Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି

ଭୁବନେଶ୍ୱର:  ବିଜେଡି ନୂଆ ରୂପ ରେଖ ନେବାକୁ ଯାଉଛି । ସେଇ ରୂପ ରେଖ ସ୍ୱରୂପ ଗତକାଲି ରଥଯାତ୍ରା ଭଳି ପବିତ୍ର ଦିନରେ ନବୀନ ପଟ୍ଟନାୟକ ଦଳର ରୂପରେଖ କୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ର ର ନୂଆ ଟିମ ଘୋଷଣା କରାଯାଇଛି । ଏବଂ ଏହା ସହ ଅନ୍ୟ କମିଟି ଗୁଡିକୁ ଖୁବଶୀଘ୍ର ମଧ୍ୟ ଘୋଷଣା କରାଯିବ ।

ଏହି କମିଟି ମାଧ୍ୟମରେ ବିଜେଡି କୁ ଆହୁରି ଅଧିକ ଚଳଚଞ୍ଚଳ କରାଯିବ । ଓଡ଼ିଶାର ସ୍ୱାର୍ଥ ପାଇଁ ଯେଉଁ ଲଢେଇ ଲଢ଼ିଥିଲୁ ଏବଂ ବିକାଶ ଉନ୍ନତି ଯେଉଁ କାମ କରିଥିଲୁ ସେ କାମ ଆମେ ଜାରି ରଖିବୁ । ଯେଉଁଠି ଲୋକଙ୍କ ସ୍ୱାର୍ଥ ରେ ହାନି ଆସିବ ଆବଶ୍ୟକ ପଡ଼ିଲେ ପ୍ରତିବାଦ ର ସ୍ୱର ଉତ୍ତୋଳନ କରିବୁ । ଦୀର୍ଘ ଦିନ ଧରି କମିଟି ଥିଲା ବର୍ତ୍ତମାନ ନୂଆ ରୂପ ରେଖର ସହ ବିଜେଡି କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD is going to take a new look | Argus News