Videos
|
Odisha

ବିଧାନସଭାରେ ଜନମତର ଅପମାନ କରୁଛି ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଧାନସଭାରେ ଜନମତର ଅପମାନ କରୁଛି ବିଜେଡି

ଅର୍ଗସ ବ୍ୟୁରୋ: ତିନି ଧରି ଆଇନଶୃଙ୍ଖଳାକୁ ଜାବୁଡି ଧରିବା ପରେ ଏବେ ପ୍ରସଙ୍ଗ ବଦଳାଇଛି ବିଜେଡି । ଯଦିଓ ଗୁରୁବାର ପ୍ରଶ୍ନକାଳ ସ୍ବାଭାବିକ ଥିଲା ହେଲେ ଶୂନ୍ୟକାଳରେ ହଙ୍ଗାମା କଲା ବିଜେଡି। ନବୀନଙ୍କ ଗିରଫ କରିବା ଶଦ୍ଦ ବିଧାନସଭାର  ବିବରଣୀରୁ ବାଦ ଦେବା ଦାବିରେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କଲେ ବିଜେଡି ବିଧାୟକ।  ଅରୁଣ ସାହୁ କହିଲେ ସାହସ ଅଛି ତ ଗିରଫ କର ନ ହେଲେ ଗୃହର ବିବରଣୀରୁ ବାଦ ଦେଇ ଦୁଃଖ ପ୍ରକାଶ କର। ଅରୁଣ ଙ୍କୁ କଡା ଜବାବ ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଜେପି ବିରୋଧୀ ଦଳ ଆସନରେ ଥିବା ବେଳେ ଜୟନାରାୟଣ ମିଶ୍ରଙ୍କ ପ୍ରତି ବିଜେଡି ବିଧାୟକଙ୍କ ଆକ୍ଷେପର ଉଦାହରଣ ଦେଇ ଅରୁଣଙ୍କୁ ବିଧାନସଭା ନିତୀ ନିୟମର ପାଠ ପଢାଇଲେ ମୁକେଶ ।

24 ବର୍ଷ କ୍ଷମତାରେ ଥିଲା ବିଜେଡି । ହେଲେ ଗାଦିରୁ ହଟିବା ପରେ ବି କ୍ଷମତା ମୋହ ଯାଇନି ବୋଲି ଚର୍ଚ୍ଚା।  ଲୋକଙ୍କ ଅଭିଯୋଗ, କ୍ଷମତା ଯିବା ପରେ ବ୍ୟତିବ୍ୟସ୍ତ ହୋଇ ବିଧାନସଭା ଚଳାଇ ଦେଉନି ବିଜେଡି।  ଯାହା ଜନମତର ଅପମାନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଠନ ମୁଳକ ସହଯୋଗ ଲୋଡି ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରିଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହେଲେ ବିଧାନସଭା ଆରମ୍ଭ ହେବା ଦିନରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଅଭିଯୋଗ ଆଣି ବିଜେଡି ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିବା ବେଲେ ଗୁରୁବାର ନବୀନଙ୍କ ଗିରଫଦାରି ଶଦ୍ଦକୁ ହଟାଇଇବା ଦାବି କରି ହଟ୍ଟଗୋଳ  ପ୍ରସଙ୍ଗ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD is insulting public opinion in the Assembly | Argus News