Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି

Smruti Parija
Browse all articles by Smruti Parija
·2 years ago·2 min read
ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି

Key Points

ବିଜେଡି ଗାଡିରେ ଗଞ୍ଜେଇ ବେପାର
ଗଞ୍ଜେଇ ନିଅ, ଶଙ୍ଖରେ ଭୋଟ୍‌ ଦିଅ
ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି

ଅର୍ଗସ ବ୍ୟୁରୋ: ଏ ଗାଡିକୁ ଟିକିଏ ଭଲରେ ଦେଖନ୍ତୁ । ଧୋବ ଧୋବଲିଆ ଗାଡି ଦେଖିଲେ ଭାବୁଥିବେ କେଉଁ ନେତା କି ଅଫିସର ଗସ୍ତ କରୁଥିବେ । ହେଲେ ଅଧା ବାଟରେ ୟାକୁ ଅଟକାଇବାକୁ ସାହସ କଲା କିଏ ? କଥାରେ ଅଛି ମହାକାଳଫଳ ବଡ ସୁନ୍ଦର, ଭିତରେ ପୂରା ପୋଡା ଅଙ୍ଗାର । ଠିକ୍‌ ସେମିତି ଏ ଗାଡିର ଅବସ୍ଥା । ଅର୍ଥାତ୍‌ ବିଜେଡି ଲୋଗୋ ଲଗାଇ ଭାଇ ଆମର ଭାବୁଥିଲେ ଖସିଯିବେ ବୋଲି । ସେଇଥି ଲାଗି ତ ଗଂଜେଇ ଲଦି ଗାଡିକୁ ପିଇଁ ପିଇଁ କରି ଉଡାଉଥିଲେ । କିନ୍ତୁ ମାଡି ବସିଲା ସ୍ଵ୍କାର୍ଡ । ଆଉ ସେଥିରୁ କେତେ ମାତ୍ରାରେ ଗଂଜେଇ ବାହାରିଲା ସେ ଦୃଶ୍ୟ ଆପଣ ବି ଦେଖନ୍ତୁ ।

ବୁଥ୍ ରିଗିଂ, ମାରପିଟ୍, ହିଂସା ପରେ ଗଞ୍ଜେଇ ବାଣ୍ଟିକି ନିର୍ବାଚନ ଜିତିବାକୁ ଚାଁହୁଛି କି ବିଜେଡି ? ବ୍ରହ୍ମପୁରରୁ 84 କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଜୁ ଜନତା ଦଳର ଲୋଗୋ ଲାଗିଥିବା ଗାଡିଟି ଜବତ ହୋଇଛି ।  ଏହା ଦେଖିକି ଲାଗୁଛି ବିଜୁ ଜନତା ଦଳର ନେତାଙ୍କ ଗାଡ଼ିରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଛି । ଦଳୀୟ ଚିହ୍ନ ଲାଗିଥିବା ଏହି ଗାଡିକୁ ନେଇ ବିଜେଡିର କୌଣସି ନେତା ମୁହଁ ଖୋଲୁନାହାନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ ବାଣ୍ଟି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେଡି । 

ପୂର୍ବରୁ ବିଜୁ ଜନତା ଦଳର ଅନେକ ନେତା ବିଭିନ୍ନ ନିଶା କରବାରରେ ଲିପ୍ତ ଅଛନ୍ତି । କିଛି ଦିନ ତଳେ ତାଙ୍କ ଦଳର ନେତା ଅନୁଭବ ପଟ୍ଟନାୟକ ଯେତେବେଳେ ଦଳ ଛାଡିଥିଲେ ଇସ୍ତଫା ପତ୍ରରେ ଖଣ୍ଡପଡାରେ ଦଳ ଯାହାକୁ ଟିକେଟ ଦେଇଛନ୍ତି ତାଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ ବୋଲି ଲେଖିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଏତିକି ନୁହେଁ ବିଧାନସଭା ଗୃହରେ ପଚରା ଯାଇଥିବା ପ୍ରଶ୍ନରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ତାଙ୍କ ନାମରେ ଅଭିଯୋଗ ଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ତେବେ କେଉଁ ଆଧାରରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଏହି ଗୋଟିଏ ଉଦାହରଣ ନୁହଁ ଅନେକ ଏମିତି ଉଦାହରଣ ରହିଛି ଯେଉଁଥିରେ ସେମାନଙ୍କ ସମ୍ପୃକ୍ତି ଦର୍ଶାଉଛି । 

ଅନ୍ୟପଟେ ଏକ ମାସରୁ କମ ଅବଧି ମଧ୍ୟରେ ରାଜ୍ୟରୁ 2 ଲକ୍ଷ 49 ହଜାର 510 ଲିଟର ଚୋରାମଦ ଏବଂ 2951 କେଜି ଗଞ୍ଜେଇ ଜବତ ହୋଇଛି । ଯାହାକୁ ଦେଖିଲେ ସ୍ପଷ୍ଟ ହେଉଛି କି, ରାଜ୍ୟରେ ନିଶା ଦ୍ରବ୍ୟ ବିକ୍ରି କରି ଭୋଟ ନେବାକୁ ଚକ୍ରାନ୍ତ କରିଛି ବିଜେଡି ।

ଆହୁରି ପଢ୍ନତୁ ଓଡିଶା ଖବର...

Sponsored
BJD is buying votes with money, drugs and alcohol | Argus News