Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି

Odisha

ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି

ଅର୍ଗସ ବ୍ୟୁରୋ: ନିର୍ବାଚନ ସମୟରେ ବାରମ୍ବାର କେନ୍ଦ୍ରୀୟ ଅବହେଳାକୁ ଦାୟୀ କରୁଛି ବିଜେଡି । ମହାନଦୀକୁ ନେଇ କୁମ୍ଭୀରକାନ୍ଦଣା କରୁଛି ବିଜେଡି । ମହାନଦୀ, ରେଳବାଇ, କୋଇଲା ରୟାଲଟି ଓ ଜାତୀୟ ରାଜପଥ ପ୍ରସଙ୍ଗ ଏବେ ଉଠାଇଛି । ଗଣମାଧ୍ୟମରେ ବିଜ୍ଞାପନ ଦେଇ ମହାନଦୀ ପ୍ରସଙ୍ଗରେ ମିଛ ଡ୍ରାମା କରୁଛି ବିଜେଡି । ଓଡିଶାର ଉପକୂଳବର୍ତ୍ତୀ ଅଂଚଳର ଚାଷୀଙ୍କୁ ପାଣି ମିଳୁନାହିଁ  । ବର୍ଷା ବେଳେ ଉପକୂଳ ଅଂଚଳରେ ବନ୍ୟାର ଦୁଃଖ ଭୋଗୁଛନ୍ତି । ମହାନଦୀ ବିବାଦର  ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ  କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ନିଜ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେଡି ସରକାର।

ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ ଧରିଥିଲେ ।  ଟ୍ରିବ୍ୟୁନାଲ ଗଠନ ହେବାର 6 ବର୍ଷ ବିତିଲାଣି। କିନ୍ତୁ ଆଜି ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲାନି। ଏପରିକି ମହାନଦୀ ପାଇଁ ବଡ ଧରଣର ଆନ୍ଦୋଳନ କରିଥିଲା ବିଜେଡି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ନ ମିଳିବାରୁ ମହାନଦୀ କୂଳିଆ ଲୋକଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି। ମହାନଦୀ ପ୍ରସଙ୍ଗରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମାନଙ୍କ ପ୍ରତିକ୍ରିୟା କଣ ଥିଲା ଆସନ୍ତୁ ଶୁଣିବା । ଏଥିସହ ବିଜେଡି ସାଂସଦ ପିନାକି ମଶ୍ର ସଂସଦରେ ମାନିଛନ୍ତି ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ହୋଇ ନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJD is making lies and drama about the Mahanadi issue by advertising in the media | Argus News