଟାର୍ କ୍ୟାମ୍ପେନର୍
- ବିଜେପି କେନ୍ଦ୍ରୀୟ ନେତା କ୍ୟାମ୍ପେନିଂ ପାଇଁ ଆସିଲେ ଓଡ଼ିଶାରେ ବଡ଼ ପ୍ରଭାବ ପଡିବ
- ସର୍ଭେ କହୁଛି, ନବୀନଙ୍କ ପପୁଲାରିଟି କମୁଛି
- ବିଜେଡି ପାଖେ ଷ୍ଟାର୍ ପ୍ରଚାରକ କେହି ନାହାନ୍ତି

ଅର୍ଗସ ବ୍ୟୁରୋ: ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିର ଏହି ୪ ବଡ଼ ଷ୍ଟାର କାଷ୍ଟ ଦଳ ଛାଡିବା ପରେ ଚିନ୍ତାରେ ବିଜେଡି । ନିର୍ବାଚନ ମଇଦାନରେ ଷ୍ଟାର କ୍ୟାମ୍ପନର ସାଜି ଲୋକଙ୍କ ଭିଡ଼ ଜମାଉଥିବା ଅରିନ୍ଦମ, ସିଦ୍ଧାନ୍ତ, ଆକାଶ, ଅନୁଭବ ଦଳ ଛାଡିବା ପରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଶାସକ ଦଳରେ ଦେଖା ଦେଇଛି ଷ୍ଟାର କ୍ୟାମ୍ପେନର ସଙ୍କଟ । ଯେଉଁଥିପାଇଁ ଆଜି ୨୨ ଜଣ ସିନେ କଳାକାର ମାନଙ୍କୁ ନବୀନ ନିବାସ ଡାକି ନିର୍ବାଚନୀ ପ୍ରଚାର ମନ୍ତ୍ର ଦେଇଛନ୍ତି ପାଣ୍ଡିଆନ । ନିର୍ବାଚନ ବେଳେ କେମିତି ସେମାନେ ବିଜେଡି ପାଇଁ ପ୍ରଚାର କରିବେ । 

କ'ଣ କହି ଲୋକଙ୍କୁ ବିଜେଡି ପାଇଁ ଭୋଟ ମାଗିବେ ସେ ନେଇ ବାବୁସାନ, ଅମ୍ଳାନ, ଅଶ୍ୱିନୀ ତ୍ରିପାଠୀ, ଶଙ୍କର, ପ୍ରଜ୍ଞା, ଗୁଡୁ, ଭୂମିକା, ସନ୍ତୁ ନିଜେ, ସୁପ୍ରିୟା, ବିଷ୍ଣୁ ମୋହନ କବି, ତାରିକ, ସୁରଜ, ଶିବାନୀ, ପପୁ, ପ୍ରକୃତି ମିଶ୍ର ପ୍ରମୁଖଙ୍କୁ ଟ୍ରେନିଂ ଦେଇଛନ୍ତି ପାଣ୍ଡିଆନ । 

ସେପଟେ ବିଜେଡି କୁ କଟାକ୍ଷ କରିଛି ବିଜେପି।  ଦଳର ମୁଖପାତ୍ର କହିଛନ୍ତି ପ୍ରଚାର ପାଇଁ କଳାକାରଙ୍କ ଭରସାରେ ବିଜେଡ଼ି ।  ନବୀନ ପଟ୍ଟନାୟକଙ୍କ ନିଜ ଉପରେ ଭରସା ନାହିଁ । ନିଜ ସଙ୍ଗଠନ ଓ ନେତା, କର୍ମୀ ମାନଙ୍କ ଉପରେ ଆଉ ନବୀନଙ୍କ ଭରସା ନାହିଁ । 

ମୋଦୀ, ଶାହ, ନଡ୍ଡାଙ୍କଠୁ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅରିନ୍ଦମ, ସିଦ୍ଧାନ୍ତ, ଆକାଶ, ଅନୁଭବ ଭଳି ବଡ଼ ଷ୍ଟାର କ୍ୟାମ୍ପନର ମଇଦାନକୁ ଓହ୍ଲାଇବାକୁ ବିଜେପି କରିଛି ବ୍ଲୁ-ପ୍ରିଣ୍ଟ । ଏପରି ସ୍ଥଳେ ବିଜେଡି ପାଖରେ ନବୀନଙ୍କ ଛଡା ଆଉ କେହି ନାହିଁ । ମାତ୍ର ନବୀନଙ୍କ କମୁଥିବା ଲୋକ ପ୍ରିୟତା ଦଳକୁ ଚିନ୍ତାରେ ପକାଇଛି । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ୍ ସର୍ଭେରେ ସାରା ଦେଶରେ ନିଜ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଦେଢ ବର୍ଷରେ 25 ପ୍ରତିଶତ ହ୍ରାସ ପାଇଛି । 2022 ଅଗଷ୍ଟରେ ନବୀନଙ୍କ ଲୋକପ୍ରିୟତା 78 ପ୍ରତିଶତ ଥିଲା, ଏବେ ଖସିଆସିଛି 53 ପ୍ରତିଶତକୁ । ତେଣୁ ନବୀନଙ୍କ ଛଡା ଅନ୍ୟ ଷ୍ଟାର କ୍ୟାମ୍ପେନର ଜରିଆରେ ପ୍ରଚାର ବେଳେ ଲୋକ ଭିଡ଼ କରିବାକୁ ଯୋଜନା କରିଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...