ବବି-ପାଣ୍ଡିଆନଙ୍କୁ ନେଇ ବିଜେଡି ଦୁଇ ଫାଳ

ଅର୍ଗସ ବ୍ୟୁରୋ: ପରାଜୟ ପରେ ବିଜେଡିକୁ ଭାରି ପଡିବାକୁ ବସିଲାଣି ବବି-ପାଣ୍ଡିଆନ୍ ଯୋଡି । ଦୁଇ ଜଣଙ୍କ ଲାଗି ଦଳୀୟ ନେତା-ନେତାଙ୍କ ଭିତରେ ଭିଷଣ ଲଢେଇ। ଦଳରେ ଗୃହ ଯୁଦ୍ଧ ସ୍ଥିତି । ଦଳର କିଛି ନେତା ପରାଜୟ ପାଇଁ ବବି-ପାଣ୍ଡିଆନ୍ ଙ୍କୁ ଦାୟୀ କରୁଥିବା ବେଳେ ଆଉ କିଛି ନେତା ଉଭୟଙ୍କ ସପକ୍ଷରେ ବାହାରିଛନ୍ତି । ଦେବାଶିଷ ବନାମ ପ୍ରଭାତ-ସମ୍ବିତଙ୍କ ବାକ୍ ବିତଣ୍ଡାକୁ ନେଇ କମ୍ପୁଛି ବିଜେଡି ରାଜନୀତି । କିଛି ଦିନ ତଳେ ଦଳର ପରାଜୟ ପାଇଁ ବବି-ପାଣ୍ଡିଆନ୍ ଙ୍କୁ ଦାୟୀ କରି କର୍ମୀ ସମ୍ମୀଳନୀରେ ବର୍ଷିଥିଲେ ପ୍ରଭାତ ବିଶ୍ବାଳ । ତେବେ ପ୍ରଭାତଙ୍କୁ କାଉଣ୍ଟର କରି ଦେବାଶିଷ ସାମନ୍ତରାୟ ବବି-ପାଣ୍ଡିଆନ୍ ଙ୍କ ସପକ୍ଷରେ ବାହାରିବା ପରେ ବିଜେଡି କଳି ଉଗ୍ରରୂପ ଧାରଣ କରିଛି ।
କେବଳ ଦେବାଶିଷ ବନାମ ପ୍ରଭାତ ନୁହେଁ ଦେବାଶିଷ ବନାମ ସମ୍ବିତ କଳି ବି ବିଜେଡିକୁ ଅଧିକ ଅଡୁଆ କରିଛି । ଦିନକ ତଳେ ମୂଷା ଉପାଖ୍ୟାନ ଉଠାଇ ଦଳର ପରାଜୟ ପାଇଁ ପରୋକ୍ଷରେ ବବି-ପାଣ୍ଡିଆନ୍ ଙ୍କୁ ଦାୟୀ କରିଥିଲେ ସମ୍ବିତ ରାଉତରାୟ । ତେବେ ସମ୍ବିତଙ୍କ ଏହି କଥା କୁ କାଉଣ୍ଟର କରିବା ସହ କଡା ତତ୍ସଲ୍ୟ କରିଥିଲେ ଦେବାଶିଷ । ଯାହାର ପାଲଟା ଜବାବ ସହ ସମ୍ବିତ କହିଛନ୍ତି ଦେବାଶିଷ ସାମନ୍ତରାୟ ନିଜ ଆଡୁ ବବି ଓ ପାଣ୍ଡିଆନ ଙ୍କୁ ଖୁସି କରିବାକୁ ଏହି ସବୁ କଥା କହୁଛନ୍ତି ।
ପରାଜୟ ପରେ ନବୀନଙ୍କ ନୋ-ଆକ୍ସନ ଥିଓରୀ ଭିତରେ ବବି-ପାଣ୍ଡିଆନ୍ ଙ୍କୁ ନେଇ ଦଳ ଦୁଇଭାଗରେ ବିଭକ୍ତ ହେଲାଣି । ଚର୍ଚ୍ଚା ହେଉଛି ଦଳର ଏ ସ୍ଥିତି ବୟାନ କରୁଛି ଖୁବ୍ କମ ଦିନ ମଧ୍ୟରେ ଭାଙ୍ଗି ଯାଇପାରେ ବିଜେଡି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର