ନିର୍ବାଚନ ପରାଜୟରୁ ବଞ୍ଚିବା ପାଇଁ ମିଛ ପ୍ରଚାରରେ ଲାଗିଛି ବିଜେଡ଼ି

ଭୁବନେଶ୍ୱର: ନିର୍ବାଚନ ପରାଜୟରୁ ବଞ୍ଚିବା ପାଇଁ ମିଛ ପ୍ରଚାରରେ ଲାଗିଛି ବିଜେଡ଼ି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମିଛୁଆ ବୋଲି କହୁଛି ବିଜେଡ଼ି । କେନ୍ଦ୍ରମନ୍ତ୍ରୀ ରଥଯାତ୍ରା ବନ୍ଦ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର, ରତ୍ନଭଣ୍ଡାର, ଓଡ଼ିଆ ଅସ୍ମିତା, ଦାଦନ ଓ ପିଇବା ପାଣି ସମସ୍ୟା କଥା ସାମ୍ବାଦିକ ସମ୍ମିଳନୀରେ ଉଠାଇ ଥିଲେ । କିନ୍ତୁ ଏ ସବୁ ଉପରେ ଉତ୍ତର ଦେଲା ନାହିଁ ବିଜେଡ଼ି । ସେମାନେ କେବଳ ପ୍ରସାଦ ଯୋଜନାରେ ଆଇଟିଡିସିରୁ ଆସିଥିବା 50 କୋଟି ଟଙ୍କାରୁ କାହିଁକି 10 କୋଟି ଦିଆଗଲା ଏବଂ 40 କୋଟି ଦିଆଗଲା ନାହିଁ, ଏକଥା ଉଠାଉଛନ୍ତି ।
ପ୍ରଥମ ପର୍ଯ୍ୟାୟ ଅର୍ଥ ମଞ୍ଜୁର ହେବାର 15 ଦିନ ଭିତରେ ମିଳିଯାଇଥିଲା । କେନ୍ଦ୍ର ସରକାରଙ୍କ ଅର୍ଥର ପରବର୍ତ୍ତୀ କିସ୍ତି ପାଇବା ପାଇଁ ହେଲେ ୟୁସି ଦେବା ପାଇଁ ପଡେ । ପ୍ରଥମ ପର୍ଯ୍ୟାୟ ଅର୍ଥ ପାଇଁ ୟୁସି ଦେଲେ ନାହିଁ ରାଜ୍ୟ ସରକାର । କେବେ ସାଢ଼େ 6 କୋଟି ଟଙ୍କାର ୟୁସି ଦେଇଛନ୍ତି, ତାହା ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । କେବଳ ଅଣ ଓଡ଼ିଆ ଠିକାଦାର ପୋଷିବାରେ ଲାଗିଛନ୍ତି ରାଜ୍ୟ ସରକାର । ଠିକାଦାର ଅଧାରେ କାମ ଛାଡି ପଳାଇଲେ । ପୁରୀବାସୀ ଏହାର କ୍ଷତି ସହିଲେ । କୋଷ୍ଟାଲ ମ୍ୟାନେଜମେଣ୍ଟ୍ ଅଥରିଟି ଠାରୁ ଅନୁମତି ଆଣିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖିଲେ । କିନ୍ତୁ ରାଜ୍ୟ ସରକାର ଚିଠିର ଉତ୍ତର ବି ଦେଲେ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ 10 ମିଛ ମନେ ପକାଇଲା ବିଜେପି ।
1. ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କର୍ପସ ଫଣ୍ଡ କରି ଟଙ୍କା ଫେରାଇବେ ବୋଲି କହିଥିଲେ । କୁଆଡେ ଗଲା କର୍ପସ ଫଣ୍ଡ ।
2. ମହାନଦୀ ବ୍ୟାରେଜ କରିବେ କହିଲେ, କୁଆଡେ ଗଲା ।
3. 2019 ନିର୍ବାଚନୀ ଇସ୍ତାହାରରେ କହିଥିଲେ କେଜିରୁ ପିଜି ଯାଏଁ ଝିଅ ମାନଙ୍କୁ ମାଗଣାରେ ପଢାଇବେ କହିଥିଲେ ।
4. ଆଳୁ ମିଶନ ଓ ପିଆଜ ମିଶନ କୁଆଡେ ଗଲା ? ସରକାର କହିଥିଲେ ଓଡ଼ିଶା ଲୋକ ଆଉ ଆଳୁ, ପିଆଜ କିଣିବେ ନାହିଁ । ଓଡ଼ିଶାରେ ଆଳୁ ପିଆଜ ଉତ୍ପାଦନ ହେବ କହିଥିଲେ ବିଜେଡ଼ି ସରକାର । ଆଜି ବି ଓଡ଼ିଶା ନାସିକ ପିଆଜ ଓ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭରଶୀଳ ।
5. ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ କହିଥିଲେ, କୁଆଡେ ଗଲା । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବି ଶୀତଳ ଭଣ୍ଡାର କଲେ ନାହିଁ ।
6. ମେକ ଇନ୍ ଓଡ଼ିଶାରେ 16 ଲକ୍ଷ ଚାକିରି ଦେବେ କହିଥିଲେ । କୁଆଡେ ଗଲା ଚାକିରି
7. ନିର୍ବାଚନ ଅଛି ବୋଲି ବିଜୁ ବାବୁଙ୍କୁ କାହିଁକି ଭାରତ ରତ୍ନ ଦିଆଗଲା ନାହିଁ କହୁଛନ୍ତି ନବୀନ । ସତରେ କଣ ବିଜୁ ବାବୁଙ୍କ ପ୍ରତି ନବୀନ ବାବୁଙ୍କର ସ୍ନେହ ଶ୍ରଦ୍ଧା ଅଛି କି ? ମୃତ୍ୟୁ ହେବା ଆଗରୁ ବିଜୁ ବାବୁଙ୍କ ଶେଷ ସମୟରେ ନବୀନ ବାବୁ ତାଙ୍କ ପାଖରେ ନଥିଲେ । ବିଜୁ ବାବୁଙ୍କ ମୁହଁରେ ପାଣି ବୁନ୍ଦେ ଦେଇଛନ୍ତି କି ନବୀନ ବାବୁ । ଦିଲ୍ଲୀପ ରାୟ ବିଜୁ ବାବୁଙ୍କ ଦେଖ ରେଖ କରୁଥିଲେ । କିନ୍ତୁ ଆଜି ବିଜୁ ବାବୁଙ୍କ ପାଇଁ ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
8. 2019 ଇସ୍ତାହାରରେ କହିଥିଲେ ଶିକ୍ଷା ଋଣ ଛାଡ କରିଦେବୁ । ଶୂନ୍ୟ ସୁଧରେ ଋଣ ଦେବୁ । କିନ୍ତୁ ଆଜି ପର୍ଯ୍ୟନ୍ତ କଲେ ନାହିଁ ।
9. ଘରୋଇ ଶିଳ୍ପ କାରଖାନା ଓଡ଼ିଆ ପିଲାଙ୍କ ପାଇଁ 75 ପ୍ରତିଶତ ଚାକିରି ସଂରକ୍ଷଣ ଦେବେ କହିଥିଲେ, କିନ୍ତୁ କଲେ ନାହିଁ ।
10. 2019 ଇସ୍ତାହାରରେ କହିଥିଲେ, ଓଡ଼ିଶାରେ ଥିବା 50 ପ୍ରତିଶତ ଏସସିବିସି ବା ଓବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଦେବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଦେଲେ ନାହିଁ ।
📱 Get Argus News App
✨ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଛୁଆ କହୁଥିବା ନେତା ମାନେ ଜାଣି ରଖିବା ଦରକାର ଯେ ଓଡ଼ିଶାରେ 3ଟି ବିଶ୍ଵ ସ୍ତରୀୟ ଶିକ୍ଷାନୁଷ୍ଠାନ ହୋଇଛି । ଏ ସବୁ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ସମୟରେ ହୋଇଛି । ଆଇଜର, ଆଇଆଇଏମ ହୋଇଛି । ପାଇକ ସଂଗ୍ରାମକୁ ଦିଲ୍ଲୀ ଦରବାରରେ ସ୍ଵୀକୃତି ମିଳିଛି । କିଛି ନକରି କେବଳ କେନ୍ଦ୍ରକୁ ଦୋଷ ଦେବା ବିଜେଡ଼ି ନେତାଙ୍କର ପୁରୁଣା ରୋଗ । ବିଜେପି ସାମ୍ବାଦିକ ସମ୍ମିଳନୀ ଆଗରୁ ବିଜେଡ଼ି ସାଧାରଣ ସମ୍ପାଦକ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଯେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ସେମାନେ ଜାଣିବା ଦରକାର ଯେ ଯେଉଁ ଦଳ ଜିତିବା ନେଇ ନିଶ୍ଚିତ ଥାଏ, ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ । ତେଣୁ ବିଜେଡ଼ି ସାଧାରଣ ସମ୍ପାଦକ ସର୍ବସାଧାରଣରେ ମାନି ଗଲେ ଯେ ବିଜେପି ସଂଖ୍ୟା ଗରିଷ୍ଠ ସରକାର କରିବ ।
ଆହୁରି ପଢନ୍ତୁ ରାଜନୀତି ଖବର...